ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ କୁମାରଙ୍କ ବଡ଼ ଘୋଷଣା । ଏଣିକି ମାସକୁ ସାମ୍ବାଦିକଙ୍କୁ ମିଳିବ ୧୫ ହଜାର ପେନ୍‌ସନ୍‌

Spread the love

ଜେଏମଜେ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ କୁମାରଙ୍କ ବଡ଼ ଘୋଷଣା । ଏଣିକି ମାସକୁ ସାମ୍ବାଦିକଙ୍କୁ ମିଳିବ ୧୫ ହଜାର ପେନ୍‌ସନ୍‌ । ବିହାର ସାମ୍ବାଦିକ ସମ୍ମାନ ଯୋଜନା ଅଧୀନରେ ରାଜ୍ୟର ଯୋଗ୍ୟ ସାମ୍ବାଦିକମାନଙ୍କୁ ମାସିକ ୧୫ ହଜାର ଟଙ୍କାର ପେନସନ ପ୍ରଦାନ କରାଯିବ । ଏହି ପଦକ୍ଷେପ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ଦିନ ଧରି ସେବା କରିଥିବା ବ୍ୟକ୍ତିମାନଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ କରାଯାଇଛି ବୋଲି ନୀତିଶ କହିଛନ୍ତି ।

ବିହାର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ବରିଷ୍ଠ ସାମ୍ବାଦିକମାନଙ୍କୁ ସେମାନଙ୍କ ଅବସର ପରବର୍ତ୍ତୀ ଜୀବନରେ ଆର୍ଥିକ ସହାୟତା ପ୍ରଦାନ କରିବା । ଦୀର୍ଘବର୍ଷ ଧରି ଗଣତନ୍ତ୍ରର ରକ୍ଷା କରୁଥିବା ସାମ୍ବାଦିକମାନେ ଏହି ଯୋଜନାର ଲାଭ ପାଇବେ । ସାମ୍ବାଦିକଙ୍କ ଖାତାକୁ ସିଧାସଳଖ ଟଙ୍କା ଯିବ ବୋଲି କୁହାଯାଇଛି । ଖାଲି ଏତିକି ନୁହେଁ ବରଂ ଯଦି ଜଣେ ପେନସନଭୋଗୀ ସାମ୍ବାଦିକଙ୍କର ଦେହାନ୍ତ ହୁଏ, ତେବେ ତାଙ୍କ ପତ୍ନୀଙ୍କୁ ପାରିବାରିକ ପେନସନ ଭାବରେ ମାସିକ ୧୦ ହଜାର ଟଙ୍କା ପେନ୍‌ସନ୍‌ ମିଳିବ ।

କେଉଁମାନେ ପାଇବେ ପେନ୍‌ସନ୍‌

ଘୋଷଣା ହୋଇଥିବା ଏହି ପେନସନ ଯୋଜନାର ଲାଭ ପାଇବା ପାଇଁ ସରକାର କିଛି ନିର୍ଦ୍ଦିଷ୍ଟ ଯୋଗ୍ୟତା ନିର୍ଦ୍ଧାରଣ କରିଛନ୍ତି:
• ଅଭିଜ୍ଞତା: ଆବେଦନକାରୀ ସାମ୍ବାଦିକଙ୍କର କୌଣସି ସମ୍ବାଦପତ୍ର କିମ୍ବା ଟିଭି ଚ୍ୟାନେଲରେ ଅତି କମରେ ୧୫ ବର୍ଷରୁ ଅଧିକ କାର୍ଯ୍ୟ କରିବାର ଅଭିଜ୍ଞତା ଥିବା ଆବଶ୍ୟକ ।
• ବୟସ: ଆବେଦନକାରୀଙ୍କ ବୟସ ୬୦ ବର୍ଷ ବା ତାହାଠୁ ଅଧିକ ହୋଇଥିବା ଆବଶ୍ୟକ ।
• ସ୍ଥାୟୀ ବାସିନ୍ଦା: ଆବେଦନକାରୀ ବିହାରର ସ୍ଥାୟୀ ବାସିନ୍ଦା ହୋଇଥିବା ବାଧ୍ୟତାମୂଳକ ।
• ଅନ୍ୟ ପେନସନ: ଯେଉଁ ସାମ୍ବାଦିକମାନେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) କିମ୍ବା ଅନ୍ୟ କୌଣସି ସରକାରୀ ପେନସନ ଯୋଜନାରୁ ଲାଭ ପାଉଛନ୍ତି, ସେମାନେ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।
• ଆପରାଧିକ ମାମଲା: ଆବେଦନକାରୀ କୌଣସି ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନଥିବା ଆବଶ୍ୟକ ।

ପୂର୍ବ ଯୋଜନା ହେଲା ସଂଶୋଧିତ

ସାମ୍ବାଦିକଙ୍କ ପାଇଁ ପୂର୍ବରୁ ଯୋଜନା ହୋଇଥିଲା । ହେଲେ ଏବେ ସେଥିରେ ସଂଶୋଧନ କରାଯାଇଛି । କାରଣ ପୂର୍ବରୁ ଯେଉଁ ଯୋଜନା ହୋଇଥିଲା ସେଥିରେ ଅନେକ ସାମ୍ବାଦିକମାନେ ଯୋଜନାର ଲାଭ ପାଉନଥିଲେ । ହେଲେ ନୂଆ ଯୋଜନାରେ ସବୁ ଯୋଗ୍ୟ ସାମ୍ବାଦିକ ଲାଭ ପାଇବେ ବୋଲି ସରକାର ଆଶା ରଖିଛନ୍ତି । ସେପଟେ ଏହି ଯୋଜନା ଘୋଷଣା ହେବା ପରେ ସାମ୍ବାଦିକ ମହଲରେ ବି ଖୁସି ଦେଖିବାକୁ ମିଳିଛି ।

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 23 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 30 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 27 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 40 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 47 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍