ପ୍ରମୋସନ ପାଇଁ ଧରାଧରି ଚଳିବ ନାହିଁ ; ଅଫିସରଙ୍କୁ କଡ଼ା ଚେତାବନୀ ଦେଲେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ.

Spread the love

ଜେଏମଜେ ବ୍ୟୁରୋ : ଭଲ କାମ କର ପଦୋନ୍ନତି ମିଳିବ । ସବୁବେଳେ କାମରେ ଢିଲା କରି ରାତି ଅଧିଆ କାମ କରିଦେଲେ ବା ଧରାଧରି କଲେ ପ୍ରମୋସନ ମିଳିବନାହିଁ । ରାଜସ୍ବ ବିଭାଗର ଅଧିକାରୀଙ୍କୁ ଏଭଳି ଚେତାଇଛନ୍ତି ରାଜସ୍ବ ବିଭାଗ ଅତିରିକ୍ତ ଶାସନ ସଚିବ ।ଅଫିସରଙ୍କୁ କଡ଼ା ଚେତାବନୀ ଦେଇ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ ସିଂ କହିଛନ୍ତି, ପ୍ରଦର୍ଶନ ଆଧାରରେ ରାଜସ୍ୱ ଅଧିକାରୀଙ୍କର ଲେଖାଯିବ ସିସିଆର ।

ପ୍ରଦର୍ଶନକୁ ୧ ରୁ ୫ ଭିତରେ ରେଟିଂ କରାଯାଇଛି । AI ଜରିଆରେ ଅଫିସରଙ୍କ କାର୍ଯ୍ୟର ତର୍ଜମା କରାଯିବ । ପ୍ରମୋସନ ପାଇଁ ରାତି ଅଧିଆ କାମ କି କି ଧରାଧରି କଲେ ଚଳିବ ନାହିଁ । କେବଳ ନିଜ ଡ୍ୟୁଟିରେ ଭଲ ପ୍ରଦର୍ଶନ କଲେ ପ୍ରମୋସନ ଦିଆଯିବ ।

ଏହା ସହ ରେଜିଷ୍ଟ୍ରାର ଅଫିସରେ କେମିତି କାମ ହୁଏ ତାହାର ପୋଲ ଖୋଲିଲେ ଦେଓ ରଞ୍ଜନ ସିଂ । କହିଲେ, ଆମ ଅଫିସର ମାନଙ୍କ ମଧ୍ୟରେ ଗୋଟେ ଧାରଣା ଅଛି ଆମେ ବହୁତ ଭଲ କାମ କରୁଛୁ । କିନ୍ତୁ ଜନ ସାଧାରଣଙ୍କ ଫିଡବ୍ୟାକ୍ ବହୁତ ଖରାପ । ଲୋକ ଅଭିଯୋଗ କରୁଛନ୍ତି, ଯଦି କାହାକୁ ଧରିବେ ନାହିଁ କି ହାତଗୁଞ୍ଜା ଦେବେନାହିଁ ତେବେ ଜୋତା ଘୋରିହୋଇ ଛିଡ଼ିଗଲେ ବି କେହି ଶୁଣିବେ ନାହିଁ । ଯଦି ଏହି ଦୁଇଟି ଜିନିଷ କରିଦେଲେ ତେବେ ଘରେ ବସିଥିଲେ ରେଜିଷ୍ଟ୍ରେସନ ହେଇଯିବ । ଇଏ ହେଉଛି ରେଜିଷ୍ଟ୍ରାର ଅଫିସର କଥା । ଯାହାକି ଅର୍ଦ୍ଧ ସତ୍ୟ ନୁହେଁ ପୂର୍ଣ୍ଣ ସତ୍ୟ ମୁଁ କହୁଛି । ଏଭଳି ଅଭିଯୋଗ ସବୁ ଶୁଣିବା ପରେ ଅଧିକାରୀଙ୍କୁ ସତର୍କବାଣୀ ଦିଆଯାଉଛି । ଏଣିକି ରାଜସ୍ୱ ଅଧିକାରୀ ନିଜ କାର୍ଯ୍ୟରେ ସୁଧାର ଆଣନ୍ତୁ । ଅଫିସକୁ ଠିକ ସମୟରେ ଆସନ୍ତୁ । ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଅନ୍ତୁ । ନଚେତ୍ ନିଜ ପଦୋନ୍ନତି କଥା ଭୁଲିଯିବେ । ସଚିବଙ୍କ ଏଭଳି ଚେତାବନୀ ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 22 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 22 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 26 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    • By jmjnewso
    • September 14, 2026
    • 24 views
    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 11 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 8 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ