ରାଜ୍ୟ କ୍ୟାବିନେଟ ନିଷ୍ପତି : ରାଜସ୍ୱ ହାନିକୁ ରୋକିବା ନିମନ୍ତେ ଏଣିକି ‘ଟ୍ରାକ୍ ଆଣ୍ଡ ଟ୍ରେସ୍‌’ ବ୍ୟବସ୍ଥା.

Spread the love

ଜେଏମଜେ ବ୍ୟୁରୋ : ବାଲି ଖନନ,ଇଟାଭାଟି ଓ ପାନମସଲା ଆଦି କ୍ଷେତ୍ରରେ ରାଜସ୍ୱ ହାନିକୁ ରୋକିବା ନିମନ୍ତେ ଏଣିକି ‘ଟ୍ରାକ୍ ଆଣ୍ଡ ଟ୍ରେସ୍‌’ ବ୍ୟବସ୍ଥାକୁ ଉପଯୋଗ କରି ଜୋରିମାନା ଆଦାୟ କରାଯିବ । ଏଥିପାଇଁ ଜିଏସଟି ଆଇନ-୨୦୧୭ରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୨୩ତମ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ୪ବିଭାଗର ମୋଟ ୫ପ୍ରସ୍ତାବ ଆଲୋଚନା ପରେ ଅନୁମୋଦିତ ହୋଇଛି । ମୁଖ୍ୟ ସଚିବ  ମନୋଜ ଆହୁଜା ଗଣମାଧ୍ୟମକୁ ଏହି ନିଷ୍ପତ୍ତିଗୁଡ଼ିକ ସଂପର୍କରେ ସୂଚନା ଦେଇଛନ୍ତି ।

ଜିଏସଟି ଆଇନ-୨୦୧୭ରେ ସଂଶୋଧନ

ଓଡ଼ିଶା ଦ୍ରବ୍ୟ ଓ  ସେବା କର ଆଇନ-୨୦୧୭ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହାଫଳରେ ଟିକସ ଦାତା ଓ ଟିକସ କର୍ତ୍ତୃପକ୍ଷଙ୍କ ପାଇଁ ପ୍ରକ୍ରିୟାକୁ ସରଳୀକରଣ ସହ ସୁବିଧା କରାଯାଇଛି । ପ୍ରସ୍ତାବିତ ସଂଶୋଧନଗୁଡ଼ିକ ମଧ୍ୟରେ ଇନପୁଟ ଟ୍ୟାକ୍ସ କ୍ରେଡିଟ ପାଇବା କ୍ଷେତ୍ରରେ  “ପ୍ଲାଂଟ ଏବଂ ମେସିନାରୀ’ ଓ “ପ୍ଲାଂଟ କିମ୍ବା ମେସିନାରୀ’ ମଧ୍ୟରେ ଅସ୍ପଷ୍ଟତାକୁ ଦୂର କରାଯାଇଛି । ଟିକସଦାତାଙ୍କୁ ରିଟର୍ଣ୍ଣ ଫାଇଲ କରିବାରେ ଅଧିକ ସୁବିଧା ପ୍ରଦାନ, ଟିକସ ଫାଙ୍କି ରୋକିବା ପାଇଁ କ୍ରେଡିଟ୍ ନୋଟ୍ ଗ୍ରହୀତାଙ୍କୁ ଆନୁପାତି ଭାବେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ରିଭର୍ସ କରିବା ଜରୁରୀ କରାଯାଇଛି ।

ସେହିପରି ପାନ ମସଲା, ଇଟାଭାଟି ଓ ବାଲି ଖନନ ଆଦି କ୍ଷେତ୍ରରେ ରାଜସ୍ୱ ହାନି ରୋକିବା ପାଇଁ “ଟ୍ରାକ ଆଣ୍ଡ ଟ୍ରେସ’ ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ଏହି ବ୍ୟବସ୍ଥା ଉଲ୍ଲଂଘନ ପାଇଁ ୧ ଲକ୍ଷ ଟଙ୍କା ବା ଦେୟ କରର ୧୦% ଜୋରିମାନା(ଯାହା ଅଧିକ ହେବ) ଦେବାକୁ ପଡ଼ିବ । ସେହିପରି “ସ୍ଥାନୀୟ ପାଣ୍ଠ’ ଓ “ମ୍ୟୁନିସିପାଲ ପାଣ୍ଠି’ର ଶବ୍ଦଗୁଡ଼ିକରେ ସ୍ପଷ୍ଟତା ଅଣାଯାଇଛି । ଭାଉଚର ସମ୍ବନ୍ଧୀୟ ଦେଣନେଣର ସମୟ ନିର୍ଦ୍ଧାରଣ ସମ୍ବନ୍ଧୀୟ ବ୍ୟବସ୍ଥା ହଟାଇବା ଏବଂ କେବଳ ଜୋରିମାନା ସମ୍ବନ୍ଧୀୟ ଆଦେଶ ବିରୋଧରେ ଅପିଲ କରିବାକୁ ଜୋରିମାନା ରାଶିର ୧୦% ଆଗୁଆ ଜମା କରିବା ଜରୁରୀ ହୋଇଛି ।

ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନକୁ ମଞ୍ଜୁରୀ

ଆର୍ଥିକ ପ୍ରୋତ୍ସାହନର ମଞ୍ଜୁରୀ ପ୍ରକ୍ରିୟାକୁ ସରଳ କରିବା ପାଇଁ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୧୬ରେ କେତେକ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ୨୦୧୬ ନଭେମ୍ବର ୨୪ତାରିଖରୁ କାର୍ଯ୍ୟକାରୀ ହେଉଥିବା ଏହି ନୀତି ଅଧୀନରେ ଥିବା ବ୍ୟବସ୍ଥାକୁ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨( ନଭେମ୍ବର ୩୦,୨୦୨୨ରୁ କାର୍ଯ୍ୟକାରୀ)ର ଅନୁରୂପ ବ୍ୟବସ୍ଥା ସହିତ ସମାନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । କ୍ୟାବିନେଟ୍ ଏହି ଆର୍ଥିକ ପ୍ରୋତ୍ସାହନ ଅନୁମୋଦନ ପ୍ରକ୍ରିୟାକୁ ସରଳୀକରଣ ଓ ବର୍ଦ୍ଧିତ ଆର୍ଥିକ ପରିମାଣ କ୍ଷମତାକୁ ମଞ୍ଜୁରୀ ଦେଇଛନ୍ତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ବିଶିଷ୍ଟ ‘ଡିଏଲସି’ ୧କୋଟି ଟଙ୍କା ପର୍ଯ୍ୟନ୍ତ ପ୍ଲାଂଟ ଓ ମେସିନାରୀରେ ନିବେଶ, ଶିଳ୍ପ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତା ବିଶିଷ୍ଟ ‘ଏସଡିଏଲଏସି’ରେ ୧କୋଟିରୁ ୧୦କୋଟି ଟଙ୍କା ପର୍ଯ୍ୟନ୍ତ ପ୍ଲାଂଟ୍ ଓ ଯନ୍ତ୍ରପାତିରେ ନିବେଶ ଏବଂ ଏମଏସଏମଇ ସଚିବଙ୍କ ଅଧ୍ୟକ୍ଷତା ବିଶିଷ୍ଟ ‘ଏସଏଲଡି’ରେ ୧୦ କୋଟିରୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ଲାଂଟ ଓ ଯନ୍ତ୍ରପାତିରେ ନିବେଶ ନିମନ୍ତେ ଆର୍ଥିକ ପ୍ରୋତ୍ସାହନ ଦେଇପାରିବେ । ଏହା ଶିଳ୍ପ ପ୍ରୋତ୍ସାହନ ନୀତି ଅନୁଯାୟୀ ଆର୍ଥିକ ପ୍ରୋତ୍ସାହନ ପ୍ରକ୍ରିୟାକୁ ସରଳ କରିବ, ଯାହାଫଳରେ ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ ବୃଦ୍ଧି ଓ ଅଧିକ ରୋଜଗାର ସୃଷ୍ଟି ହୋଇପାରିବ ବୋଲି କୁହାଯାଇଛି ।

ଆଉ ୫ବର୍ଷ ବଢ଼ିଲା ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା

ରାଜ୍ୟ କ୍ୟାବିନେଟ୍ “ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା ’ର ଅବଧିକୁ ଆଉ ୫ବର୍ଷ ବୃଦ୍ଧି ନିମନ୍ତେ ଅନୁମୋଦନ କରିଛନ୍ତି । ଏହି ଆଡ଼ିବନ୍ଧ ତିଆରି ଯୋଜନା-୩.୦’କୁ ୨୦୨୫-୨୬ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପାଂଚ ବର୍ଷ ବୃଦ୍ଧି କରାଯିବା ସହ ଏହି ଯୋଜନାରେ ଆଉ ୨୭୩୮କୋଟି ଟଙ୍କା ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ଦ୍ୱାରା  ୫୭,୫୨୫ ହେକ୍ଟର ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି କରିବା ସହ  ୪୧,୭୧୩ ହେକ୍ଟର ଚାଷ ଜମିକୁ ପୁନଃଜଳସେଚନ ବ୍ୟବସ୍ଥା ଯୋଗାଇ ଦିଆଯିବ । ଏହି ଯୋଜନାରେ ମୌସୁମୀ ପରବର୍ତ୍ତୀ ସମୟରେ ଗାଁଗୁଡ଼ିକୁ ପାନୀୟ ଜଳ ସୁବିଧା ଯୋଗାଇବା, ଭୂତଳ ଜଳ ପୁନଃଭରଣ ଓ ଖରିଫ ଜଳସେଚନକୁ ବୃଦ୍ଧି କରାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ।

ନ୍ୟାୟିକ କମର୍ଚାରୀଙ୍କ ନିଯୁକ୍ତି ଓ ସେବା ନିୟମ ସଂଶୋଧନ

ରାଜ୍ୟ ସରକାର “ଓଡ଼ିଶା ଜିଲ୍ଲା ଓ ସିଭିଲ କୋର୍ଟ ନ୍ୟାୟିକ କର୍ମଚାରୀ ସେବା (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ) ନିୟମ, ୨୦୦୮\”ରେ ସଂଶୋଧନ ଆଣିବାକୁ ନିଷ୍ପତ୍‌ତି ନେଇଛନ୍ତି । ନୂତନ ଅପରାଧୀ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା, ୨୦୨୩; ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ, ୨୦୨୩ କାର୍ଯ୍ୟକାରୀ ହେବା ପରେ ନ୍ୟାୟିକ କର୍ମଚାରୀଙ୍କ ଆଇନଗତ ଜ୍ଞାନ ଓ ଦକ୍ଷତା ବୃଦ୍ଧି ପାଇଁ ଏହି ସଂଶୋଧନ ଆବଶ୍ୟକ ହୋଇଛି । ଏହା ଦ୍ୱାରା କୋର୍ଟର ନୈତିକ କାର୍ଯ୍ୟ ସୁଗମ ହେବା ସହ ମାମଲାର ଶୀଘ୍ର ନିଷ୍ପତ୍ତି ସମ୍ଭବ ହେବ ।

ଓଡ଼ିଶା ଲ’ ଅଫିସର୍ସ ନିୟମାବଳୀରେ ସଂଶୋଧନ

“ଓଡ଼ିଶା ଲ’ ଅଫିସର୍ସ ନିୟମାବଳୀ- ୧୯୭୧’ରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଓଡ଼ିଶା ରାଜ୍ୟ ପ୍ରସିକ୍ୟୁସନ ସର୍ଭିସ (ଓଏସପିଏସ୍‌) କ୍ୟାଡରରେ ଆଇନ ଅଧିକାରୀଙ୍କ ଅଭାବ ଦୂର କରିବା ଏବଂ ବକେୟା ମାମଲାର ଭାର ହ୍ରାସ କରି ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ଏହି ସଂଶୋଧନ ଆଣାଯାଇଛି । ଶେଷଥର ପାଇଁ ଗତବର୍ଷ ମାର୍ଚ୍ଚ ୧୩  ତାରିଖରେ ଏହିନ ିୟମର ସଂଶୋଧନ ହୋଇଥିଲା ।

  • jmjnewso

    Related Posts

    ନବୀନଙ୍କ ପାଖରୁ ଫାଇଲ ଫେରିନି: ରାଜସ୍ୱ ମନ୍ତ୍ରୀ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ସିଏମଓରୁ ଫାଇଲ ଗାଏବ,ଗୁରୁତର ଅଭିଯୋଗ ଆଣିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ନାଇଡୁ କମିଶନଙ୍କ ରିପୋର୍ଟ ଅନୁସାରେ, ସମ ହସ୍ପିଟାଲ ଅଗ୍ନିକାଣ୍ଡ ରିପୋର୍ଟର ତଥ୍ୟ ରଖିଲେ । ଉଭୟ ରିପୋର୍ଟ ଗୃହ…

    ନବୀନଙ୍କ ବିରୋଧରେ ପୋଲିସ ଲଗାଇଲେ ମୋହନ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ପୂର୍ବ ସରକାରଙ୍କ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଦୁଇଟି ତଦନ୍ତ ଫାଇଲ୍ ଗାଏବ୍ ହେବା ଘଟଣା ପଦାକୁ ଆସିଲା ପରେ ଏହା ଏବେ ରାଜନୈତିକ ମୋଡ଼ ନେଇଛି। ବିଶେଷକରି ଗୃହ ବିଭାଗ ପକ୍ଷରୁ…

    Leave a Reply

    Your email address will not be published. Required fields are marked *

    You Missed

    ନବୀନଙ୍କ ପାଖରୁ ଫାଇଲ ଫେରିନି: ରାଜସ୍ୱ ମନ୍ତ୍ରୀ

    ନବୀନଙ୍କ ପାଖରୁ ଫାଇଲ ଫେରିନି: ରାଜସ୍ୱ ମନ୍ତ୍ରୀ

    ନବୀନଙ୍କ ବିରୋଧରେ ପୋଲିସ ଲଗାଇଲେ ମୋହନ

    ନବୀନଙ୍କ ବିରୋଧରେ ପୋଲିସ ଲଗାଇଲେ ମୋହନ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।