ଦ୍ବୈତନଗରୀକୁ ଛୁଇଁଲା ନିଷିଦ୍ଧ କଫ୍‌ ସିରପ୍ ଲିଙ୍କ୍‌: ୩୪ ଲକ୍ଷର କଫ୍‌ ସିରପ୍‌ ଜବତ.

Spread the love

ଜେଏମଜେ ବ୍ୟୁରୋ : ଦ୍ବୈତନଗରୀକୁ ଛୁଇଁଲାଣି ନିଷିଦ୍ଧ କଫ୍‌ ସିରପ୍‌ ଲିଙ୍କ୍‌। କଟକରୁ ଆଜି ବିପୁଳ ପରିମାଣର କୋଡାଇନ୍ ମିଶ୍ରିତ କଫ୍‌ ସିରପ୍ ଜବତ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ବାଦାମବାଡ଼ିର ନ୍ୟୁ ଏଲ୍‌ଆଇସି କଲୋନିରେ ଏକ କୋରିଅର୍ ସଂସ୍ଥାରେ ଚଢ଼ଉ କରି ପାଖାପାଖି ୩୪ ଲକ୍ଷ ଟଙ୍କାର କଫ ସିରପ୍ ଜବତ କରିଛି। ଏହି ଘଟଣାରେ ଜଣେ କୋରିଅର୍ ସଂସ୍ଥାର କର୍ମଚାରୀଙ୍କୁ ଉଠାଇ ନିଆଯାଇଛି। 

ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶରେ ଵିନ୍‌ସେରେକ୍ସ କଫ୍‌ ସିରପ୍ ନାଁରେ କୋଡାଇନ୍ ମିଶ୍ରିତ କଫ୍‌ ସିରପ୍ ପ୍ରସ୍ତୁତ ହେଉଥିଲା। ଏହି କଫ୍‌ ସିରପ୍‌କୁ କଟକର ଏକ ଭୂତ ଔଷଧ ଏଜେନ୍ସି ନ୍ୟୁ ଏଲ୍‌ଆଇସି କଲୋନିରେ ଥିବା ଏକ କୋରିଅର ସଂସ୍ଥା ମାଧ୍ୟମରେ ଆମଦାନୀ କରୁଥିଲା। ଏ ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା। ଏହି ଖବର ଆଧାରରେ ଏସ୍‌ଟିଏଫ୍ ଟିମ୍ ପାର୍ସଲକୁ ଟ୍ରାକ୍ କରିଥିଲା। ପାର୍ସଲ ନ୍ୟୁ ଏଲ୍‌ଆଇସି କଲୋନିର କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏସ୍‌ଟିଏଫ୍ କଟକ ଜିଲ୍ଲା ପ୍ରଶାସନ, ବାଦାମବାଡ଼ି ଥାନା ପୁଲିସ, ଡ୍ରଗସ୍‌ କଣ୍ଟ୍ରୋଲ ବ୍ୟୁରୋର ମିଳିତ ସହଯୋଗରେ ଗୁରୁବାର ସନ୍ଧ୍ୟାରେ ଚଢ଼ଉ କରିଥିଲା। ମୋଟ ୫୬ ପେଟି ପାର୍ସଲ୍‌ ଜବତ ହୋଇଛି। ପ୍ରତି ପେଟିରେ ପ୍ରାୟ ୩୦୦ ବୋତଲ ରହିଛି। ଅର୍ଥାତ୍‌ ପ୍ରାୟ ୧୭ ହଜାର ବୋତଲ ରହିଛି। ପ୍ରତି ବୋତଲରେ ୧୯୯ ଟଙ୍କା ମୂଲ୍ୟ ଉଲ୍ଲେଖ ରହିଛି। କୋଡାଇନ୍ ମିଶ୍ରିତ ଏହି କଫ ସିରପ୍ ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଥିବା ବେଳେ କଟକର ଏକ ଭୂତ ଔଷଧ ଏଜେନ୍ସି ଏହାକୁ ଏଭଳି ଢଙ୍ଗରେ କାରବାର କରିବା ପଛର ରହସ୍ୟକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଏହାକୁ ନେଇ କ୍ରାଇମ୍‌ବ୍ରାଞ୍ଚ ଭୁବନେଶ୍ବର ମଞ୍ଚେଶ୍ବର ଅଞ୍ଚଳରେ ବି ଚଢ଼ଉ କରିଛି।

  • jmjnewso

    Related Posts

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    Spread the love

    Spread the love ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ଫାଇଲ୍ ଗାଏବ ହେବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସମ୍ବେଦନଶୀଳ ମାମଲାରେ ଯେଉଁମାନେ ଦୋଷୀ ସେମାନେ ଜେଲ୍ ଯିବେ…

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିସନ ଫାଇଲ ହଜିବା ମାମଲାରେ ଏବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ଘଟଣାରେ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ