ତାରାତାରିଣୀ ଙ୍କ ପୀଠରୁ ଆଉ ଭୋକିଲା ଫେରିବେନି ଭକ୍ତ।

Spread the love


ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ ଏଣିକି ଭକ୍ତମାନଙ୍କୁ ଆଉ ଭୋକିଲା ହୋଇ ଫେରିବାକୁ ପଡିବନି। ଏଥିନେଇ ସରକାରଙ୍କ ପକ୍ଷରୁ ନିଆଯାଇଛି ବଡ ପଦକ୍ଷେପ। କିପରି ଭକ୍ତମାନେ ସ୍ବଳ୍ପ ମୂଲ୍ୟରେ ଉତ୍ତମମାନର ରନ୍ଧା ଖାଦ୍ୟ ପାଇପାରିବେ, ସେନେଇ ଜିଲା ପ୍ରଶାସନ ପକ୍ଷରୁ ଜୋରସୋରରେ ଉଦ୍ୟମ ଆରମ୍ଭ ହୋଇଛି।
ଶୁକ୍ରବାର ତାରାତାରିଣୀଙ୍କ ପୀଠରେ ଛତ୍ରପୁର ଉପଜିଲାପାଳ ଡଃ ଶିବାଶିଷ ବରାଳଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ ବୈଠକ ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ବିଡିଓ ଶରତକୁମାର ପାତ୍ର,ଥାନା ଆଇଆଇସି ରାଜେଶକୁମାର ନାୟକ, ଏନଏସି ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା, ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡି, ପୂର୍ତ୍ତ ବିଭାଗୀୟ ସହକାରୀଯନ୍ତ୍ରୀ ସୁରେଶ ମିଶ୍ର, ମନ୍ଦିର ଉନ୍ନୟନ କମିଟିର ସଂପାଦକ ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ସମସ୍ତ ଲାଇନ ଡିପାର୍ଟମେଣ୍ଟ ଓ ସେବାୟତମାନଙ୍କୁ ନେଇ ବୈଠକ ଅନୁଷ୍ଟିତ ହୋଇଥିଲା।
ଏଠାରେ ସରକାରଙ୍କ ପକ୍ଷରୁ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯାଇଥିବା ଅତ୍ୟାଧୁନିକ ଶୈଳୀର ସ୍ବୟଂଚାଳିତ ରନ୍ଧନ ମେଶିନ ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତ ହେବ। ଏଥିରେ ୩୦ ମିନିଟ୍‌ରେ ୩ ହଜାର ଲୋକଙ୍କ ଲାଗି ରୋଷେଇ ହୋଇପାରିବ। ମନ୍ଦିରକୁ ଆସୁଥିବା ଭକ୍ତଙ୍କ ଲାଗି ଦୈନିକ ୧୫ ହଜାର ବ୍ୟକ୍ତିଙ୍କ ଲାଗି ରନ୍ଧା ଖାଦ୍ୟ ପ୍ରସାଦର ବ୍ୟବସ୍ଥା ରହିଥିବାବେଳେ ଭକ୍ତଙ୍କ ଭିଡ ଓ ଆବଶ୍ୟକତାକୁ ଦେଖି ରନ୍ଧାର ପରିମାଣ ବୃଦ୍ଧି କରାଯିବ। ଏହାସହ ଚୈତ୍ର ଯାତ୍ରା ସମୟରେ ଲକ୍ଷାଧିକ ଭକ୍ତ ଜମା ହେଉଥିବା ବେଳେ ସେଥିଲାଗି ମଧ୍ୟ ପ୍ରସାଦ ଯୋଗାଇଦେବାର ଲକ୍ଷ୍ୟ ରଖି ପଦକ୍ଷେପ ନିଆଯାଉଥିବାର ଉପଜିଲାପାଳ ଡଃ ଶିବାଶିଷ ବକାଳ କହିଛନ୍ତି। ଏହାସହ ଏହାର ଦାୟିତ୍ୱ ସେବାୟତମାନଙ୍କୁ ଦିଆଯିବ ଓ ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ମଧ୍ୟରେ କାର୍ଯକାରୀ କରିବାକୁ ଯୋଜନା ରହିଥିବାର ସେ କହିଛନ୍ତି। ଏହି ଯୋଜନା ଦ୍ବାରା ଦୈନିକ ମା’ଙ୍କ ଦର୍ଶନ ଲାଗି ଆସୁଥିବା ହଜାର ହଜାର ଭକ୍ତ ପ୍ରସାଦ ପାଇବାର ସୌଭାଗ୍ୟ ପାଇପାରିବେ।

  • jmjnewso

    Related Posts

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ କବିସୂର୍ଯ୍ୟନଗର ବନଦେବୀ ଆଇ.ଟି.ଆଇ ଠାରେ ଏଲ୍ ଏଣ୍ଡ ଟି ପ୍ରାଇଭେଟ୍ ଲିମିଟେତ ସଂସ୍ଥା ତରଫରୁ ଏକ construction skill training institute ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ L &…

    SIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ

    Spread the love

    Spread the loveSIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ କଳାହାଣ୍ଡି: ଜେଏମଜେ ନ୍ୟୁଜ : SIR କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବିତ ହେଲେ BLO ଦାୟିତ୍ବରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ…

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…