ଜେଏମଜେ ବ୍ୟୁରୋ : କୋଟିଆ ବିବାଦ ବିଷୟରେ ରାଜ୍ୟ ସରକାର ନିୟମିତ ଭାବେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି । କୋଟିଆ ସମସ୍ୟା ଏଭଳି ଏକ ସମସ୍ୟା ଯାହାର ମାନବୀୟ ଦୃଷ୍ଟିକୋଣ ରହିଛି। ରାଜ୍ୟ ସରକାରଙ୍କ ସେବା କୋଟିଆରେ ପହଞ୍ଚି ନ ପାରିବା ଓ ଆନ୍ଧ୍ର ପ୍ରଦେଶ ସରକାର ସେଠାରେ ପହଞ୍ଚି ସେବା ପ୍ରଦାନ କରିବା ହେଉଛି କୋଟିଆ ସମସ୍ୟାର କାରଣ ବୋଲି ଆଜି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ରାଜସ୍ବ ମନ୍ତ୍ରୀ ଆହୁରି କହିଛନ୍ତି, ”ନିକଟରେ ମୁଁ ନିଜେ କୋଟିଆ ଯାଇ ସେଠାରେ ଲୋକମାନଙ୍କର ଯାହା ଯାହା ସମସ୍ୟା ରହିଛି, ସେ ସବୁକୁ ବୁଝିବା ସହ ଲେଖିକରି ଆଣିଛି । ଆଗାମୀ ଦିନରେ କୋଟିଆ ବାସିନ୍ଦାଙ୍କ ଉଚ୍ଚ ଶିକ୍ଷା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଆଗାମୀ ଦିନରେ କୋଟିଆବାସୀ ଓଡ଼ିଶା ସରକାର ପକ୍ଷରୁ ଯେଉଁ ସେବା ଓ ଭଲ ପାଇବା ପାଇବେ ତାହା କେବେ ଆନ୍ଧ୍ର ସରକାର କୋଟିଆ ବାସିନ୍ଦାଙ୍କୁ ଦେଇ ପାରିବେ ନାହିଁ” ।
କୋଟିଆ ବିବାଦ ବିଷୟରେ ରାଜ୍ୟ ସରକାର ନିୟମିତ ଭାବେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି । କୋଟିଆ ସମସ୍ୟା ଏଭଳି ଏକ ସମସ୍ୟା ଯାହାର ମାନବୀୟ ଦୃଷ୍ଟିକୋଣ ରହିଛି। ରାଜ୍ୟ ସରକାରଙ୍କ ସେବା କୋଟିଆରେ ପହଞ୍ଚି ନ ପାରିବା ଓ ଆନ୍ଧ୍ର ପ୍ରଦେଶ ସରକାର ସେଠାରେ ପହଞ୍ଚି ସେବା ପ୍ରଦାନ କରିବା ହେଉଛି କୋଟିଆ ସମସ୍ୟାର କାରଣ ବୋଲି ଆଜି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।