ଶିକ୍ଷକ ବଦଳି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

Spread the love

ଜେଏମଜେ ବ୍ୟୁରୋ : ରାଜ୍ୟରେ ଶିକ୍ଷକ ବଦଳି ଲାଗି ବିଧାୟକ ଓ ଏମ୍‌ପିଙ୍କ ସୁପାରିସ୍‌ ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି। ଏ ସଂକ୍ରାନ୍ତୀୟ ଏକ ମାମଲାର ବିଚାରକରି ହାଇକୋର୍ଟଙ୍କ ପକ୍ଷରୁ ମଙ୍ଗଳବାର ଅନ୍ତରୀଣ ରହିତାଦେଶ ଜାରି କରାଯାଇଛି। ଏହାକୁ ନେଇ ଶିକ୍ଷକ, ସରକାର, ବିଧାୟକ ଏବଂ ଏମ୍‌ପିମାନେ ଏବେ ଚିନ୍ତାରେ ପଡ଼ିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ମେ’୧୩ରେ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବଦଳି ନିର୍ଦ୍ଦେଶନାମା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଜାରି କରାଯାଇଥିଲା, ଯେଉଁଥିରେ ବିଧାୟକ ଏବଂ ଏମ୍‌ପିମାନେ ନିଜ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ୍‌ କରିବା ଲାଗି ନିର୍ଦ୍ଦେଶ ରହିଥିଲା। ତେବେ ସରକାରଙ୍କ ଏପରି ନୀତି ଦ୍ବାରା ଶିକ୍ଷକ ବଦଳି ବ୍ୟବସ୍ଥା ପ୍ରଭାବିତ ହୋଇଥିବା ନେଇ ଏକ ଅଭିଯୋଗର ଶୁଣାଣି କରି ବିଚାରପତି ଦୀକ୍ଷିତ୍‌ କ୍ରିଷ୍ଣା ଶ୍ରୀପଦ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଏଥିସହ ଆବେଦନକାରୀ ଶିକ୍ଷକଙ୍କ ବଦଳି ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବାକୁ ଧାର୍ଯ୍ୟ ହୋଇଛି। ଉଲ୍ଲେଖଯୋଗ୍ୟ, କଳାହାଣ୍ଡି ଜିଲାର ଦୁଇ ଶିକ୍ଷକ ଆର୍‌. ତ୍ରିପାଠୀ ଓ ଅନ୍ୟ ଜଣଙ୍କ ପକ୍ଷରୁ ହାଇକୋର୍ଟରେ ଏହି ବଦଳି ପ୍ରସଙ୍ଗରେ ଆବେଦନ କରାଯାଇଛି।

  • jmjnewso

    Related Posts

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    Spread the love

    Spread the love ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ଫାଇଲ୍ ଗାଏବ ହେବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସମ୍ବେଦନଶୀଳ ମାମଲାରେ ଯେଉଁମାନେ ଦୋଷୀ ସେମାନେ ଜେଲ୍ ଯିବେ…

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିସନ ଫାଇଲ ହଜିବା ମାମଲାରେ ଏବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ଘଟଣାରେ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ…

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…