IAS ସ୍ତରରେ ପୁଣି ଅଦଳବଦଳ: ୯ ସ୍ଥାନରେ ଉପଜିଲ୍ଲାପାଳ ନିଯୁକ୍ତ

Spread the love

ଜେଏମଜେ ବ୍ୟୁରୋ : ତିନି ଦିନ ଭିତରେ ରାଜ୍ୟ ସରକାର ପୁଣି ଥରେ ପ୍ରଶାସନିକ ସ୍ତରରେ ଅଦଳବଦଳ ସହ ନୂଆ ନିଯୁକ୍ତି ଦେଇଛନ୍ତି । ୪ ଆଇଏଏସଙ୍କ ବଦଳି କରାଯାଇଥିବା ବେଳେ ୨୦୨୩ ବ୍ୟାଚର ୯ ଆଇଏଏସ ଅଧିକାରୀଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ଗୁରୁବାର ସଂଧ୍ୟାରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣ ଅଦଳବଦଳ କରିଥିଲେ । ୪୯ ଆଇଏଏସ୍ ଅଫିସରଙ୍କ ବିଭାଗ ଓ ଜିଲ୍ଲା ବଦଳାଇଥିଲେ ।୨୦୦୫ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ବିଏମସିର ପୂର୍ବତନ କମିଶନର ରାଜେଶ ପ୍ରଭାକର ପାଟିଲଙ୍କୁ ସମବାୟ ବିଭାଗର କମିଶନର ଏବଂ ସଚିବ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି । ସେହିପରି ଆଇଏଏସ୍ କେତନ ଉପାଧ୍ୟାୟଙ୍କୁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ନିଯୁକ୍ତ କରାଯାଇଛି । ପୂର୍ବରୁ ସେ ଏହି ବିଭାଗର ନିର୍ଦ୍ଦେଶକ ଥିଲେ । ଆଇଏଏସ୍ ସମର୍ଥ ବର୍ମାଙ୍କୁ ମାଇନର୍ ମିନେରାଲ୍ ବିଭାଗର ନିର୍ଦ୍ଦେଶକ କରାଯାଇଛି । ଆଇଏଏସ୍ ଦୀପଙ୍କର ମହାପାତ୍ରଙ୍କୁ ହକି ପ୍ରୋମସନ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କରାଯାଇଛି ।

ଅନ୍ୟପଟେ ୨୦୨୩ ବ୍ୟାଚ୍ର ଆଇଏଏସ୍ ଅଫିସରମାନଙ୍କୁ ବିଭିନ୍ନ ଜିଲ୍ଲାରେ ଉପଜିଲ୍ଲାପାଳ ନିଯୁକ୍ତ ଦେଇଛନ୍ତି ସରକାର ।

ପରେଶ ଅଗ୍ରୱାଲ- ଧର୍ମଗଡ଼ ଉପଜିଲ୍ଲାପାଳ

ପ୍ରଣତୀ ଦାସ- ବାଲିଗୁଡ଼ା ଉପଜିଲ୍ଲାପାଳ

କସ୍ତୁରୀ ପଣ୍ଡା- ପଞ୍ଚପୀର, କରଞ୍ଜିଆ ଉପଜିଲ୍ଲାପାଳ

ଅଭିଶେଷ ଦୀଲିପ ଦୁଧଳ- ଗୁଣୁପୁର ଉପଜିଲ୍ଲାପାଳ

ଅସନୀ ଏ ଏଲ୍- ନବରଙ୍ଗପୁର ଉପଜିଲ୍ଲାପାଳ

ସି ସରଭାନନ୍- କୁଚିଣ୍ଡା ଉପଜିଲ୍ଲାପାଳ

ତେଜସ୍ୱିନୀ ବେହେରା-ସୁନ୍ଦରଗଡ଼ ଉପଜିଲ୍ଲାପାଳ

ଶିବ ମାଲଭିୟ- ଆନନ୍ଦପୁର ଉପଜିଲ୍ଲାପାଳ

ଅବିନାଶ କୁମାର- ବ୍ରହ୍ମପୁର ଉପଜିଲ୍ଲାପାଳ

  • jmjnewso

    Related Posts

    UPI କାରବାର ନେଇ ଆସିଲା ନୂଆ ନିୟମ

    Spread the love

    Spread the loveନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ…

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 23 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 30 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 27 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 40 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 47 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍