ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର, ସଦ୍ୟତମ ସୂଚନା ଜାରି କଲା ଦିଲ୍ଲୀ ଏମ୍ସ

Spread the love

ଜେଏମଜେ ବ୍ୟୁରୋ : ନିମାପଡ଼ା ବଳଙ୍ଗାରେ ଏକ ସାଂଘାତିକ ଘଟଣା କ୍ରମେ ଆହତ ହୋଇଥିବା ନାବାଳିକାଙ୍କୁ ଆଜି ଅଧିକ ଚିକିତ୍ସା ପାଇଁ ଦିଲ୍ଲା ଏମ୍ସ ପଠାଯାଇଛି। ଭୁବନେଶ୍ବର ଏମ୍ସରୁ ଗ୍ରୀନ କରିଡର ମାଧ୍ୟମରେ ତାଙ୍କୁ ବିମାନ ବନ୍ଦର ନିଆଯାଇଥିଲା। ସେଠାରୁ ଏକ ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଇଛି। ତେବେ ପୀଡ଼ିତାଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ସଦ୍ୟତମ ସୂଚନା ଜାରି କରିଛି ଦିଲ୍ଲୀ ଏମ୍ସ।

ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି। ତେବେ ଭୁବନେଶ୍ଵର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେବା ପୂର୍ବରୁ ପୀଡ଼ିତାଙ୍କ ଅବସ୍ଥାରେ ଉନ୍ନତି ଆସିଥିବା କୁହାଯାଇଥିଲା।

ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଆଜି ଅପରାହ୍ନ ୪ଟା ୨୦ରେ ପୀଡ଼ିତାଙ୍କୁ ଭର୍ତ୍ତି କରାଯାଇଥିଲା। ଝିଅର ୭୫% ଶରୀର ପୋଡ଼ି ଯାଇଛି। ଅବସ୍ଥା ଗୁରୁତର ରହିଛି ଏବଂ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି। ଏମ୍ସ ICU ବର୍ଣ୍ଣ ୟୁନିଟ୍ ଓ ପ୍ଲାଷ୍ଟିକ ସର୍ଜରୀ ବ୍ଲକ୍ରେ ଚିକିତ୍ସା କରାଯାଉଛି। ଗୋଟିଏ ଡାକ୍ତରୀ ଟିମ୍ ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି।

ନିମାପଡ଼ା ବଳଙ୍ଗାରେ ଏକ ସାଂଘାତିକ ଘଟଣା କ୍ରମେ ଆହତ ହୋଇଥିବା ନାବାଳିକାଙ୍କୁ ଆଜି ଅଧିକ ଚିକିତ୍ସା ପାଇଁ ଦିଲ୍ଲା ଏମ୍ସ ପଠାଯାଇଛି। ଭୁବନେଶ୍ବର ଏମ୍ସରୁ ଗ୍ରୀନ କରିଡର ମାଧ୍ୟମରେ ତାଙ୍କୁ ବିମାନ ବନ୍ଦର ନିଆଯାଇଥିଲା। ସେଠାରୁ ଏକ ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଇଥିଲା। ପୂର୍ବ ଅପେକ୍ଷା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହୋଇଥିବାରୁ ଦିଲ୍ଲୀରେ ତାଙ୍କୁ ଉତ୍ତମ ଚିକିତ୍ସା ମିଳିପାରିବ ବୋଲି ଆଶା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ପୀଡ଼ିତାଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ ଭୁବନେଶ୍ବର ଏମ୍ସରେ ପୀଡ଼ିତାଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିବା ସହିତ ତାଙ୍କୁ ଦିଲ୍ଲୀ ଏୟାର ଲିଫ୍ଟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଦିଲ୍ଲୀ ଏମ୍ସରେ ତାଙ୍କର ପରବର୍ତ୍ତୀ ଚିକିତ୍ସା ପାଇଁ ସ୍ଥିର ହୋଇଥିଲା। ଆଉ ଆଜି ଆରମ୍ଭ ହୋଇଥିଲା ପ୍ରକ୍ରିୟା। ସମୟ ଦିନ ସାଢ଼େ ୧୨ଟା ଭୁବନେଶ୍ବର ଏମ୍ସରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାଏଁ କରାଯାଇଥିଲା ଗ୍ରୀନ କରିଡର। ଆଗରୁ ଏକାଧିକବାର ଗ୍ରୀନ କରିଡର କରିଥିବା କମିଶନରେଟ ପୋଲିସ ଏଥିପାଇଁ ପୂରା ରାସ୍ତାକୁ ନିଜ ନିୟନ୍ତ୍ରଣକୁ ନେଇଥିଲା।

ସମୟ ୧୨ଟା ୩୦ ମିନିଟ। ପୀଡ଼ିତାଙ୍କୁ ଏମ୍ସରୁ ବାହାରକୁ ଅଣାଯାଇଥିଲା। ଆମ୍ବୁଲାନ୍ସ ଯୋଗେଁ ଆରମ୍ଭ ହୋଇଥିଲା ଯାତ୍ରା। ଏସକର୍ଟ ଭେହିକିଲ୍ ବାଟ କଢ଼ାଇ ନେଇଥିଲା। ଏବଂ ଠାଏ ଠାଏ ଅପେକ୍ଷା କରି ରହିଥିଲେ ଟ୍ରାପିକ କର୍ମଚାରୀ। ଆମ୍ବୁଲାନ୍ସ ଭୁବନେଶ୍ବର ରାସ୍ତାରେ କ୍ଷୀପ୍ର ଗତିରେ ଆଗେଇ ଚାଲିଥିଲା। ଆଗୁଆ ରାସ୍ତା ସଫା କରି ରଖିଥିଲେ ଟ୍ରାଫିକ କର୍ମଚାରୀ। ବିମାନ ବନ୍ଦରରେ ଠିଆ ହୋଇଥିଲା ଏୟାର ଆମ୍ବୁଲାନସ। ସେଠାରେ ପହଞ୍ଚିଥିଲା ଏମ୍ସରୁ ଆସିଥିବା ଆମ୍ବଲାନ୍ସ। ସାଙ୍ଗରେ ଆସିଥିଲେ ପରିବାର ସଦସ୍ୟ । ପୀଡ଼ିତାଙ୍କ ସହିତ ବାପା, ଦାଦା ଓ ପିଉସୀ ବି ସାଙ୍ଗରେ ଯାଇଛନ୍ତି। ଦିଲ୍ଲୀ ଏମସ ପହଞ୍ଚିବା ଯାଏ ଚିକିତ୍ସା ଜାରି ରଖିବା ପାଇଁ ଡାକ୍ତର ଟିମ୍ ମଧ୍ୟ ରହିଛନ୍ତ

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    Spread the love

    Spread the love ସୋରଡ଼ା : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି କରି ଅଭିଯୁକ୍ତ ଫେରାର…

    Leave a Reply

    Your email address will not be published. Required fields are marked *

    You Missed

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 22 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 29 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 28 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    • By jmjnewso
    • September 14, 2026
    • 24 views
    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 12 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 8 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ