ମହିଳା କମିଶନ ଓ ଶିଶୁ ସୁରକ୍ଷା ଆୟୋଗ ନିଯୁକ୍ତି ପରେ ଏବେ ନିଗମ ଓ ବୋର୍ଡ ନିଯୁକ୍ତିକୁ ନେଇ ଆଶାୟୀଙ୍କ ଉତ୍କଣ୍ଠା.

Spread the love

ଜେଏମଜେ ବ୍ୟୁରୋ : ମହିଳା କମିଶନ ଓ ଶିଶୁ ସୁରକ୍ଷା ଆୟୋଗ ନିଯୁକ୍ତି ପରେ ଏବେ ନିଗମ ଓ ବୋର୍ଡ ନିଯୁକ୍ତି। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ଦିଲ୍ଲୀ ଗସ୍ତରେ ଥିବାରୁ ଚର୍ଚ୍ଚା ଜୋରଦାର। ଦିଲ୍ଲୀରୁ ଫେରିବା ପରେ ଆସିପାରେ ନିଗମ ଓ ବୋର୍ଡର ପ୍ରଥମ ତାଲିକା। ବଢୁଛି ଆଶାୟୀଙ୍କ ସଂଖ୍ୟା, ଚିନ୍ତାରେ ଟିମ୍ ବିଜେପି। କାହାକୁ କେଉଁ ପଦରେ ଥଇଥାନ କରାଯିବ, ତାର ଖସଡ଼ା ପ୍ରସ୍ତୁତ ହେଉଛି।

ଦଳୀୟ ଆନୁଗତ୍ୟ, ଦକ୍ଷତା, ଅଭିଜ୍ଞତା ହେବ ମାପକାଠି। ନିଗମ, ବୋର୍ଡ ସହ ଖୁବଶୀଘ୍ର ଗଢ଼ାଯିବ ରାଜ୍ୟ ବିଜେପି ଟିମ୍। କେଉଁମାନେ ସଙ୍ଗଠନ ପାଇଁ କାମ କରିବେ, କେଉଁମାନେ ସରକାରଙ୍କ ସହ ରହିବେ, ତାର ତାଲିକା ଏକ ପ୍ରକାର ପ୍ରସ୍ତୁତ ହୋଇସାରିଛି। ଉଭୟ ନେତା ଦିଲ୍ଲୀରୁ ଫେରିବା ପରେ ଏଥିରେ ମୋହର ବାଜିବ। ଚଳଚ୍ଚିତ୍ର ନିଗମ, ଅର୍ଥ ନିଗମ, କାଜୁ ନିଗମ, ଖଦୀ ବୋର୍ଡ, ବିହନ ନିଗମ, ପର୍ଯ୍ୟଟନ ନିଗମ ଭଳି ଲାଭଜନକ ସଂସ୍ଥା ଉପରେ ରହିଛି ଆଶାୟୀଙ୍କ ନଜର।

ରାଜ୍ୟରେ ମୋଟ ୫୬ଟି ନିଗମ ଥିବା ବେଳେ, କିଛି ନିଗମରେ ଅଫିସର ମାନଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିରୁ ୪୦ଟି ନିଗମ ଏବଂ ବୋର୍ଡରେ ରାଜନୈତିକ ନିଯୁକ୍ତି ଦିଆଯିବ। ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ନେତାଙ୍କ ସହ କିଛି ବିଧାୟକଙ୍କ ନଜର ବି ନିଗମ ବୋର୍ଡ ଉପରେ ରହିଛି। ଯେଉଁମାନଙ୍କୁ ସରକାରୀ ବ୍ୟବସ୍ଥାରେ ଥିଇଥାନ କରାଯାଇ ନପାରିବ, ସେମାନଙ୍କୁ ରାଜ୍ୟ ଟିମରେ ଗୁରୁଦାୟିତ୍ବ ଦିଆଯିବ। ରାଜ୍ୟ ବିଜେପି ଟିମ୍, ନିଗମ ଓ ବୋର୍ଡ ନିଯୁକ୍ତି ପାଇଁ ଏକା ସାଙ୍ଗରେ ଚାଲିଛି ଅଙ୍କକଷା। ମହିଳା ବିକାଶ ନିଗମ, ବନ ନିଗମ, କ୍ଷୁଦ୍ର ଶିଳ୍ପ ନିଗମ, ଉଠା ଜଳସେଚନ ନିଗମ, ପଣ୍ୟଗାର ନିଗମ ଭଳି ସଂସ୍ଥା ହାତେଇବାକୁ ନେତାମାନେ ଲବି ମଧ୍ୟ ଆରମ୍ଭ କରିଛନ୍ତି। ପୁଣି ଥରେ ସଭାପତି ଦାୟିତ୍ବ ନେବା ପରେ ନିଜ ଟିମ୍ ଗଢିବା ସହ ନିଗମ ଓ ବୋର୍ଡ ନିଯୁକ୍ତି ମଧ୍ୟ ଦଳ ପାଇଁ ବଡ଼ ଆହ୍ବାନ। ଶୃଙ୍ଖଳିତ ଦଳ କଥା କହି ଆଶାୟୀମାନେ ନିଯୁକ୍ତି ନେଇ ମୁହଁ ଖୋଲୁନଥିବା ବେଳେ, ସମସ୍ତଙ୍କ ନଜର ରହିଛି ମୋହନ ଓ ମନମୋହନଙ୍କ ନିଷ୍ପତ୍ତି ଉପରେ।

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    • By jmjnewso
    • September 17, 2026
    • 3 views
    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 41 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 34 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 36 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 50 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 51 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି