ଓଡିଶା ବନ୍ଦ କରିବା ପୂର୍ବରୁ ନିଜ ଶାସନ ସମୟର ସମୀକ୍ଷା ଜରୁରୀ ଥିଲା: ଅପରାଜିତା

Spread the love

ଭୁବନେଶ୍ୱର :(ଜେଏମଜେ ନ୍ୟୁଜ ): ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜରେ ଛାତ୍ରୀ ନିଜ ଜୀବନ ନେବା ଘଟଣାରେ ବିରୋଧୀ ଦଳ ସରକାରଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ବିଜେପି ପକ୍ଷରୁ ପାଲଟା ଜବାବ ଦିଆଯିବା ସହିତ କଂଗ୍ରେସ ଏବଂ ବିଜେଡିକୁ ପ୍ରଶ୍ନ ପଚାରିଛି।ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ବିରୋଧୀଙ୍କୁ ଆଇନା ଦେଖାଇ କହିଛନ୍ତି, ରାଜରାସ୍ତାକୁ ଓହ୍ଲାଇବା ପୂର୍ବରୁ ନିଜ ଶାସନ କାଳର କାର୍ଯ୍ୟକଳାପକୁ ଉଭୟ ବିଜେଡି ଏବଂ କଂଗ୍ରେସ ଆତ୍ମ ସମୀକ୍ଷା କରିବା ଉଚିତ୍ ଥିଲା। ନିଜ ଶାସନ ଅମଳରେ କଂଗ୍ରେସ ୪୦ ବର୍ଷ ଏବଂ ବିଜେଡି ୨୪ ବର୍ଷ ଧରି ରାଜ୍ୟରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ, ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା।

ଦିଲ୍ଲୀରୁ ଆସି କଂଗ୍ରେସ ନେତାନେତ୍ରୀମାନେ ନିଜ ଅସ୍ତିତ୍ଵ ପାଇଁ ଡ୍ରାମାବାଜି କରୁଛନ୍ତି, ଅଶାନ୍ତ ବାତାବରଣ ସୃଷ୍ଟି କରୁଛନ୍ତି। ଉଭୟ ଦଳର ନେତାମାନେ ସାମାଜିକ ଗଣମାଧ୍ୟମରେ ଉସୁକାଇବା କାର୍ଯ୍ୟ କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ଚର୍ଚ୍ଚାରେ ଏବଂ ଗଣମାଧ୍ୟମରେ ରହିବା ପାଇଁ ବିରୋଧୀ ଦଳ ନାଟକବାଜି କରୁଛନ୍ତି।

ସେମାନେ କେବଳ ଡାହାଣୀ ହୋଇ ଲାଗୁଛନ୍ତି ଏବଂ ଗୁଣିଆ ହୋଇ ଝାଡୁଛନ୍ତି। ବିଜେଡ଼ି ସରକାର ଓଡିଶାକୁ ୨୪ ବର୍ଷ ଶାସନ କରିଛନ୍ତି। ଏବେ ବିଜେଡି ଦଳ କୁମ୍ଭୀର କାନ୍ଦଣା କାନ୍ଦୁଛି।  ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଯାହା ସବୁ ଘଟଣା ତାଙ୍କ ସରକାର ସମୟରେ ହୋଇଛି, ତାହା ସମସ୍ତେ ଜାଣିଛନ୍ତି । ପୀଡ଼ିତାଙ୍କୁ ଭେଟିବା ପାଇଁ ଥରେ ବି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଯାଇଥିଲେ କି ବୋଲି ଅପରାଜିତା  ପ୍ରଶ୍ନ କରିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ୪୦ ବର୍ଷ ସରକାରରେ ଥିଲା। ସେତେବେଳେ ବହୁ ସଂଖ୍ୟାରେ ମହିଳାମାନଙ୍କ ସହ ଅଘଟଣ ଘଟିଥିଲା। କେବେ ବି ରାଷ୍ଟ୍ରପତି ଆସିଥିଲେ କି ?

ବିଜେଡି ଓ କଂଗ୍ରେସ ଏବଂ ଦିଲ୍ଲୀରୁ ଆସିଥିବା କଂଗ୍ରେସ ନେତାମାନେ ରାଜ୍ୟ ବାତାବରଣକୁ ଅଶାନ୍ତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ବିଜେଡି ୨୪ବର୍ଷ ସରକାର ଭିତରେ ଜଣେ ମୁଖ୍ୟମନ୍ତ୍ରୀ ଥିଲେ। କଂଗ୍ରେସ ୪୦ ବର୍ଷ ସରକାରରେ ଥିଲା । କାହିଁକି ସେମାନେ ଏବେ ଯାଏଁ ମହିଳା ସୁରକ୍ଷା ପାଇଁ ଇକୋ ସିଷ୍ଟମ ତିଆରି କରି ନଥିଲେ ? ରାଜ୍ୟରେ ଦୋଷାରୋପ ରାଜନୀତି ଚାଲିଛି। ବିରୋଧୀ ଦଳ ନିଜ ଅସ୍ତିତ୍ଵ ରକ୍ଷା ପାଇଁ ଏହି ସବୁ କାର୍ଯ୍ୟକ୍ରମ କରୁଛନ୍ତି। ସେମାନେ ନିଜ ଆତ୍ମସମୀକ୍ଷା କରି ରାଜରାସ୍ତାକୁ ଓହ୍ଲାଇଥିଲେ ଭଲ ହୋଇଥାନ୍ତା।

ମହିଳାମାନଙ୍କୁ ନିଜ ସମୟରେ ସେମାନେ କେତେ ନ୍ୟାୟ ଦେଇଛନ୍ତି ତାହା ଆମେ ଜାଣିଛୁ। ବିରୋଧୀଙ୍କ ଆନ୍ଦୋଳନକୁ ସମସ୍ତେ ନାପସନ୍ଦ କରୁଛନ୍ତି । ସୋସିଆଲ ମିଡ଼ିଆ ପୋଷ୍ଟ ଦେଖାଇ ବିରୋଧୀଙ୍କୁ ଅପରାଜିତା ଆଇନା ଦେଖାଇଛନ୍ତି।  ବିଜେଡ଼ି ଏବଂ କଂଗ୍ରେସ ଯଦି ମହିଳାଙ୍କ ସୁରକ୍ଷା ନିଶ୍ଚିତ କରିଥାନ୍ତେ, ତେବେ କେବେ ବି ଏଭଳି ଘଟଣା ଘଟି ନଥାନ୍ତା। ନାଁ ନ ନେଇ ଅପରାଜିତା ଅଳକା ଲାମ୍ବାଙ୍କୁ ଟାର୍ଗେଟ କରି କହିଛନ୍ତି।

ଜଣେ ମହିଳା ନେତ୍ରୀ ବାତାବରଣକୁ ଆଶାନ୍ତ କରିବା ପାଇଁ ଦିଲ୍ଲୀରୁ ରାଜ୍ୟକୁ ଆସିଛନ୍ତି। ମହିଳା ସୁରକ୍ଷା ଉପରେ କହିବା ପାଇଁ କଂଗ୍ରେସ ଏବଂ ବିଜେଡିର ନୈତିକ ଅଧିକାର ନାହିଁ ବୋଲି ସେ କହିଛନ୍ତି।

  • jmjnewso

    Related Posts

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ କାଲିଘାଟ ବାସଭବନ ଏବଂ ରାଜ୍ୟ ସଚିବାଳୟ, ନବାନ୍ନାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତାଙ୍କ ବାସଭବନ ନିକଟରେ କିଛି ଲୋକ ‘ଜୟ ଶ୍ରୀ…

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ର ହାଇ-ଭୋଲଟେଜ୍ ଲଢ଼େଇ ପରେ ଆଜି ସମସ୍ତଙ୍କ ନଜର ଭୋଟ୍ ଗଣତି ଉପରେ ରହିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (TMC) ଏବଂ ଭାରତୀୟ ଜନତା…

    Leave a Reply

    Your email address will not be published. Required fields are marked *

    You Missed

    ନବୀନଙ୍କ ପାଖରୁ ଫାଇଲ ଫେରିନି: ରାଜସ୍ୱ ମନ୍ତ୍ରୀ

    ନବୀନଙ୍କ ପାଖରୁ ଫାଇଲ ଫେରିନି: ରାଜସ୍ୱ ମନ୍ତ୍ରୀ

    ନବୀନଙ୍କ ବିରୋଧରେ ପୋଲିସ ଲଗାଇଲେ ମୋହନ

    ନବୀନଙ୍କ ବିରୋଧରେ ପୋଲିସ ଲଗାଇଲେ ମୋହନ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।