ଗାଡ଼ିର ବୀମା ନଥିଲେ ପ୍ରିମିୟମ୍‌ର ୫ ଗୁଣା ଜରିମାନା ଗଣିବାକୁ ପଡ଼ିବ

Spread the love

ନୂଆଦିଲ୍ଲୀ: (ଜେଏମଜେ ବ୍ୟୁରୋ): ବୀମା ନଥିବା ଗାଡ଼ିଗୁଡ଼ିକ ଯାଞ୍ଚ ବେଳେ ଧରାପଡ଼ିଲେ ଅଧିକ ଜରିମାନା ଗଣିବେ। ମୋଟର ଯାନ ନିୟମରେ କରାଯାଉଥିବା ସଂଶୋଧନରେ ସେଭଳି କିଛି ବ୍ୟବସ୍ଥା କରାଯାଉଛି। ପ୍ରଥମ ଥର ଧରାପଡ଼ିଲେ ସେଭଳି ଗାଡ଼ି ବୀମା ପ୍ରିମିୟମ୍‌ର ତିନି ଗୁଣା ରାଶି ଜରିମାନା ଆକାରରେ ପ୍ରଦାନ କରିବେ। ଏକାଧିକ ଥର ନିୟମ ଉଲ୍ଲଂଘନ କଲେ ପ୍ରିମିୟମ୍‌ର ୫ ଗୁଣା ରାଶି ଜରିମାନା ଗଣିବେ। ସମ୍ପ୍ରତି ପ୍ରଚଳନରେ ଥିବା ନିୟମ ଅନୁସାରେ ପ୍ରଥମ ଥର ଉଲ୍ଲଂଘନ ପାଇଁ ଜରିମାନା ୨୦୦୦ ଟଙ୍କା ଓ ଏକାଧିକ ଥର ନିୟମ ଉଲ୍ଲଂଘନ ପାଇଁ ୪୦୦୦ ଟଙ୍କାର ଜରିମାନା ଏବଂ ତିନି ମାସ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ବ୍ୟବସ୍ଥା ରହିଛି। 

ଗାଡ଼ିର ବେଗ ସୀମାକୁ ନେଇ ରହିଥିବା ଦ୍ବନ୍ଦ୍ବକୁ ଏହି ନିୟମ ସଂଶୋଧନ ଜରିଆରେ ସମାଧାନ କରିବାକୁ ଉଦ୍ୟମ କରାଯାଉଛି। ଜାତୀୟ ରାଜପଥ ଓ ଏକ୍ସପ୍ରେସ୍‌ୱେଗୁଡ଼ିକ ଲାଗି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ବେଗର ସୀମା ଧାର୍ଯ୍ୟ କରିବେ। ରାଜ୍ୟ ସଡ଼କଗୁଡ଼ିକ ପାଇଁ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ବର୍ତ୍ତମାନ ସମୟରେ ସମାନ ଜାତୀୟ ରାଜପଥ ପାଇଁ କେନ୍ଦ୍ର ଓ ରାଜ୍ୟର ସର୍ବୋଚ୍ଚ ବେଗ ସୀମା ଅଲଗା ଅଲଗା ରହୁଥିବାରୁ ଚାଳକମାନେ ଦ୍ବନ୍ଦ୍ବରେ ରହୁଛନ୍ତି। ସେମାନଙ୍କୁ ବିଭିନ୍ନ ସମୟରେ ବେଗର ସୀମା ଉଲ୍ଲଂଘନ ଅପରାଧରେ ଜରିମାନା ଗଣିବାକୁ ପଡ଼ୁଛି। ମୋଟର ଯାନ ବିଲ୍‌ରେ ଅଣାଯିବାକୁ ଥିବା ସଂଶୋଧନର ଚିଠା ପ୍ରସ୍ତାବଗୁଡ଼ିକୁ ବିଭିନ୍ନ ବିଭାଗ ନିକଟକୁ ପଠାଇ ସେମାନଙ୍କ ମତାମତ ଲୋଡ଼ାଯାଇଛି।

  • jmjnewso

    Related Posts

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    Spread the love

    Spread the love ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ଫାଇଲ୍ ଗାଏବ ହେବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସମ୍ବେଦନଶୀଳ ମାମଲାରେ ଯେଉଁମାନେ ଦୋଷୀ ସେମାନେ ଜେଲ୍ ଯିବେ…

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିସନ ଫାଇଲ ହଜିବା ମାମଲାରେ ଏବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ଘଟଣାରେ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ…

    Leave a Reply

    Your email address will not be published. Required fields are marked *

    You Missed

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ