ରେଭେନ୍ସା ବିଶ୍ୱବିଦ୍ୟାଳୟ ରେ ଜାରି ହୋଇଥିବା ନିର୍ଦେଶନାମା ଘଣ୍ଟାଏ ମଧ୍ୟରେ ପ୍ରତ୍ୟାହୃତ

Spread the love

ବାଲେଶ୍ୱର ଏଫଏମ୍ କଲେଜରେ ଛାତ୍ରୀ ଆତ୍ମାହୁତି ଘଟଣା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଜାରି କରିଛି ନିର୍ଦେଶନାମା । ବିଶ୍ୱ ବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କଟକଣା ଲଗାଯାଇଛି ।ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ରୀ, ଅଧ୍ୟାପିକାଙ୍କ ପାଇଁ କଟକଣା। ଅପରାହ୍ନ ସାଢ଼େ ୫ଟା ପରେ କୌଣସି ମହିଳା କର୍ମଚାରୀ କିମ୍ବା ଅଧ୍ୟାପିକା କିମ୍ବା ଛାତ୍ରୀମାନେ କଲେଜ କ୍ୟାମ୍ପସରେ ରହିପାରିବେ ନାହିଁଅତି ଜରୁରୀ ସ୍ଥିତିରେ ବିଭାଗୀୟ ମୁଖ୍ୟଙ୍କ ଅନୁମତି ନେଇ କାମ କରିପାରିବେ ।

ରେଭେନ୍ସା ଆଣ୍ଟି ରାଗିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ମହିଳାଙ୍କ କାର୍ଯ୍ୟ ଅବଧି ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ପରବର୍ତ୍ତୀ ନିର୍ଦେଶନାମା ଆସିବା ପର୍ଯ୍ୟନ୍ତ ବିଧିବଦ୍ଧ ଏହି କଟକଣା ଜାରି ରହିବ ବୋଲି ନିର୍ଦେଶ ଥିବାବେଳେ ଘଣ୍ଟାକ ମଧ୍ୟରେ ଏହା ପୁଣି ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି । ତେବେ କାହିଁକି ନିର୍ଦେଶନାମା ପ୍ରତ୍ୟାହୃତ ହେଲା ସେ ନେଇ କୌଣସି ସ୍ପଟିକରଣ ଦେଇନାହାନ୍ତି କର୍ତୃପକ୍ଷ ।

  • jmjnewso

    Related Posts

    ପ୍ରକାଶ ପାଇଲା ଯୁକ୍ତ ୩ ମେରିଟ୍ ଲିଷ୍ଟପ୍ରଥମ ପର୍ଯ୍ୟାୟରେ ଲକ୍ଷେ ୭୮ ହଜାର ୭୮୨ ଛାତ୍ରଛାତ୍ରୀ ମନୋନୀତ

    Spread the love

    Spread the loveଭୁବନେଶ୍ଵର: ଜେଏମଜେ ନ୍ୟୁଜ : ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ। କଳା, ବିଜ୍ଞାନ ଓ ବାଣିଜ୍ୟରେ ପ୍ରଥମେ ରହିଛି ରେଭେନ୍ସା ବିଶ୍ଵବିଦ୍ୟାଳୟ। କଳା (ରାଜନୀତି ବିଜ୍ଞାନ)ରେ ୯୪.୫୦%, ବିଜ୍ଞାନ (ପଦାର୍ଥ ବିଜ୍ଞାନ)ରେ ୯୬.୫୦%,…

    ଅର୍ଥନୀତି ବିଭାଗର ଜାତୀୟ ସମ୍ମିଳନୀ ଉଦଯାପିତ

    Spread the love

    Spread the loveଗୋପାଳପୁର: ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଅର୍ଥନୀତି ବିଭାଗ ଓ ସେଣ୍ଟର ଅଫ ସୋସିଆଲ ଏସକେଲୁସନ ଏଣ୍ଡ ଇଂକ୍ଲୁସିବ ପଲିସି ଏବଂ ଓଡ଼ିଶା ସରକାରଙ୍କ ପି ଏମ -ଉଷା ମିଳିତରେ…

    Leave a Reply

    Your email address will not be published. Required fields are marked *

    You Missed

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ