ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ.

Spread the love

ଜେଏମଜେ ବ୍ୟୁରୋ : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ । ୮୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ପୁଅ ହେମନ୍ତ ସୋରେନ୍ । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । କିଡନୀ ଜନିତ ରୋଗରେ ପୀଡିତ ଥିଲେ ।

ଦେଢ଼ ମାସ ତଳେ ତାଙ୍କୁ ଷ୍ଟ୍ରୋକ୍ ଆସିଥିଲା । ଏକ ମାସ ଧରି ଦିଲ୍ଲୀ ସାର୍ ଗଙ୍ଗା ରାମ୍ ହସ୍ପିଟାଲରେ ଲାଇଫ୍ ସପୋର୍ଟରେ ଥିଲେ । ଆଜି ସକାଳ ୮ଟା ୫୬ମିନିଟ୍ରେ ଶିବୁ ସୋରେନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବାପା ବିୟୋଗରେ ଭାଙ୍ଗି ପଡ଼ିଛନ୍ତି ପୁଅ ହେମନ୍ତ ସୋରେନ୍ । ତାଙ୍କ ମୁଣ୍ଡ ଉପରୁ ବାପାଙ୍କ ହାତ ଚାଲିଯାଇଛି । ଏକ୍ସରେ ସେ କହିଛନ୍ତି, ”ଆଦରଣୀୟ ଗୁରୁଜୀ ଆଜି ଆମକୁ ଛାଡ଼ି ଚାଲି ଯାଇଛନ୍ତି । ଆଜି ମୁଁ ଶୂନ୍ୟ ହୋଇଗଲି।” ଶିବୁ ସୋରେନ୍ଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୩୮ ବର୍ଷ ଧରି ଶିବୁ ସୋରେନ୍ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରମୁଖ ନେତା ରହିଥିଲେ । ଦଳର ସଂସ୍ଥାପକ ସଂରକ୍ଷଣ ରୂପରେ ଜଣାଶୁଣା ଥିଲେ । ୧୯୪୪ ଜାନୁଆରୀ ୧୧ରେ ହଜାରିବାଗରେ ଶିବୁ ସୋରେନ୍ ଜନ୍ମ ଗ୍ରହଣ କରିଥିଲେ । ଆଦିବାସୀଙ୍କ ଉପରେ ହେଉଥିବା ଶୋଷଣ ବିରୋଧରେ ସଂଗ୍ରାମ କରିଥିଲେ । ୭୦ ଦଶକରେ ‘ଘନକଟନୀ ଆନ୍ଦୋଳନ’ ଏବଂ ଅନ୍ୟ ଆନ୍ଦୋଳନ ଜରିଆରେ ଆଦିବାସୀ ସମାଜର ସ୍ୱର ହୋଇଥିଲେ । ବିହାରରୁ ଝାଡ଼ଖଣ୍ଡକୁ ଅଲଗା ରାଜ୍ୟ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ତିନି ଥର ୨୦୦୫, ୨୦୦୮ ଓ ୨୦୦୯ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ଥରେ ବି ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିନଥିଲେ ।

ୟୁପିଏର ପ୍ରଥମ କାର୍ଯ୍ୟକାଳରେ କୋଇଲା ମନ୍ତ୍ରୀ ଥିଲେ ଶିବୁ ସୋରେନ୍ । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଥିଲା । ବାପା ଶୋଭରାମ ସୋରେନ୍ଙ୍କ ହତ୍ୟା ପରେ ଶିବୁ ସୋରେନ୍ ରାଜନୀତିରେ ପ୍ରବେଶ କରିଥିଲେ । ୧୯୭୭ରେ ପ୍ରଥମ ଥର ଲୋକସଭା ନିର୍ବାଚନ ଲଢିଥିଲେ । ହେଲେ ପରାସ୍ତ ହୋଇଥିଲେ । ୧୯୮୦ରେ ତାଙ୍କୁ ସଫଳତା ମିଳିଥିଲା । ଏହାପରେ ୧୯୮୬, ୧୯୮୯, ୧୯୯୬ ନିର୍ବାଚନରେ ବି ବିଜୟ ହାସଲ କରିଥିଲେ । ୨୦୦୪ରେ ଡୁମକା ଲୋକସଭା ପାଇଁ ଚୟନ ହୋଇଥିଲେ । ୮ଥର ଲୋକସଭା ସାଂସଦ, ୩ ଥର ରାଜ୍ୟସଭା ସାଂସଦ ନିର୍ବାଚିତ ହୋଇଥିଲେ ।

ଶିବୁ ସୋରେନ୍ଙ୍କ ହେଦାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ”ଶିବୁ ସୋରେନ୍ ଜୀ ଜଣେ ତୃଣମୂଳ ସ୍ତରର ନେତା ଥିଲେ ଯିଏ ଲୋକଙ୍କ ପ୍ରତି ଅଟଳ ସମର୍ପଣ ସହ ପଦ ପଦବୀଠୁ ଉର୍ଦ୍ଧ୍ୱରେ । ସେ ଆଦିବାସୀ ସମ୍ପ୍ରଦାୟ, ଗରିବ ଏବଂ ଦଳିତମାନଙ୍କୁ ସଶକ୍ତ କରିବା ପାଇଁ ବିଶେଷ ଭାବରେ ଆଗ୍ରହୀ ଥିଲେ । ତାଙ୍କ ବିୟୋଗରେ ମୁଁ ମର୍ମାହତ । ତାଙ୍କ ପରିବାର ସହିତ ମୋର ସମବେଦନା ।”

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 41 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 40 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 43 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 74 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 51 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 48 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ