ରୁପା ମୁଦି, ଚକୋଲେଟ ଖୋଲିବ ରହସ୍ୟ.

Spread the love

ଜେଏମଜେ ବ୍ୟୁରୋ : ବଳଙ୍ଗା ନାବାଳିକା ପୋଡ଼ି ଘଟଣା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି । ବାଲେଶ୍ବର ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ବଳଙ୍ଗା ଘଟଣା ସବୁଠି ଆଲୋଚନାର ବିଷୟ ହୋଇଛି । ତେବେ ଘଟଣାସ୍ଥଳରୁ ଯାହା ସାମନାକୁ ଆସିଛି ତାହା ରହସ୍ୟକୁ ବଢ଼ାଇ ଦେଇଛି ।ଝିଅଟି ଏମ୍ସରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବାବେଳେ ଘଟଣାସ୍ଥଳରୁ ଯାହା ସାମନାକୁ ଆସିଛି ତାହା ଅତି ଚିନ୍ତାଜନକ ।

ପୁଲିସ ଓ ସାଇଣ୍ଟିଫିକ୍ ଟିମର ଯାଂଚ କରିବା ସମୟରେ ଘଟଣାସ୍ଥଳରୁ ମିଳିଛି ଭଙ୍ଗାଚୁଡ଼ି, କିରାସିନି ବୋତଲ, ଦିଆସିଲି ଖୋଳ, ପୋଡ଼ା ଡ୍ରେସ୍‌, ଚପଲ, ରୁପା ମୁଦି, ଚକୋଲେଟ୍‌ ଜରି। ଏସବୁକୁ ଜବତ କରି ନାବାଳିକାକୁ ଜାଳିଦେବା ପଛର ରହସ୍ୟ ଖୋଜୁଛି ପୁଲିସ ।

ଘଟଣସ୍ଥଳରୁ ଏସବୁ ସାମଗ୍ରୀ ମିଳିବା ପରେ ସନ୍ଦେହ ବଢ଼ି ଯାଇଛି । ରୁପା ମୁଦି ଓ ଚକୋଲେଟ୍ ଘଟଣାସ୍ଥଳକୁ କେମିତି ଆସିଲା? ଏହାକୁ କିଏ ଓ କାହା ପାଇଁ ଆଣିଥିଲେ? କିରୋସିନ ମିଳିବା ପଛରେ ହତ୍ୟା ପାଇଁ ପୂର୍ବରୁ ଯୋଜନା କରାଯାଇଥିବା ସନ୍ଦେହ କରାଯାଉଛି । ମାମଲାର ଗୁରୁତ୍ବ ଦୃଷ୍ଟିରୁ ଘଟଣାସ୍ଥଳରେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୁଲିସ୍ ୬ଜଣିଆ ୨ଟି ଟିମ୍ ଗଠନ କରିଛି । ୨ଟି ଟିମ୍ ସ୍ବତନ୍ତ୍ର ଭାବେ ଅଲଗା ଅଲଗା ମାମଲାର ତଦନ୍ତ କରୁଛନ୍ତି । ୧୦ଜଣଙ୍କୁ ଅଟକି ରଖି ପଚରାଉଚୁରା କରାଯାଉଛି । ବଳଙ୍ଗା ହରିପୁର ରୋଡରେ ଥିବା ସମସ୍ତ ସିସିଟିଭିର ଯାଂଚ କରୁଛନ୍ତି ତଦନ୍ତକାରୀ ଟିମ୍ ।

ପୀଡିତା ନାବାଳିକାଙ୍କ ଘର ପାଖରୁ ୫ଶହ ମିଟର ଦୂରରେ ନିଆଁ ଲଗାଯାଇଥିବାରୁ ରହସ୍ୟ ବଢ଼ିଛି । ମ୍ୟାପ୍ ସୂଚନା ଅନୁସାରେ ଘର ପାଖରୁ ଘର ପାଖରୁ କିଛି ଦୂରରେ ଥିବା ଭାର୍ଗବୀ ନଦୀ ବନ୍ଦ କଡରେ ଯୁବତୀ ଜଣଙ୍କୁ ତିନି ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ । ତାପରେ ଏହି ବାଟ ଦେଇ ଜଳି ଜଳି ଆସୁଥିବାବେଳେ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ ।

ଏସବୁ ଭିତରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ବଳଙ୍ଗା ଥାନାରେ ଏତଲା ଦିଆଯାଇଛି । ବଳଙ୍ଗା ପୁଲିସ ଏତଲା ଆଧାରରେ ମାମଲା ରୁଜୁ କରି ତଦନ୍ତକୁ ଜୋରଦାର କରିଛି ।

  • jmjnewso

    Related Posts

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    Spread the love

    Spread the love ସୋରଡ଼ା : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି କରି ଅଭିଯୁକ୍ତ ଫେରାର…

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଓଡ଼ିଶା ଭିଜିଲାନ୍ସ ବିଭାଗ ରାଉରକେଲାର ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଗାଡ଼ିରେ ୫ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ନିଆଯାଉଥିବା ଅଭିଯୋଗରେ ଅଟକ ରଖାଯାଇଛି। ଧନେଶ୍ୱର ବରାଡ଼ ଅବକାରୀ ଲାଇସେନ୍ସଧାରୀଙ୍କଠାରୁ ବହୁ ପରିମାଣର…

    Leave a Reply

    Your email address will not be published. Required fields are marked *

    You Missed

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 22 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 22 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 26 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    • By jmjnewso
    • September 14, 2026
    • 24 views
    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 11 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 8 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ