ଏଣିକି କ୍ଷମତାଶାଳୀ ହେବେ ବିଡିଓ. ଆଉ କମିବ ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତା.

Spread the love

ଜେଏମଜେ ବ୍ୟୁରୋ : ଏଣିକି କ୍ଷମତାଶାଳୀ ହେବେ ବିଡିଓ ଆଉ ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତା କମିବ । ବ୍ଲକ୍ ବା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ହାତକୁ ବାନ୍ଧି ଦେବେ ସରକାର, କ୍ଷମତାକୁ କରିଦେବେ ସଙ୍କୁଚିତ । ପ୍ରକଳ୍ପର ବିଲ୍ ପାସ୍ ପାଇଁ ଆଉ ଖୋଜା ପଡ଼ିବନି ବ୍ଲକ୍ ଅଧ୍ୟକ୍ଷଙ୍କ ଦସ୍ତଖତ । ଏହି କ୍ଷମତା ଏବେ ବିଡିଓଙ୍କ ହାତକୁ ଟେକିଦିଆଯିବ । ଏ ସମ୍ପର୍କରେ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛି ପଞ୍ଚାୟତିରାଜ ବିଭାଗ ।

ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଅଛି । ଆଉ ଯେହେତୁ ରାଜ୍ୟର ଅଧିକାଂଶ ବ୍ଲକରେ ଏବେ ବିଜେଡି ସମର୍ଥିତ ଅଧ୍ୟକ୍ଷ ଅଛନ୍ତି, ତେଣୁ ସେମାନଙ୍କ କ୍ଷମତା ଉପରେ ଅଙ୍କୁଶ ଲଗାଇବାକୁ ସରକାର ନିୟମରେ କରିଛନ୍ତି ବଡ଼ ପରିବର୍ତ୍ତନ । ପୂର୍ବରୁ ୨ ଲକ୍ଷ ଟଙ୍କାରୁ କମ୍ ଫାଇଲରେ ବିଡିଓ ଦସ୍ତଖତ କରୁଥିଲେ । ଆଉ ୨ ଲକ୍ଷରୁ ୨୦ ଲକ୍ଷ ଟଙ୍କାର ପ୍ରକଳ୍ପ ଫାଇଲରେ ବ୍ଲକ୍ ଅଧ୍ୟକ୍ଷଙ୍କ କାଉଣ୍ଟର ଦସ୍ତଖତ ବାଧ୍ୟତାମୂଳକ ଥିଲା । ହେଲେ ଏବେ ଆଉ ସେମିତି ହେବନି । ୨ ଲକ୍ଷରୁ ୨୦ ଲକ୍ଷ ଟଙ୍କାର ପ୍ରକଳ୍ପ ବଦଳରେ ୨୦ ଲକ୍ଷରୁ ୫୦ ଲକ୍ଷ ଟଙ୍କାର ପ୍ରକଳ୍ପ ଫାଇଲରେ ବ୍ଲକ୍ ଅଧ୍ୟକ୍ଷ ଦସ୍ତଖତ କରିବେ । ଯେହେତୁ ବ୍ଲକର ଅଧିକାଂଶ କାମ ୨୦ ଲକ୍ଷ ଭିତରେ ରହିଥାଏ, ତେଣୁ ଏହାକୁ ବିଡିଓ ହିଁ ପାସ୍ କରିଦେବେ । ଆଉ ୨୦ ଲକ୍ଷରୁ ୫୦ ଲକ୍ଷ ଭିତରେ କମ୍ ପ୍ରକଳ୍ପ ରହୁଥିବାରୁ, ବ୍ଲକ୍ ଅଧ୍ୟକ୍ଷଙ୍କ ପାଖକୁ ହାତ ଗଣତି କିଛି ପ୍ରକଳ୍ପ ଆସିବ ।

ରାଜ୍ୟର ୯୦ଭାଗ ବ୍ଲକରେ ଯେହେତୁ ବିଜେଡି ସମର୍ଥିତ ବ୍ଲକ୍ ଅଧ୍ୟକ୍ଷ ରହିଛନ୍ତି, ତେଣୁ ଅଧିକାଂଶ ସମୟରେ ବିଜେପି ବିଧାୟକଙ୍କୁ ସେମାନେ ଖାତିର କରୁନଥିବା ନେଇ କଥା ଆସେ । ଏମିତି କି ବ୍ଲକରେ ସରକାରୀ ଦଳର ଦବଦବା ରହୁନଥିଲା । ତେଣୁ ଏହାକୁ କାଉଣ୍ଟର କରିବା ସହ ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତାକୁ ସଙ୍କୁଚିତ କରିବାକୁ ସରକାର ଏପରି କରିଥିବା ଚର୍ଚ୍ଚା ହେଉଛି । ମୋଟ ଉପରେ କହିବାକୁ ଗଲେ, ବ୍ଲକକୁ ଆସୁଥିବା ଅଧିକାଂଶ ପ୍ରକଳ୍ପର ମୂଲ୍ୟ ୧୦ରୁ ୧୫ ଲକ୍ଷ ଟଙ୍କା ଭିତରେ ହେଇଥାଏ । ତେଣୁ ୨୦ ଲକ୍ଷ ଟଙ୍କାର ପ୍ରକଳ୍ପ ଫାଇଲରେ କେବଳ ବିଡିଓଙ୍କ ଦସ୍ତଖତ ରହିଲେ, ଅଧ୍ୟକ୍ଷଙ୍କ କୌଣସି ଭୂମିକା ରହିବନି ବୋଲି କୁହାଯାଇଛି.

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 45 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 44 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 75 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 52 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 50 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ