ଆଖିବୁଜିଲେ ବଳଙ୍ଗା ପୀଡ଼ିତା, ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

Spread the love

ଜେଏମଜେ ବ୍ୟୁରୋ : ଆଖିବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଭୁବନେଶ୍ୱରରୁ ଦିଲ୍ଲୀ ଏମ୍ସକୁ ହୋଇଥିଲେ ଏୟାର ଲିଫ୍ଟ । ଜୁଲାଇ ୧୯ରେ ପୀଡ଼ିତାଙ୍କୁ ଜାଳିଥିଲେ ଦୁର୍ବୃତ୍ତ । ଘଟଣାରେ ତଦନ୍ତ ଜାରି ରହିଥିଲା । ବାରମ୍ୱାର ପୁଲିସ ବଳଙ୍ଗାରୁ ଦିଲ୍ଲୀ ଯାଏଁ ଛାନଭିନ କରିଥିଲେ । ଦିଲ୍ଲୀ ଯାଇ ପୁଲିସର ବୟାନ ମଧ୍ୟ ରେକର୍ଡ କରାଯାଇଥିଲା ।

ହେଲେ ଏଯାଏଁ ଅଭିଯୁକ୍ତଙ୍କ ଟେର୍ ପାଉନି ପୁଲିସ । ପୀଡ଼ିତା ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ରହିଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାବେଳେ ୩ଥର ଅସ୍ତ୍ରୋପଚାର ହୋଇଥିଲା ।

ସୂଚନାମୁତାବକ, ଜୁଲାଇ ୧୯ ତାରିଖ ଦିନ ପୀଡ଼ିତା ସକାଳୁ ସାଙ୍ଗ ଘରକୁ ଯାଉଥିଲେ । ବାଟରେ ନାବାଳିକାକୁ ଉଠାଇନେଇଥିଲେ ୩ ଦୁର୍ବୃତ୍ତ । ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠାକୁ ନେଇଯାଇଥିଲେ । ପେଟ୍ରୋଲ ଢାଳି ନିଆଁ ଲଗାଇ ଜାଳିଦେଇଥିଲେ । ଅଘଟଣ ବେଳେ ପହଞ୍ଚିଥିଲେ କିଛି ସ୍ଥାନୀୟ ଲୋକ । ଲୋକଙ୍କୁ ଦେଖି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ନିଆଁ ଲିଭାଇବା ସହ ନାବାଳିକାକୁ କରିଥିଲେ ଉଦ୍ଧାର । ମତେ ବଞ୍ଚାନ୍ତୁ ବୋଲି ଗୁହାରି କରିଥିଲେ ନାବାଳିକା । ନାବାଳିକାର ପୋଷାକ, ଚପଲ ପୋଡ଼ି ଯାଇଥିଲା । ତୁରନ୍ତ ନାବାଳିକା ଘରେ ଖବର ଦିଆଯାଇଥିଲା । ପିପିଲି ମେଡିକାଲରେ ଦିଆଯାଇଥିଲା ପ୍ରାଥମିକ ଚିକିତ୍ସା । ପରେ ପୀଡ଼ିତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା ।

  • jmjnewso

    Related Posts

    ଭଞ୍ଜନଗର ଥାନାରେ ତୃତୀୟ ମୋବାଇଲ ମେଳା

    Spread the love

    Spread the loveଭଞ୍ଜନଗର : ଜେଏମଜେ ନ୍ୟୁଜ (ପୁରୁଷୋତ୍ତମ ମହାପାତ୍ର ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ଚଳିତ ବର୍ଷର ତୃତୀୟ ମୋବାଇଲ ମେଳା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍‌ ମଧ୍ୟରୁ ମୋଟ ୩୫ଟି…

    କୁଶପଡା ରେ ନିଆରା ବାହୁଡା଼ ଯାତ୍ରା

    Spread the love

    Spread the love ଦିଗପହଣ୍ଡି : ଜେଏମଜେ ନ୍ୟୁଜ (ଗଜାନନ ତ୍ରିପାଠୀ ): ଓଡ଼ିଶା ରାଜ୍ୟ ଗଂଜାମ ଜିଲ୍ଲା ଦିଗପହଣ୍ଡିର କୁଶପଡ଼ାରେ ଗ୍ରାମରେ କବିରୀଜ ଡ଼କ୍ଟର ଗଜାନନ ତ୍ରିପାଠୀ ଆଇନଜୀବୀ ଏବଂ ସାମ୍ବାଦିକ ଙ୍କ ଦ୍ବାରା ପ୍ରତିଷ୍ଠିତ ଚତୁର୍ଦ୍ଧା ଦୁରୁ ଦିଅଁ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ