ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ପ୍ରେସ ମିଟ

Spread the love

ଜେଏମଜେ ବ୍ୟୁରୋ : ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ରାଜ୍ୟ ଠାରୁ କେନ୍ଦ୍ର ଯାଏଁ ଥମୁନାହିଁ ଚର୍ଚ୍ଚା । ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଥିବାବେଳେ ଆଜି ବରିଷ୍ଠ ନେତା ବିଜୟ ମହାପାତ୍ର କରିଛନ୍ତି ସାମ୍ବାଦିକ ସମ୍ମିଳନୀ । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ପରୋକ୍ଷ ଭାବେ ସରକାରଙ୍କୁ କରିଛନ୍ତି ଦୋଷାରୋପ ।

ସେ କହିଲେ ଘଟଣାକୁ ସରକାର ଯେତେ ଗୁରୁତ୍ୱର ସହ ନେବା କଥା ନେଇନାହାନ୍ତି । ଯଦି ଗୁରୁତ୍ୱର ସହ ନେଇଥାନ୍ତେ ଘଟଣାଟି ଆଦୌ ଘଟିନଥାନ୍ତା । ଘଟଣାକୁ ବିରୋଧ କରି ସାରା ଓଡ଼ିଶାରେ ବନ୍ଦ, ପ୍ରତିବାଦ ମଧ୍ୟ ହୋଇସାରିଲାଣି ।

ଗୋଟିଏ କଥା ସ୍ପଷ୍ଟ ସାରା ଭାରତ ବର୍ଷରେ ଓଡ଼ିଶାକୁ ଲଜ୍ଜ୍ୟା ଆଉ ନିନ୍ଦା ସହିବାକୁ ପଡିଲା । ଏହା ଓଡ଼ିଶା ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲା। ଆଉ ଏହା କେବେ ଲିଭାଇ ହେବ ନାହିଁ । ଏହି ଅବପବାଦ ସବୁଦିନ ପାଇଁ ରାଜ୍ୟ ସରକାରଙ୍କ ମୁଣ୍ଡ ଉପରେ ଖଣ୍ଡା ଭଳି ଝୁଲିକି ରହିବ । ବିଜେପି ଯେତେବେଳେ ବିରୋଧି ଦଳରେ ଥିଲା ସେତେବେଳେ ପ୍ରତ୍ୟୋକ କଥାରେ ସିବିଆଇ ତଦନ୍ତ ଦାବି କରୁଥିଲେ । ଏବେ କଣ ପାଇଁ ସିବିଆଇକୁ ନିରପେକ୍ଷ ତଦନ୍ତ ପାଇଁ କହୁନାହାନ୍ତି ସରକାର।

ନିରପେକ୍ଷ ତଦନ୍ତ ପାଇଁ ସରକାରଙ୍କ ଆଗ୍ରହ ନଥିବା ମନେହେଉଛି । ଏହି ଘଟଣାକୁ ସରକାର ଗୁରୁତ୍ବର ସହ ନେବାକୁ ଆଦୌ ରାଜି ନୁହଁନ୍ତି । ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ପ୍ରେସ ମିଟସମସ୍ତଙ୍କ ଅଜ୍ଞାତରେ କେବେ ଏହି ଘଟଣା ଘଟିନାହିଁ । ସମସ୍ତଙ୍କ ଜ୍ଞାନ୍ତସାରେ ଏହା ଘଟିଛି। ସମସ୍ତଙ୍କୁ ଜଣାଇଥିଲେ ଛାତ୍ରୀ । ଜିଲ୍ଲାପ୍ରଶାସନଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏଘଟଣାକୁ ଜାଣିଥିଲେ । କିନ୍ତୁ କେହି ଆକଳନ କରିପାରିଲେନି ଘଟଣାଟା ପ୍ରକୃତରେ କେଉଁ ଦିଗକୁ ଯାଉଛି। ଯଦି ଆକଳନ ଠିକ୍‌ କରିଥାନ୍ତେ ହୁଏତ ଏଫଏମ୍‌ ଛାତ୍ରୀ ଜଣଙ୍କର ଜୀବନ ରକ୍ଷା ହୋଇଯାଇଥାନ୍ତା ।

  • jmjnewso

    Related Posts

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଚାପଗ୍ରସ୍ତ ହୋଇ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଦିଲ୍ଲୀରୁ ବାହାରି ସକାଳ…

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ