ଜେଏମଜେ ବ୍ୟୁରୋ : ୨ୟ ଥର ରାଜ୍ୟ ସଭାପତି ଭାବରେ ପୁନଃ ନିର୍ବାଚିତ ହେବା ପରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ମନମୋହନ ସାମଲ । ତାଙ୍କ ସହିତ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଦିଲ୍ଲୀରେ ବିଜେପି ହାଇକମାଣ୍ଡଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିପାରନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟପାଳଙ୍କୁ ଭେଟିଥିଲେ ।
ରାଜ୍ୟ ସଭାପତି ଭାବେ ଚୟନ ହେବା ପରେ ଦିଲ୍ଲୀ ଯାଉଛନ୍ତି ମନମୋହନ । ଏହି ଗସ୍ତକୁ ନେଇ ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।
ସୂଚନାନୁସାରେ, ବର୍ତ୍ତମାନ ମନ୍ତ୍ରିମଣ୍ଡଳରେ ଖାଲି ପଡ଼ିଛି ୬ଟି ମନ୍ତ୍ରୀ ପଦ। ଜଣେ ଜଣେ ମନ୍ତ୍ରୀଙ୍କ ହାତରେ ଅଛି ଏକାଧିକ ବିଭାଗ। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ହୋଇଥିବା ସୂଚନା ମିଳିଛି। କିଏ ପଡିବେ ବାଦ, କିଏ ହେବେ ସାମିଲ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି ।
ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଦିଲ୍ଲୀ ଗସ୍ତରେ ଯାଇଥିଲେ । ସେଠାରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ଏବଂ ବିଭିନ୍ନ ବୋର୍ଡ ଓ ଖାଲି ପଡିଥିବା ନିଗମ ପଦବୀ ପୂରଣ ନେଇ ଆଲୋଚନା କରିଥିଲେ ।






