ନବୀନଙ୍କ ପାଣ୍ଡିଆନ ପ୍ରୀତି!

Spread the love

ଜେଏମଜେ ବ୍ୟୁରୋ : ଏବେବି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ପାଣ୍ଡିଆନ ପ୍ରୀତି ଯାଇନାହିଁ । ପାଣ୍ଡିଆନଙ୍କ ପାଇଁ ଦଳ ହାରିଲା ବୋଲି ସମସ୍ତେ କହୁଥିଲେବି ନବୀନଙ୍କ ମନ କିନ୍ତୁ ମାନୁନାହିଁ । ସକ୍ରିୟ ରାଜନୀତିରୁ ଅବସର ନେଇଛି ବୋଲି ଘୋଷଣା କରିଥିବା ଭିକେ ପାଣ୍ଡିଆନ ଏବେବି ଦଳ ଚଳାଉଛନ୍ତି । ତାଙ୍କ ରଣନୀତିରେ ହିଁ ଦଳ ଚାଲିଛି ବୋଲି ବିଜେଡ଼ି ଅଳିନ୍ଦରେ ଚର୍ଚ୍ଚା ହେଉଛି ।
ତେବେ ନବୀନଙ୍କ ଏହି ପାଣ୍ଡିଆନ ପ୍ରୀତି ଦଳକୁ ଆଗକୁ ନେବ ନା ବୁଡେ଼ଇବ ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି ।ଦଳର ସଂଗଠନ ଥିଲା । ନବୀନଙ୍କ ଲୋକପ୍ରିୟତା ବି ଥିଲା । ନୂଆ ପ୍ରକଳ୍ପ, ନୂଆ ଯୋଜନାରେ ବି ବିଜେଡ଼ି ସରକାର ହେଳା କରିନଥିଲେ । ତଥାପିବି ଦଳ ଚବିଶ ନିର୍ବାଚନରେ ଚିଟପଟାଙ୍ଗ ମାରିଲା । ୧୧୫ର ଟାର୍ଗେଟ୍‌ ୫୧ ଭିତରେ ସୀମିତ ରହିଗଲା । ସେପଟେ ୨୭ ବର୍ଷ ପରେ ଦଳ ପ୍ରଥମ ଥର ପାଇଁ ଲୋକସଭାକୁ ଯିବାରେ ସକ୍ଷମ ହୋଇନାହିଁ । ୨୦୧୯ରେ ମୋଦି ଲହରକୁ ନବୀନ ସୁନାମୀ ଉଡେ଼ଇ ଦେଇଥିଲା । କିନ୍ତୁ ଚବିଶରେ ଓଡ଼ିଆ ଅସ୍ମିତାର ବତାସ ଓ ମୋଦି ଲହର ନବୀନଙ୍କୁ ଗାଦିଚ୍ୟୁତ କରିବାରେ ସକ୍ଷମ ହୋଇଛି । ତଥାପିବି ବିଜେଡ଼ି ଚେତିନଥିବା ପ୍ରତୀୟମାନ ହେଉଛି ।

ପରାଜୟର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଢ଼ିବ ବୋଲି ନବୀନ କହିଥିଲେ । କିନ୍ତୁ ଏଯାଏଁ କମିଟି ଗଢ଼ା ହେଲାନାହିଁ କିମ୍ବା ସେ ବିଷୟରେ ଚର୍ଚ୍ଚା ବି ହେଉନାହିଁ । ଅତଏବ ବିଜେଡ଼ି କାହିଁକି ହାରିଛି ସବୁ କାରଣ ବିଷୟରେ ମାମଲତିକାରମାନେ ଜାଣିସାରିଛନ୍ତି । ଦୀର୍ଘଦିନ ଧରି କେନ୍ଦ୍ର ବିରୋଧରେ ନୀରବ ଥିବା ବିଜେଡ଼ି ଏବେ ବିଜେପି ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛି । ବିଜେପି ବିରୋଧରେ ଦଳ ରାଜରାସ୍ତାକୁ ଯିବା ପାଇଁ ବି ସଜବାଜ ହେଉଛି । ଅପରପକ୍ଷରେ ବିଜେପି ମଧ୍ୟ ବିଜେଡ଼ିରୁ ନେତାଙ୍କୁ ଆଣି ଭାଡ଼ି ଖାଲି କରିବାକୁ ଯୋଜନା କରିଛି । ଆଗାମୀ ଦିନରେ ବିଜେଡ଼ି-ବିଜେପି ଲଢେ଼ଇ ଜୋରଦାର ହେବାର ଥିବାବେଳେ କାହାର ପଲା ଭାରିରହିବ ତାହାର ଉତ୍ତର ସମୟ ହିଁ ଦେବ ।

  • Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 34 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 66 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    • By jmjnewso
    • September 17, 2026
    • 24 views
    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    • By jmjnewso
    • September 17, 2026
    • 29 views
    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 33 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 78 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ