ଲାଲକିଲ୍ଲାରେ ନିଜର ଭାଷଣ ପାଇଁ ଜନତାଙ୍କ ଠାରୁ ପରାମର୍ଶ ମାଗିଲେ ମୋଦି

Spread the love

ଜେଏମଜେ ବ୍ୟୁରୋ : ପ୍ରତିବର୍ଷ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନତା ଦିବସ ପାଳନ କରେ । ଏହି ବର୍ଷ ଦେଶ ଏହାର ୭୯ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ସ୍ୱାଧୀନତା ଦିବସ ପାଳନ ପାଇଁ ଦେଶର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ୱାଧୀନତା ଦିବସରେ ସାରା ଦେଶ ଉତ୍ସାହର ସହିତ ଅପେକ୍ଷା କରିଥିବା ସୁବଠି ଚର୍ଚ୍ଚାରେ ରହିଥାଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାଲକିଲ୍ଲାରେ ଭାଷଣ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ୧୨ତମ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ହେଲେ ଏଥର ଏହାକୁ କିଛି ନିଆରା ଢଙ୍ଗରେ କରିବାକୁ ଯାଉଛନ୍ତି ମୋଦି । ଏଥର ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦି ଏହି ଭାଷଣ କିମ୍ବା ସମ୍ବୋଧନ ପାଇଁ ଏବେ ଜନସାଧାରଣଙ୍କଠାରୁ ଏକ ବିଶେଷ ସାହାଯ୍ୟ ମାଗିଛନ୍ତି ।

ନିଜ ଏକ୍ସରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ, ସେ ସ୍ୱାଧୀନତା ଦିବସ ଭାଷଣ ପାଇଁ ଜନସାଧାରଣଙ୍କଠାରୁ ମତାମତ ମାଗିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପୋଷ୍ଟରେ କହିଛନ୍ତି, ଏହି ବର୍ଷର ସ୍ୱାଧୀନତା ଦିବସ ପାଖେଇ ଆସୁଥିବାରୁ, ମୁଁ ମୋର ସାଥୀ ଭାରତୀୟଙ୍କଠାରୁ ଶୁଣିବାକୁ ଉତ୍ସୁକ । ଏହି ବର୍ଷର ସ୍ୱାଧୀନତା ଦିବସ ଭାଷଣରେ ଆପଣ କେଉଁ ବିଷୟ କିମ୍ବା ଚିନ୍ତାଧାରା ପ୍ରତିଫଳିତ କରିବାକୁ ଚାହାଁନ୍ତି? ସେନେଇ ନିଜର ମତାମତ ଦେଇପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ପାଳନରେ ଭାରତର ଲୋକମାନେ ଲାଲକିଲ୍ଲାରୁ ଭାଷଣ ପାଇଁ କେଉଁଠାରେ ନିଜର ମତାମତ ଦେଇପାରିବେ ତାହା ମଧ୍ୟ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଲୋକମାନେ MyGov ଏବଂ NaMo ଆପରେ ଖୋଲା ମଞ୍ଚରେ ସେମାନଙ୍କର ମତାମତ ସେୟାର କରିପାରିବେ । ଯେଉଁଥିରେ ଜନସାଧାରଣ ନିଜର ମତ ରଖିପାରିବେ ।

ସେପଟେ ସ୍ବାଧିନତା ଦିବସ ପାଇଁ  ଜୋରସୋରରେ ପ୍ରସ୍ତୁତି ଚଳାଇଛି ଦିଲ୍ଲୀ ପୋଲିସ୍ । ଏନେଇ ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ,  ସ୍ୱାଧୀନତା ଦିବସ ପୂର୍ବରୁ ସହରର ପ୍ରମୁଖ ସ୍ଥାନରେ ହୋଟେଲ, ରେଳ ଷ୍ଟେସନ ଏବଂ ବସ୍ ଟର୍ମିନାଲ ସମେତ ଏକ ବ୍ୟାପକ ତଦନ୍ତ ଅଭିଯାନ ଚଳାଇଛି ଏବଂ ୧୦୦ରୁ ଅଧିକ ସ୍ଥାନରେ ସୁରକ୍ଷା ତ୍ରୁଟି ଚିହ୍ନଟ କରିଛି। ଦିଲ୍ଲୀର ବିଭିନ୍ନ ସ୍ଥାନରେ ପାଞ୍ଚ ଦିନିଆ ସୁରକ୍ଷା ତଦନ୍ତ ଅଭିଯାନ କରାଯାଇଥିଲା। ଯାଞ୍ଚ ସମୟରେ, ହୋଟେଲ, ପାର୍କିଂ, ମେଟ୍ରୋ ଷ୍ଟେସନ ନିକଟବର୍ତ୍ତୀ ସ୍ଥାନ, ମେଟ୍ରୋ ଷ୍ଟେସନରେ ଅବସ୍ଥିତ ଭୋଜନାଳୟ, ରେଳ ଷ୍ଟେସନ ନିକଟବର୍ତ୍ତୀ ଅନେକ କମ୍ପ୍ଲେକ୍ସ, ବସ୍ ଷ୍ଟାଣ୍ଡ ଏବଂ ଅନ୍ୟାନ୍ୟ ଅନେକ ପ୍ରତିଷ୍ଠାନରେ ଅକାର୍ଯ୍ୟକ୍ଷମ ସିସି ଟିଭି କ୍ୟାମେରା ଚିହ୍ନଟ କରାଯାଇଥିଲା। ଯାହାକୁ ନେଇ ଏବେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଧ୍ୟାନ ଦେଇଛି ଦିଲ୍ଲୀ ପୋଲିସ୍ ।

  • jmjnewso

    Related Posts

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    Spread the love

    Spread the love ଜେଏମଜେ ନ୍ୟୁଜ : ଅବସରପ୍ରାପ୍ତ ଅଣ-ଗେଜେଟେଡ୍ ଏବଂ ଗେଜେଟେଡ୍ ଦିଲ୍ଲୀ ପୁଲିସ ଅଧିକାରୀଙ୍କ ସଂଗଠନ, ଦିଲ୍ଲୀ ପୁଲିସ ମହାସଂଘ, ଜୁଲାଇ ୩୧ ରେ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜନ୍ତରମନ୍ତରରେ ଏକ ଶାନ୍ତିପୂର୍ଣ୍ଣ ଦିନିକିଆ ଧାରଣା…

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    Spread the love

    Spread the loveଜେଏମଜେ ବ୍ୟୁରୋ : ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟି(ସିଜେପି) ପକ୍ଷରୁ ବିକ୍ଷୋଭ ସମୟରେ, ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିଥିଲା ଏବଂ ଲୁହ ବୁହା ଗ୍ୟାସ୍ ମଧ୍ୟ ପ୍ରୟୋଗ କରିଥିଲା। ଏହି ମାମଲାର…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026