NDA ଉପରାଷ୍ଟ୍ରପତି ଙ୍କୁ ବିରୋଧ କରିବ ବିଜେଡି.

Spread the love

ଜେଏମଜେ ବ୍ୟୁରୋ : ଦେଶରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ରାଜ୍ୟର ପ୍ରମୁଖ ବିରୋଧ ଦଳ ବିଜେଡି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଛି । ଗତ ଏପ୍ରିଲ ମାସରେ ୱକଫ୍ ବିଲକୁ ସମର୍ଥନ କରି କଳଙ୍କ ମୁଣ୍ଡାଇଥିବା ବିଜେଡି ଏବେ ସେହି ଦାଗ ଛଡ଼ାଇବା ପାଇଁ ପ୍ରୟାସ ଆରମ୍ଭ କରିଛି ।ରାଜ୍ୟରେ ବର୍ତ୍ତମାନର ରାଜନୀତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପରାଷ୍ଟ୍ରପତି ନିର୍ବାଚନରେ ଏଭଳି ଆଭିମୁଖ୍ୟ ଗ୍ରହଣ କରିବାକୁ ଦଳର ବରିଷ୍ଠ ନେତାମାନେ ସର୍ବସମ୍ମତିରେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ସେମାନେ ନିଜର ନିଷ୍ପତ୍ତି ସମ୍ପର୍କରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇସାରିଥିବା ସୂଚନା ମିଳିଛି । ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ନବୀନ ଦଳୀୟ ନେତାମାନଙ୍କ ପରାମର୍ଶକୁ ଗୁରୁତ୍ୱ ଦେବେ ନା ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କୁ ଉପରେ ପଡ଼ି ଖୁସି କରିବାକୁ ନିଜ ଦଳ ସହ ବିଶ୍ୱାସଘାତ କରିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଶଙ୍ଖଭବନରେ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶନିବାର ସାଂଗଠନିକ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମ  ବିଶେଷକରି ୯ଟି ଜିଲ୍ଲାରେ ଖାଲିପଡ଼ିଥିବା ଦଳୀୟ ସଭାପତି ପଦବୀ ପୂରଣ, କଲେଜ ନିର୍ବାଚନ ପାଇଁ କ୍ୟାମ୍ପସ ବାହାରେ ବିଭିନ୍ନ କାର୍ଯ୍ୟକ୍ରମ, ଧାନକିଣାରେ ଅବ୍ୟବସ୍ଥାକୁ ବିରୋଧ କରି ପ୍ରତିବାଦ କାର୍ଯ୍ୟକ୍ରମ ଆଦି ସହ ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ଆଭିମୁଖ୍ୟ କ’ଣ ରହିବ ତାହା ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।

ତେବେ ଉପରାଷ୍ଟ୍ରପତି ନିର୍ବାଚନ ବହୁତ ସମୟ ଅଛି ଓ ପରବର୍ତ୍ତୀ ସମୟରେ ଆଲୋଚନା କରିବା ନେଇ ଦେବୀ ମିଶ୍ର ମତ ରଖିଥିଲେ ମଧ୍ୟ ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବ ଏହି ପ୍ରସଙ୍ଗରେ ଦଳ ଏବେଠୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି କହିଥିଲେ । ଯାହାକୁ ବୈଠକରେ ଉପସ୍ଥିତ ଥିବା ଅନ୍ୟ ନେତାମାନେ ମଧ୍ୟ ସମର୍ଥନ କରିଥିଲେ । ସାମ୍ପ୍ରତିକ ରାଜନୀତିକ ପରିସ୍ଥିତିରେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେଲେ ତାହା ଆତ୍ମଘାତୀ ସଦୃଶ ହେବ ଓ ଲୋକେ ଆଉ ବିଜେଡିକୁ ଭରସା କରିବେ ନାହିଁ ବୋଲି ଅଧିକାଂଶ ନେତା ମତ ଦେଇଥିଲେ ।

ପୂର୍ବରୁ ୱାକଫ୍ ବିଲ୍ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ଯାହା ରହିଲା ତାହା ଦଳ ପାଇଁ ବହୁତ କ୍ଷତି ହୋଇଛି । ତେଣୁ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ କୌଣସି ପରିସ୍ଥିତିରେ ବି ସମର୍ଥନ ନକରିବାକୁ ଦଳର ନେତାମାନେ ନିଷ୍ପତ୍ତି ନେଇଥିଲେ । ଆଉ ଏହି ନିଷ୍ପତ୍ତିକୁ ତୁରନ୍ତ ନବୀନ ନିବାସକୁ ଜଣାଇ ଦିଆଯାଇଥିବା ସୂଚନା ମିଳିଛି । ଏହି ବୈଠକରେ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ ଓ ପ୍ରଣବପ୍ରକାଶ ଦାସ ଉପସ୍ଥିତ ଥିଲେ ।

ମାତ୍ର ଦଳୀୟ ସାଂସଦମାନଙ୍କୁ ଏଥିପାଇଁ ନବୀନ ନିବାସରୁ ସବୁଜ ସଙ୍କେତ ଦିଆଯାଇନଥିବା ଜଣାପଡ଼ିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଯୋଗୁ ଚଳିତ ମୌସୁମୀ ଅଧିବେଶନ ପୂର୍ବରୁ ସଂସଦୀୟ ଦଳ ବୈଠକ ବସିବା ସମ୍ଭବପର ହୋଇନାହିଁ । ଚର୍ଚ୍ଚା ହେଉଛି, ନବୀନଙ୍କ ଅସୁସ୍ଥତା ଓ ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ଅନାଗ୍ରହକୁ ଦେଖି ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ କୁଆଡ଼େ ଦିଲ୍ଲୀରେ ଏଭଳି ପ୍ରତିବାଦ କାର୍ଯ୍ୟକ୍ରମ ନିମନ୍ତେ ଅନୁମତି ଦେବାରେ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି ।

ଯଦିଓ ଦଳର ବରିଷ୍ଠ ନେତାମାନଙ୍କ ବୈଠକରେ ବହୁପୂର୍ବରୁ ଏନେଇ  ନିଷ୍ପତ୍ତି ହୋଇସାରିଥିଲା । ତେଣୁ ଏବେ ଅନୁରୂପ ଭାବେ ଦଳର ନେତାମାନେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ନଦେବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ବିଜେଡି ଅଘୋଷିତ ସର୍ବେସର୍ବା ଏହାକୁ ସମ୍ମାନ ଜଣାଉଛନ୍ତି ନା ନିଜର ପତିଆରା  ଦେଖାଇବାକୁ ୱାକଫ ବିଲ୍ ଭଳି ଦଳୀୟ ସାଂସଦମାନଙ୍କ ଭିତରେ ଫାଟ ସୃଷ୍ଟି କରାଇବାରେ ସକ୍ଷମ ହେବେ, ତାହା ଉପରେ ସମସ୍ତଙ୍କ ନଜର ।

ସୂଚନାଯୋଗ୍ୟ, ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ମତଦାନ କରିବାର ଅଧିକାର ରହିଛି । ଲୋକସଭାରେ ବିଜେଡି ମୂଳପୋଛ ହୋଇସାରିଛି ଓ ରାଜ୍ୟସଭାରେ ଦଳର ୭ଜଣ ସାଂସଦ ଅଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ମତଦାନ ସିକ୍ରେଟ୍ ବାଲାଟରେ ହୁଏ ଓ ସାଂସଦମାନେ ନିଜସ୍ୱ ମତାଧିକାର ସାବ୍ୟସ୍ତ କରନ୍ତି। ଏଥିପାଇଁ ଦଳୀୟ ହୁଇପ୍ ଜାରି କରାଯିବାର ପ୍ରାବଧାନ ନାହିଁ ।

ଅବଶ୍ୟ ସଂଖ୍ୟାଦୃଷ୍ଟିରୁ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ଜିତିବା ପାଇଁ ୩୯୬ଟି ଭୋଟ୍ ଆବଶ୍ୟକ ଥିବାବେଳେ ଏନଡିଏ ସପକ୍ଷରେ ଏବେ ୪୨୬ଜଣ ସାଂସଦ(ଲୋକସଭାରେ ୨୯୩ ଓ ରାଜ୍ୟସଭାରେ ୧୩୩)ଙ୍କ ସମର୍ଥନ ରହିଥିବା ଜଣାପଡ଼ିଛି ।

  • jmjnewso

    Related Posts

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 24 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 19 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 29 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 51 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 37 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 44 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ