ରାଜ୍ୟରେ ଛାତ୍ରୀଙ୍କୁ ସୁରକ୍ଷା ଯୋଗାଇବ ‘ଶକ୍ତିଶ୍ରୀ’ : ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ବର: (ଜେଏମଜେ ନ୍ୟୁଜ) ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟରେ ଦୁଇଟି ସମ୍ବେଦନଶୀଳ ଘଟଣା ଘଟିଲା ପରେ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ମହିଳା ଓ ଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବା ପାଇଁ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟ ସରକାର ଖୁବ ଶୀଘ୍ର ‘ଶକ୍ତିଶ୍ରୀ’ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। 

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର  ନାଗରିକର ଅଧିକାର ଓ କର୍ତ୍ତବ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ମଧ୍ୟ ଗୁରୁତ୍ବ ଦେଉଛନ୍ତି। ଆମ ସରକାର ଏକ ନୂଆ ପଲିସି ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଉଛନ୍ତି। ସେଥିପାଇଁ ସରକାର ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହା ଖୁବ ଶୀଘ୍ର ଲାଗୁ ହେବ ଏବଂ ଏସ୍ଓପି ଜାରି କରାଯିବ।

ବିଗତ ଦିନର ଘଟଣାକୁ ଆଖି ଆଗରେ ରଖି ସରକାର ମହିଳା ଓ ଛାତ୍ରୀମାନଙ୍କ ସୁରକ୍ଷାକୁ ଚିନ୍ତା କରୁଛନ୍ତି। ରାଜ୍ୟର ୧୬ଟି ବିଶ୍ବବିଦ୍ୟାଳୟ ଓ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଙ୍କ ପାଇଁ ଏହା କାର୍ଯ୍ୟକାରୀ କରାଯିବ। ସେଥି ପାଇଁ ଶିକ୍ଷାନୁଷ୍ଠାନରେ ଏକ ସୁରକ୍ଷିତ ଶୈକ୍ଷକ ବାତାବରଣ ପାଇଁ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଙ୍କୁ ପ୍ରଶିକ୍ଷଣ ବ୍ୟବସ୍ଥା, ଛାତ୍ରୀମାନଙ୍କର ସଶକ୍ତୀକରଣ, ସର୍ବାଙ୍ଗୀନ ବିକାଶ କଲେଜସ୍ତରରେ କରାଯାଇପାରିବ। ଆମେ ୮ଟ ପ୍ରମୁଖ ଦିଗ ଉପରେ ଗୁରୁତ୍ବ ଦେଉଛୁ ବୋଲି ଶ୍ରୀ ମାଝୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଶକ୍ତିଶ୍ରୀ ଯୋଜନା ମାଧ୍ୟମରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପ୍ରତିଷ୍ଠା’ କରାଯିବ। ଏହାକୁ ଛାତ୍ରୀମାନେ ପରିଚାଳନା କରିବେ। ଛାତ୍ରୀମାନେ ଶକ୍ତିଶ୍ରୀ ଭାବେ କାମ କରିବେ। ଜିଲ୍ଲାପାଳଙ୍କ ଦ୍ବାରା ମନୋନୀତ ୫ ଜଣ ମହିଳା ଶକ୍ତିଶ୍ରୀ ଅପା ଭାବେ କାର୍ଯ୍ୟକରିବେ। ଏମାନେ ୩ ମାସରେ ଥରେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ। ଛାତ୍ରୀମାନଙ୍କ ପାଇଁ ୬ଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ସୁରକ୍ଷା ସଂପର୍କିତ ସଚେତନ କରାଯିବ। ଶକ୍ତିଶ୍ରୀ ମୋବାଇଲ ଆପର ଶୁଭାରମ୍ଭ ହେବ। ଛାତ୍ରୀ ଯେତେବେଳେ ଅଭିଯୋଗ କରିପାରିବେ ନିଜର ନାମ ଗୋପନ ରଖିପାରିବେ। ପଂଜିକୃତ ହେଲା ପରେ ସେମାନେ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ କଥା ହୋଇପାରିବେ। ଶିକ୍ଷକମାନଙ୍କ ପାଇଁ କୋର୍ଡ ଅଫ୍ କଣ୍ଟକ୍ଟ ଲାଗୁ ହେବ। ସେମାନଙ୍କର ପାଇଁ ମଧ୍ୟ କାର୍ଯ୍ୟକ୍ରମ ହେବ। ଲିଙ୍ଗଗତ ସମାନତା ପାଇଁ ଅଭିଯାନ କରାଯିବ। ୨ଥର ୱାର୍କସପ କରାଯିବ। କ୍ୟାମ୍ପସ ସୁରକ୍ଷା ନେଇ ପ୍ରତି କଲେଜ ଏକ ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରିବେ। 

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 22 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 22 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 26 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    • By jmjnewso
    • September 14, 2026
    • 24 views
    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 11 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 8 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ