ମହିଳା ସୁରକ୍ଷା ପାଇଁ ନାରୀ ନ୍ୟାୟ ଅଭିଯାନ ଚାଲୁରହିବ: କଂଗ୍ରେସ

Spread the love

ଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): କଂଗ୍ରେସ ଭବନ ସମ୍ମେଳନ କକ୍ଷରେ ପିସିସି ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହୋଇଛି। ଓଡ଼ିଶା ଦାୟିତ୍ବରେ ଥିବା ଏଆଇସିସିର ପ୍ରଭାରୀ ତଥା ପିସିସି ରାଜନୈତିକ କମିଟି ଅଧ୍ୟକ୍ଷ ଅଜୟ କୁମାର ଲାଲ୍ଲୁଙ୍କ ସଭାପତିତ୍ତ୍ବରେ ଅନୁଷ୍ଠିତ ବୈଠକରେ ସଭାପତି ଭକ୍ତ ଚରଣ ଦାସ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ବାଗତ କରି ବନ୍ଦ ପାଳନକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଦଳର ସମସ୍ତ ନେତା ଓ କର୍ମୀଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ସଦସ୍ୟମାନଙ୍କୁ ପ୍ରସ୍ତାବ ଓ ପରାମର୍ଶ ଦେବାପାଇଁ ଆହ୍ବାନ କରିଥିଲେ।

ଆସନ୍ତା ୨୪ ତାରିଖ ଦିବଂଗତା ଛାତ୍ରୀଙ୍କ ଏକାଦଶାହ ଦିନ ସବୁ କଲେଜରେ ଦୁଇ ମିନିଟ୍ ଲେଖାଏଁ ନିରବ ପ୍ରାର୍ଥନା କରାଯିବ ବୋଲି ଶ୍ରୀ ଦାସ କହିଥିଲେ। ସେହିପରି ମହିଳା କଂଗ୍ରେସ ତରଫରୁ ରାଜ୍ୟବ୍ୟାପୀ ସେଦିନ ଗୋଟିଏ ମିନିଟ୍‌ର ନିରବ ପ୍ରାର୍ଥନା କରି ପରଲୋକଗତା ଆତ୍ମାର ସଦଗତି କାମନା କରାଯିବ। ମହମବତୀ ଜଳାଇ ଶ୍ରଦ୍ଧାଂଜଳି ଅର୍ପଣ କରାଯିବ। ଏହାଛଡ଼ା, ଆଗକୁ କଂଗ୍ରେସ ପକ୍ଷରୁ ରାଜ୍ୟରେ ୬ଟି ବଡ଼ ସମାବେଶ ଓ ଜିଲ୍ଲାସ୍ତରୀୟ ସମାବେଶ ଆୟୋଜନ ହେବ ବୋଲି ସେ ସୂଚନା ଦେଇଥିଲେ।

ସେ ଆହୁରି କହିଥିଲେ, ଏଆଇସିସିର ‘ସୃଜନ’ ଜରିଆରେ ଖୁବ୍‌ଶିଘ୍ର ସାଂଗଠନିକ ପ୍ରସ୍ତୁତି ହେବ। ପିସିସିର ଏକ ମହିଳା ସୁରକ୍ଷା (ନାରୀ ନ୍ୟାୟ) ସେଲ୍‌ ଗଠନ କରାଯାଇ ୨/୩ ଜଣ ମହିଳାଙ୍କୁ ଦାୟିତ୍ବ ଦିଆଯିବ। ଏଥିନିମନ୍ତେ ଏକ ‘ଆପ୍’ କରାଯାଇ ଟୋଲ୍‌-ଫ୍ରି ନମ୍ବରଟିଏ ଦିଆଯିବା ନେଇ ସେ ଘୋଷଣା କରିଥିଲେ। ସେହିପରି ବନ୍ଦ ପାଳନର ସଫଳତା ପାଇଁ ଉପସ୍ଥିତ ସଦସ୍ୟମାନେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ପିସିସି ସଭାପତି ଓ ଏଆଇସିସି ଓଡ଼ିଶା ପ୍ରଭାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ପରି ଅନ୍ୟ ସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକରେ କଂଗ୍ରେସ ରାଜ୍ୟବାସୀଙ୍କୁ ସଚେତନ କରେଇଚାଲିବ ବୋଲି ସଦସ୍ୟମାନେ ସଂକଳ୍ପ ନେଇଥିଲେ।

ବୈଠକରେ ଶ୍ରୀକାନ୍ତ ଜେନା, ନିରଂଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଜଗନ୍ନାଥ ପଟ୍ଟନାୟକ, ଅମରନାଥ ପ୍ରଧାନ, ନଗେନ୍ଦ୍ରନାଥ ପ୍ରଧାନ, ଶରତ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ରାମଚନ୍ଦ୍ର ଖୁଣ୍ଟିଆ, ମହମ୍ମଦ ମୋକିମ, ଡ. ବିଶ୍ବରଂଜନ ମହାନ୍ତି ଓ ସସ୍ମିତା ବେହେରା ଓ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ପ୍ରଭାରୀ ଶ୍ରୀ ଲଲ୍ଲୁ ଏଭଳି ଲଢ଼େଇ ଚାଲୁରହିଲେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ମତ ଦେଇଥିଲେ।

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 23 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 28 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 27 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 40 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 46 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍