ଆମଦାନୀ ନେତାଙ୍କ ସହ ନବୀନ ଙ୍କ ଆଲୋଚନା

Spread the love

ଜେଏମଜେ ବ୍ୟୁରୋ : ବିଜେପି ଛାଡ଼ି ବିଜେଡିକୁ ଆସିଥିବା ନେତାଙ୍କ ସହ ନବୀନଙ୍କ ଭେଟଘାଟ୍ । ଆଲୋଚନା କଲେ ଆଉ ପ୍ରତିଶ୍ରୁତି ବି ଦେଲେ। ଯାହାକୁ ନେଇ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା। ବ୍ରହ୍ମପୁର ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ସମେତ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂ, ନୟାଗଡ଼ର ନେତ୍ରୀ ଇରାନୀ ରାୟ ଓ ତାଙ୍କ ସ୍ବାମୀ, କବିସୂର୍ଯ୍ୟନଗରର ରଞ୍ଜନ ପଲେଇ, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ୧୦ରୁ ଅଧିକ ନେତା ଗତକାଲି ନବୀନଙ୍କୁ ଭେଟିଛନ୍ତି।
ନବୀନଙ୍କ ସହ ଭେଟଘାଟ୍ ନେଇ ପ୍ରତିକ୍ରିୟାରେ ଇରାନୀ ରାୟ କହିଛନ୍ତି, ଏହା ସୌଜନ୍ୟମୂଳକ ସାକ୍ଷାତକାର ଥିଲା।

ନିର୍ବାଚନ ପୂର୍ବରୁ ଭେଟିବାର ସୁଯୋଗ ମିଳି ନଥିବାରୁ ସମସ୍ତେ ଏକାଠି ନବୀନଙ୍କୁ ଭେଟିଲୁ। ତେବେ ନିର୍ବାଚନ ପୂର୍ବରୁ ଦଳର ସୁପ୍ରିମୋ ନେତାଙ୍କୁ ଭେଟିଥିଲେ ଆହୁରି ଭଲ ହୋଇଥାନ୍ତା ବୋଲି ଇରାନୀ କହିଛନ୍ତି । ସେହିପରି ଏ ନେତାମାନେ ପୁଣି ବିଜେପିକୁ ଫେରିବା ଚର୍ଚ୍ଚାକୁ ବି ଖଣ୍ଡନ କରିଛନ୍ତି। ସେପଟେ ଗତକାଲିର ବୈଠକ ଦଳୀୟ ନେତାଙ୍କୁ ନେଇ କରାଯାଇଛି। ଯଦି କେହି ସ୍ବାର୍ଥବାଦୀ ନେତା ଯିବେ ତାହା ବିଜେଡି ପାଇଁ ଶୁଭଙ୍କର ହେବ ବୋଲି କହିଛନ୍ତି ବିଧାୟକ ଶାରଦା ଜେନା।
ଏଠି ପ୍ରଶ୍ନ କେବଳ ବିଜେପିରୁ ଆସିଥିବା ନେତାଙ୍କୁ କାହିଁକି ହଠାତ୍ ଭେଟିଲେ ନବୀନ ? ଦୁଇ ରାଜ୍ୟସଭା ସାଂସଦ ବିଜେପି ଯିବାପରେ ଏହି ନେତାଙ୍କ ମଧ୍ୟରୁ କାଳେ କେହି ନିଜ ପୁରୁଣା ଦଳକୁ ପଳାଇବ ସେନେଇ ଦଳପତିଙ୍କ ଚିନ୍ତା ବଢିଯାଇଛି କି? ଯେଉଁଥିପାଇଁ ସେମାନଙ୍କ ସହ ଆଲୋଚନା କରି ଆଶ୍ବାସନା ଦେଲେ। କଂଗ୍ରେସ୍ ଓ ଅନ୍ୟଦଳରୁ ଆସିଥିବା ନେତାଙ୍କୁ ନଭେଟିବା ଏହି ଚର୍ଚ୍ଚାକୁ ଇନ୍ଧନ ଯୋଗାଇଛି। ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ବିଜେପିରେ ଥିବା ବେଳେ ବିଭିନ୍ନ ପଦ ପଦବିରେ ଥିବା ଏସବୁ ନେତା ବିଜେଡିରେ ଏକ ପ୍ରକାର କୋଣଠେସା।ବିଜେଡି ସଂଗଠନରେ କିପରି ଦାୟିତ୍ବ ମିଳିବ ସେଥିଲାଗି ନବୀନଙ୍କୁ କୁଆଡେ ଏସବୁ ନେତା ଅବଗତ କରିଛନ୍ତି। ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଜେଡି ସଂଗଠନକୁ ସଜାଡ଼ିବାକୁ ନବୀନ ଏବେ ସବୁ ନେତାଙ୍କ ସହ ଆଲୋଚନା କରି ରଣନୀତି ପ୍ରସ୍ତୁତ କରୁଛନ୍ତି । କାରଣ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ସେଥିଲାଗି କସରତ ଆରମ୍ଭ କରିଛି ଦଳ। ଦିନେ ନବୀନଙ୍କୁ ଭେଟିବା ବିଜେଡି ନେତାଙ୍କ ପାଇଁ ସ୍ବପ୍ନ ଥିଲା। ଆଉ ଏବେ ଖୋଦ୍ ନବୀନ ନେତା, ପଞ୍ଚାୟତ ପ୍ରତିନିଧି, ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଠୁ ଆରମ୍ଭ କରି ଗଣେଶ ପୂଜା ମଣ୍ଡପ ବି ବୁଲିଲେଣି। ଲୋକଙ୍କ ଆସ୍ଥା ଭାଜନ ଲାଗି ନବୀନଙ୍କ ଏହି ଷ୍ଟ୍ରାଟେଜି କେତେ କାମ ଦେଉଛି ତାଉପରେ ନଜର।

  • Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 34 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 67 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    • By jmjnewso
    • September 17, 2026
    • 24 views
    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    • By jmjnewso
    • September 17, 2026
    • 30 views
    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 33 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 78 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ