ଅପାରଗ ଅଧିକାରୀଙ୍କ ତାଲିକା ଦେଲେନି.ସରକାର ଙ୍କ ଉପରେ ରହି ଖେଳ କରୁଥିବା କିଏ ସେ ଅଧିକାରୀ?

Spread the love

ଜେଏମଜେ ବ୍ୟୁରୋ: କେହି ମାନିଲେନି ସରକାରୀ ନିର୍ଦେଶ.. ଅପାରଗଙ୍କୁ ଘୋଡେଇ ରଖିଲେ ବିଭାଗୀୟ ଉଚ୍ଚ ଅଧିକାରୀ.. ସରକାର ଙ୍କ ଠାରୁ ଉପରେ ଆଉ କାହାର ରହିଛି ଭିତିରିଆ ନିର୍ଦେଶ.. କିଏ ସେ ମୁଖିଆ?….ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ଅବମାନନା । ଅପାରଗ ବାବୁମାନଙ୍କ ତାଲିକା ପ୍ରସ୍ତୁତ କରି ପଠାଇବାକୁ ସମସ୍ତ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଯେଉଁ ସରକାରୀ ଅଧିକାରୀମାନେ ସେମାନଙ୍କୁ ଦିଆଯାଇଥିବା ଦୟିତ୍ୱକୁ ଠିକ୍ ଭାବେ ତୁଲାଉନାହାନ୍ତି, ଯେଉଁମାନଙ୍କର ନିଷ୍ଠା, ସାଧୁତା ସନ୍ଦେହଜନକ, କାମ କରିବାକୁ ଶାରୀରିକ ଓ ମାନସିକ ସ୍ତରରେ ଫିଟ୍ ନାହାନ୍ତି, ଏକାଧିକ ଭିଜିଲାନ୍ସ ମାମଲା ଅଛି, ଦୁର୍ନୀତିଗ୍ରସ୍ତ ଅଧିକାରୀ ବୋଲି ପ୍ରମାଣିତ ହୋଇଛନ୍ତି, ବାରମ୍ବାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି, ଅଫିସରେ ଦିଆଯାଉଥିବା କାର୍ଯ୍ୟକୁ ଠିକ୍ ଭାବେ ତୁଲାଉନାହାନ୍ତି; ଏହିଭଳି ଅପାରଗ ବାବୁମାନଙ୍କ ତାଲିକା ପ୍ରସ୍ତୁତ କରି ପଠାଇବାକୁ ସମସ୍ତ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।ଉଦ୍ଦେଶ୍ୟ ଥିଲା ଯିଏ ଅପାରଗ ସେମାନଙ୍କୁ ଚାକିରିରୁ ବିଦା କରିଦିଆଯିବ । ଯେଉଁ ପଦବି ଖାଲି ପଡ଼ିବ ସେଥି‌ରେ ନୂଆ ନିଯୁକ୍ତି ଦିଆଯିବ ।

ଖୋଦ୍‌ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମାର୍ଚ୍ଚ ୨୪ରେ ବସିଥିବା ସଚିବସ୍ତରୀୟ ବୈଠକରେ ଏହି ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ବି ବିଭିନ୍ନ ବିଭାଗର ସଚିବମାନେ ତାଲିକା ଦେଲେନି । ଏପ୍ରିଲ, ମେ’, ଜୁନ୍, ଜୁଲାଇରେ ବସିଥିବା ସଚିବସ୍ତରୀୟ ବୈଠକରେ ଏନେଇ ଆଲୋଚନା ହୋଇଥିଲା । ଏହାପରେ ଅଗଷ୍ଟ ୪ରେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ସଚିବଙ୍କୁ ଲେଖାଯାଇଥିବା ୟୁଓଆଇ ନୋଟ୍‌ରେ ବିଭାଗଗୁଡ଼ିକୁ ୧୨ଟି ପଏଣ୍ଟରେ ତଥ୍ୟ ମଗାଯାଇଥିବାବେଳେ ଏଥିରେ ବି ଅପାରଗ କର୍ମଚାରୀଙ୍କୁ ଆଗୁଆ ଅବସର ଦେବା ନେଇ ତଥ୍ୟ ମଗାଯାଇଥିଲା । ଏଥିରେ କେଉଁ ବିଭାଗରେ କେତେ ଜଣ ସରକାରଙ୍କ ମାନଦଣ୍ଡ ଅନୁଯାୟୀ ଅପାରଗ ଅଛନ୍ତି ତା’ର ତାଲିକା ମଗାଯାଇଥିଲା । ଅଗଷ୍ଟ ୭ ତାରିଖ ସୁଦ୍ଧା ଏହି ରିପୋର୍ଟ ଦେବାକୁ କୁହାଯାଇଥିଲା । ବିଡ଼ମ୍ବନାର ବିଷୟ କୌଣସି ବିଭାଗର ମୁଖିଆ ଏହି ତାଲିକା ମୁଖ୍ୟ ସଚିବଙ୍କୁ ଦେଲେନି।

ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ବାଧ୍ୟତାମୂଳକ ଅବସର ଦେବା ପାଇଁ ପ୍ରତି ୪ମାସରେ ଥରେ ଲେଖାଏଁ ସାଧାରଣ ପ୍ରଶାସନ ବିଭାଗକୁ ରିପୋର୍ଟ ଦେବାକୁ କୁହାଯାଇଛି । ଏଥିରେ ଜାନୁଆରିରୁ ମାର୍ଚ୍ଚ ମାସର ସମୀକ୍ଷା କରି ଏପ୍ରିଲ ୧୫ ସୁଦ୍ଧା, ଏପ୍ରିଲରୁ ଜୁନ୍ ମାସର ସମୀକ୍ଷା କରି ଜୁଲାଇ ୧୫, ଜୁଲାଇରୁ ସେପ୍ଟେମ୍ବରର ଅକ୍ଟୋବର ୧୫, ଅକ୍ଟୋବରରୁ ଡିସେମ୍ବର ମଧ୍ୟର କାର୍ଯ୍ୟକୁ ସମୀକ୍ଷା କରି ତାହା ପରବର୍ଷର ଜାନୁଆରି ୧୫ ସୁଦ୍ଧା ରିପୋର୍ଟ ଦେବାକୁ ନିୟମ ଅଛି । ଏହାକୁ ଆଧାର କରି ଅପାରଗ ବାବୁଙ୍କୁ ବିଦା କରିବାର ଗାଇଡ୍‌ଲାଇନ୍ ଅଛି । ହେଲେ ଏହାକୁ କୌଣସି ବିଭାଗ ମାନୁନାହାନ୍ତି । ଆସନ୍ତା ୧୨ ତାରିଖରେ ସଚିବସ୍ତରୀୟ ବୈଠକ ବସିବାକୁ ଥିବାରୁ ଏ ସଂପର୍କରେ ଆଲୋଚନା ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

  • jmjnewso

    Related Posts

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    Spread the love

    Spread the love ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ଫାଇଲ୍ ଗାଏବ ହେବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସମ୍ବେଦନଶୀଳ ମାମଲାରେ ଯେଉଁମାନେ ଦୋଷୀ ସେମାନେ ଜେଲ୍ ଯିବେ…

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିସନ ଫାଇଲ ହଜିବା ମାମଲାରେ ଏବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ଘଟଣାରେ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ