ଭିଜିଲାନ୍ସ ଜାଲରେ ଜୟପୁର ଫରେଷ୍ଟ ରେଞ୍ଜର: ଘରୁ ମିଳିଲା ଟ୍ରେଜେରି ଭର୍ତ୍ତି ଟଙ୍କା, ଦେଢ କେଜି ସୁନା

Spread the love

ଭିଜିଲାନ୍ସରେ ପୁଣି ଜଣେ ସରକାରୀ ବାବୁ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଫରେଷ୍ଟ ରେଞ୍ଜର ରାମଚନ୍ଦ୍ର ନେପକ ଘରେ ଭିଜିଲାନ୍ସ ରେଡ କରିଛି । ଚଢାଉ ବେଳେ ଫରେଷ୍ଟ ରେଞ୍ଜରଙ୍କ ଘରୁ ମିଳିଛି ଅମାପ ସମ୍ପତ୍ତି । ଟଙ୍କାର ଥାକ କରି ଭର୍ତ୍ତି ହୋଇଥିବା ଟ୍ରେଜେରି ସହିତ ସୁନାର ବିସ୍କୁଟ ସହ ଗୋଲ୍ଡ କଏନ ମଧ୍ୟ ଠାବ ହୋଇଛି । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ‘ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭାଯୋଗରେ ଭିଜିଲାନ୍ସ ଟିମ୍ ରାମଚନ୍ଦ୍ର ନେପକଙ୍କ କୋରାପୁଟର ଘର ସମେତ ଜୟପୁର ଓ ଭୁବନେଶ୍ୱରରେ ଏକାଳୀନ ରେଡ କରାଯାଇଥିଲା । ରେଡରେ 6 ଜଣ ଡିଏସପି ଓ 5 ଇନିସପେକ୍ଟର ସହ 9 ଜଣ ଏଏସଆଇ ସାମିଲ ଥିଲେ । ବିଭିନ୍ନ ସ୍ଥାନକୁ ଯାଇ ଛାନଭିନ କରିଥିଲା ଟିମ୍‌ । 6ଟି ସ୍ଥାନରେ ରେଡ ଜାରି ରହିଛି ।

କୋରାପୁଟ ପିଆର ପେଟାର ପୈତୃକ ଘର ସମେତ ଗୋଲ୍ଡେନ ହାଇଟ୍ସ ରେସିଡେନ୍ସିଆଲ ଆପାର୍ଟମେଣ୍ଟରେ 510 ଓ 511 ମଧ୍ୟ ଚଢ଼ାଉ ହୋଇଥିଲା।ସେହିପରି ତାଙ୍କର ଭାଇଙ୍କ ଘର ରଘୁନାଥପୁର ଭୁବନେଶ୍ୱରରେ ମଧ୍ୟ ରେଡ କରିଥିଲା ଭିଜିଲାନ୍ସ ଟିମ୍ । ଏହା ସହିତ ଜୟପୁରରେ ଥିବା ଶ୍ବଶୁର ଘର ଓ ଜୟପୁର ଫରେଷ୍ଟ ଡିଭିଜନର ଅଫିସରେ ମଧ୍ୟ ଚଢ଼ାଉ କରାଯାଇଥିଲା ।



  • jmjnewso

    Related Posts

    ଭଞ୍ଜନଗର ଥାନାରେ ତୃତୀୟ ମୋବାଇଲ ମେଳା

    Spread the love

    Spread the loveଭଞ୍ଜନଗର : ଜେଏମଜେ ନ୍ୟୁଜ (ପୁରୁଷୋତ୍ତମ ମହାପାତ୍ର ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ଚଳିତ ବର୍ଷର ତୃତୀୟ ମୋବାଇଲ ମେଳା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍‌ ମଧ୍ୟରୁ ମୋଟ ୩୫ଟି…

    କୁଶପଡା ରେ ନିଆରା ବାହୁଡା଼ ଯାତ୍ରା

    Spread the love

    Spread the love ଦିଗପହଣ୍ଡି : ଜେଏମଜେ ନ୍ୟୁଜ (ଗଜାନନ ତ୍ରିପାଠୀ ): ଓଡ଼ିଶା ରାଜ୍ୟ ଗଂଜାମ ଜିଲ୍ଲା ଦିଗପହଣ୍ଡିର କୁଶପଡ଼ାରେ ଗ୍ରାମରେ କବିରୀଜ ଡ଼କ୍ଟର ଗଜାନନ ତ୍ରିପାଠୀ ଆଇନଜୀବୀ ଏବଂ ସାମ୍ବାଦିକ ଙ୍କ ଦ୍ବାରା ପ୍ରତିଷ୍ଠିତ ଚତୁର୍ଦ୍ଧା ଦୁରୁ ଦିଅଁ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ