ସାରାକକୁ 13 ମାସ ବିତିଲା, ଶାସକ ଦଳର ନେତାଙ୍କୁ ଜାଣୁନାହାନ୍ତି ଅଫିସର

Spread the love

ଜେଏମଜେ ବ୍ୟୁରୋ : ଶାସକ ଦଳର ନେତାଙ୍କୁ ଜାଣୁନାହାନ୍ତି ଅଫିସର । ପୋର୍ଟ ଫୋଲିଓ କହିଲେ ବି ଚିହ୍ନିପାରୁନାହାଁନ୍ତି ଅଧିକାରୀ । ସଙ୍ଗୀନ ଅଭିଯୋଗ ଆଣିଲେ ସରକାରୀ ଦଳ ଉପ ମୁଖ୍ୟସଚେତକ । ବିରୋଧୀ କହିଲେ, ରାଜ୍ୟରେ ଚାଲିଛି ବିଚିତ୍ର ଶାସନ । ସରକାରୀ ଅଫିସର ଜାଣୁନାହାନ୍ତି ନେତାଙ୍କ ପୋର୍ଟ ଫୋଲିଓ । ବିଜେପି ସରକାରର ୧୩ ମାସ ପରେ ବି ଶାସକ ଦଳର ବିଭିନ୍ନ ପୋର୍ଟ ଫୋଲିଓ ଥିବା ନେତାଙ୍କୁ ଜାଣିପାରୁନାହାନ୍ତି ସରକାରୀ ଅଧିକାରୀ ।

ଫୋନରେ ପରିଚୟ ଦେଲେ ବି ଉତ୍ତର ଆସୁଛି କିଏ କହୁଛନ୍ତି ? ସରକାରୀ ଅଧିକାରୀଙ୍କ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସରକାରୀ ଦଳ ଉପ ମୁଖ୍ୟସଚେତକ ଗୋବିନ୍ଦ ଚନ୍ଦ୍ର ଦାସ । ନିଜର କ୍ଷୋଭ ପ୍ରକାଶ କରି ଉପ ମୁଖ୍ୟସଚେତକ କହିଛନ୍ତି ‘ଉପମୁଖ୍ୟ ସଚେତକ’ କହିଲେ ଜାଣିପାରୁନାହାନ୍ତି ଅଫିସର। ପଦପଦବୀର ଗରିମା ବୁଝିପାରୁନାହାନ୍ତି । ବିଧାୟକ କହିଲେ ଜାଣୁଛନ୍ତି ଉପମୁଖ୍ୟ ସଚେତକ କହିଲେ ବୁଝି ପାରୁନାହାନ୍ତି । ବିଧାନସଭାର ସରକାରୀ ଦଳ ଉପ ମୁଖ୍ୟସଚେତକଙ୍କୁ ଯଦି ଅଫିସର ଜାଣିପାରୁନାହାନ୍ତି ତେବେ ରାଜ୍ୟରେ ଶାସନ ବ୍ୟବସ୍ଥା କିପରି ଚାଲିଛି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ।

ସରକାରୀ ଦଳ ଉପ ମୁଖ୍ୟସଚେତକଙ୍କୁ ଅଫିସର ଜାଣିନପାରିବା ଅଭିଯୋଗକୁ ନେଇ ଶାସକ ଦଳକୁ କଟାକ୍ଷ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ୧୩ ମାସ ଧରି ସରକାର ଚଳାଇବା ପରେ ସରକାରୀ ଦଳ ଉପ ମୁଖ୍ୟସଚେତକ ଏପରି କହିବା ବିଧାୟକମାନଙ୍କୁ ଅପମାନ । ଗୋବିନ୍ଦକୁ ପ୍ରଶ୍ନ କରି ପ୍ରମିଳା କହିଛନ୍ତି ଯେ ଏବେ ରାଜ୍ୟରେ କିଏ ଶାସନ କରୁଛି ? ନିଜ ଦଳରେ ପ୍ରଚାର ପ୍ରସାର, ଆତ୍ମଗରିମା ନ ଛାଡିଲେ କିଛି ହବନି । ଅଫିସରଙ୍କୁ ଚିଠି ଦିଆ ହୋଇଛି କିନ୍ତୁ କେମିତି ବିଧାୟକଙ୍କୁ ଚିହ୍ନି ପାରୁନାହାନ୍ତି ? ଯେହେତୁ ଶାସକ ଦଳ କିଛି କାମ କରିପାରୁନାହାନ୍ତି କେଉଁ ବାଟ ଦେଇକି ଖସିବେ ବୋଲି ଭାବୁଛନ୍ତି । ଯଦି ସରକାରୀ ଉପ ମୁଖ୍ୟସଚେତକଙ୍କୁ ଚିହ୍ନି ପାରୁନାହାନ୍ତି ତାହାଲେ ମୁଖ୍ୟମନ୍ତ୍ରୀଙ୍କୁ ଅଫିସ ଚିହ୍ନି ପାରୁଛନ୍ତି ତ ବୋଲି ପ୍ରଶ୍ନ କରିଛି ବିଜେଡି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ଓଡିଶାରେ ବିଚିତ୍ର ଶାସନ ଚାଲିଛି । ଶାସକ ଦଳ କିଛି କାମ କରୁନି କି ବିଧାନସଭା ଆଲୋଚନାରେ ବିଧାୟକମାନେ ଠିକ ଢଙ୍ଗରେ ନିଜର ଦକ୍ଷତା ପ୍ରତିପାଦନ କରୁନାହାନ୍ତି । ଖାସ ସେଥିପାଇଁ ଶାସକ ଦଳକୁ ଅଫିସରମାନେ ଚିହ୍ନି ପାରୁନାହାନ୍ତି । ପୋର୍ଟ ଫୋଲିଓରେ ଥିବା ନେତାଙ୍କୁ ଯଦି ଅଫିସର ଚିହ୍ନିପାରୁନାହାନ୍ତି , ତେବେ ଗ୍ରାଉଣ୍ଡରେ ବିଧାୟକମାନଙ୍କ କାମ କିପରି ହେଉଥିବ ତାକୁ ନେଇ ନାନା ପ୍ରଶ୍ନ ଉଠିଛି । ୧୩ମାସର ସରକାରରେ ଯଦି ବିଧାୟକ ନ୍ୟାୟ ମାଗୁଛନ୍ତି, ତେବେ ଲୋକଙ୍କ ସମସ୍ୟା କେମିତି ଦୂର ହେବ ତାକୁ ନେଇ ବିରୋଧୀ ଶାସକ ଦଳକୁ ପ୍ରଶ୍ନ କରିଛନ୍ତି ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 43 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 40 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 43 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 74 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 51 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 48 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ