ପୋଲିସ ର ନୂଆ ଫଣ୍ଡା. “କାଉଣ୍ଟର ଏତଲା”

Spread the love

ଜେଏମଜେ ବ୍ୟୁରୋ : ମୋହନ ସରକାର କ୍ଷମତାକୁ ଆସିବା ପରେ ପୋଲିସ ବ୍ୟବସ୍ଥା କିପରି ସୁଦୃଢ ହେବ ଓ ସାଧାରଣ ଲୋକେ କିପରି ତ୍ୱରିତ ନ୍ୟାୟ ପାଇବେ, ସେ ଦିଗରେ ପ୍ରାଥମିକତା ଦିଆଯାଉଛି । ଏତଲାକୁ ଜିରୋ ଟଲେରାନ୍ସ ଭାବେ ଗ୍ରହଣ କରାଯିବ, ଅର୍ଥାତ ଥାନାକୁ ଆସୁଥିବା ସମସ୍ତ ଲୋକଙ୍କ ଠାରୁ ଏତଲା ଗ୍ରହଣ କରି ପୋଲିସ ଅଧିକାରୀମାନେ ତୁରନ୍ତ ତଦନ୍ତ କରିବେ ।
ଯଦି ଏଥିରେ ବ୍ୟତିକ୍ରମ ହୁଏ, ତେବେ ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିର୍ଦ୍ଦେଶ ପରେ ପୋଲିସ ଏକ ନୂଆ ଫଣ୍ଡା ଆପଣାଇଛି । ତାହା ହେଉଛି ‘କାଉଣ୍ଟର ଏତଲା’ । ଏହି କାଉଣ୍ଟର ଏତଲା ମାଧ୍ୟମରେ ପୋଲିସ ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ‘କାଉଣ୍ଟର’ କରୁଥିବା କୁହାଯାଉଛି ।

ମୁଖ୍ୟମନ୍ତ୍ରୀ ‘ଏତଲାରେ ଜିରୋ ଟଲେରାନ୍ସ’ ନୀତି ଘୋଷଣା କରିବା ପରେ ପୋଲିସର କାର୍ଯ୍ୟଶୈଳୀ ବଦଳି ଯାଇଥିଲା । ଯେକୌଣସି ଘଟଣାରେ ଅଭିଯୋଗକାରୀ ଥାନାକୁ ଏତଲା ନେଇ ଆସୁଥିବା ବେଳେ ପୋଲିସ ତୁରନ୍ତ ଏତଲା ଗ୍ରହଣ କରୁଛି । ଅଭିଯୋଗକାରୀକୁ ବୁଝାସୁଝା କରି ତଦନ୍ତ କରାଯିବ କହି ପଠାଇଦେଉଛି । ମାତ୍ର ଏହାର କିଛି ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତ ପକ୍ଷକୁ ଡାକି ଏକ କାଉଣ୍ଟର ଏତଲା ଦେବାକୁ କହୁଛି । ଏପରିକି ଏତଲାଟି କିପରି ଲେଖାଯିବ, ତାହା ମଧ୍ୟ କହିଦେଉଛି । ପରବର୍ତ୍ତୀ ସମୟରେ ଅଭିଯୋଗକାରୀକୁ ‘କେସ୍ ହେଲେ ଉଭୟ ପକ୍ଷ ବନ୍ଧା ହେବ’ କହି ଭୟଭିତ କରୁଛି । ଏପରିକି ଉଭୟପକ୍ଷ ବସି ଘଟଣାର ଆସୁସମାଧାନ କରିବାକୁ ପରାମର୍ଶ ଦେଉଛି । ଫଳରେ ନିର୍ଯାତନା ଓ ମାଡ ଖାଇ ଥାନାକୁ ନ୍ୟାୟ ପାଇଁ ଆସିଥିବା ଲୋକଟି ଜେଲ ଯିବା ଭୟରେ ମାମଲାର ସମାଧାନ କରିବାକୁ ବାଧ୍ୟ ହେଉଛି ।
ପୋଲିସର ଏଭଳି ନୀତି ପଛରେ କି ଉଦ୍ଦେଶ୍ୟ ରହିଛି? ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ‘କାଉଣ୍ଟର’ ଫଣ୍ଡାରେ କୋଲାପ୍ସ କରିବାକୁ ଏଭଳି ନୀତି ନୁହେଁ ତ? ଏଭଳି ‘କାଉଣ୍ଟର ଏତଲା’ ଫଣ୍ଡା ପୋଲିସ ପାଇଁ ସୁବିଧା ହେଉଥିବା ବେଳେ ସାଧାରଣ ଲୋକଟି ନ୍ୟାୟ ପାଇବାରୁ ବଞ୍ଚିତ ହେଉନି କି? ପୋଲିସର ଏହି ନୂଆଫଣ୍ଡା ସରକାର ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଲାଗି ଶୁଭଙ୍କର ନୁହେଁ । ମୁଖ୍ୟମନ୍ତ୍ରୀ ଓ ଡିଜିପି ଏଦିଗରେ ଯତ୍ନବାନ ନହେଲେ, ଦିନ ଆସିବ ଏହି କାଉଣ୍ଟର ଫଣ୍ଡା ସରକାରଙ୍କ ପାଇଁ ବୁମେରଂ ହେବ, ଏଥିରେ ସନ୍ଦେହ ନାହିଁ ବୋଲି କୁହାଯାଉଛି.

  • jmjnewso

    Related Posts

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    Spread the love

    Spread the love ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ଫାଇଲ୍ ଗାଏବ ହେବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସମ୍ବେଦନଶୀଳ ମାମଲାରେ ଯେଉଁମାନେ ଦୋଷୀ ସେମାନେ ଜେଲ୍ ଯିବେ…

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିସନ ଫାଇଲ ହଜିବା ମାମଲାରେ ଏବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ଘଟଣାରେ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ