ବ୍ଲକ୍ ଅଧ୍ୟକ୍ଷଙ୍କ ଆର୍ଥିକ କ୍ଷମତା ହ୍ରାସ ନେଇ ତେଜିଲା ରାଜନୀତି।

Spread the love

୨୦ ଲକ୍ଷ ଟଙ୍କା ଯାଏଁ ପ୍ରକଳ୍ପରେ ଦରକାର ପଡ଼ିବନି ବ୍ଲକ୍ ଅଧ୍ୟକ୍ଷଙ୍କ ଦସ୍ତଖତ
ପ୍ରତିବାଦ ଜଣାଇଲେ ବିରୋଧୀ
ସପକ୍ଷରେ ଯୁକ୍ତି ବାଢ଼ିଲେ ପଞ୍ଚାୟତିରାଜ ମନ୍ତ୍ରୀ

ଜେଏମଜେ ବ୍ୟୁରୋ : ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଆର୍ଥିକ କ୍ଷମତା ସଙ୍କୁଚିତ ହେବ। ବ୍ଲକ୍ରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାମ ପାଇଁ ଆଉ ଅଧ୍ୟକ୍ଷଙ୍କ ଦସ୍ତଖତ ଦରକାର ପଡ଼ିବନି। ବିଡିଓଙ୍କ ଦସ୍ତଖତରେ କାମ ହେଇଯିବ। ଏ ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବରୁ ୨ ଲକ୍ଷ ଟଙ୍କାରୁ କମ୍ ବଜେଟ୍ର ବିଲ୍ ଫାଇଲ୍ରେ ବିଡିଓ ଦସ୍ତଖତ କରୁଥିଲେ।

୨ରୁ ୨୦ ଲକ୍ଷ ଟଙ୍କାର ପ୍ରକଳ୍ପ ଫାଇଲ୍ରେ ବ୍ଲକ୍ ଅଧ୍ୟକ୍ଷଙ୍କ କାଉଣ୍ଟର୍ ଦସ୍ତଖତ ବାଧ୍ୟତାମୂଳକ ଥିଲା। ସରକାରଙ୍କ ଏପରି ନିଷ୍ପତ୍ତିକୁ ନେଇ ରାଜନୀତି ତେଜିଛି। ବିରୋଧୀ ଏହାକୁ ବିରୋଧ କରିଥିଲା ବେଳେ ପଞ୍ଚାୟତିରାଜ ମନ୍ତ୍ରୀ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ବ୍ଲକ୍ ସ୍ତରରେ ଅଧିକାଂଶ ପ୍ରକଳ୍ପ ୨୦ ଲକ୍ଷ ଟଙ୍କା ଭିତରେ ହେଉଥିବାରୁ ଏହି ନିର୍ଦ୍ଦେଶନାମା ଫଳରେ ଅଧ୍ୟକ୍ଷଙ୍କ କ୍ଷମତା ଓ ପ୍ରଭାବ କମିବ ବୋଲି କୁହାଯାଉଛି। ରାଜନୈତିକ ମହଲରେ ଅନୁମାନ କରାଯାଉଛି ଯେ ରାଜ୍ୟର ୯୦ ଭାଗ ବ୍ଲକରେ ବିଜେଡି ସମର୍ଥିତ ଅଧ୍ୟକ୍ଷ ରହିଛନ୍ତି। ଫଳରେ ବ୍ଲକ ସ୍ତରରେ ଶାସକ ଦଳର ଦବ୍ଦବା ରହୁ ନ ଥିଲା। ବହୁତ କାମ ବି ସରକାରୀ ଦଳ ଚାହିଁବା ଅନୁଯାୟୀ ହୋଇପାରୁନି। ପରିବର୍ତ୍ତିତ ନିଷ୍ପତ୍ତି ଫଳରେ ସରକାର ବିଡିଓଙ୍କ ମାଧ୍ୟମରେ କାମ କରାଇପାରିବେ। ଅଧ୍ୟକ୍ଷ ପ୍ରଭାବ ଶୂନ୍ୟ ହେଇଯିବେ।

ଅନ୍ୟପଟେ ଏହି ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଘେରିଛନ୍ତି। ବିଜେଡି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ଏହି ପ୍ରସ୍ତାବିତ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେଲେ, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ କୁଠାରଘାତ ହେବ। ବ୍ୟବସ୍ଥା ଅନୁଯାୟୀ, ତୃଣମୂଳ ସ୍ତରକୁ କ୍ଷମତା ପ୍ରଦାନ କରାଯିବା କଥା। କିନ୍ତୁ ଏହି ନିର୍ଦ୍ଦେଶନାମା ମାଧ୍ୟମରେ ତୃଣମୂଳ ସ୍ତରରୁ, ବିଶେଷକରି ନିର୍ବାଚିତ ପ୍ରତିନିଧିଙ୍କ ଠାରୁ କ୍ଷମତା କାଢ଼ି ନେବା ପାଇଁ ପ୍ରୟାସ କରାଯାଉଛି। ବିଜେଡି ବିଧାୟକ ତଥା ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ‘ବିଜେପି ସରକାର ବର୍ତ୍ତମାନ ରାଜ୍ୟର ଗଣତାନ୍ତ୍ରିକ ପଦ୍ଧତିକୁ ମାରିଦେବାକୁ ଯାଉଛନ୍ତି। ଏମାନେ ଭୋଟ୍ ଚୋରିରୁ ବ୍ଲକ୍ ଚୋରିକୁ ଗଲେଣି। କ୍ଷମତା କମାଇ ସମ୍ବିଧାନକୁ ହତ୍ୟା କରୁଛନ୍ତି। ଏମାନେ କହୁଥିଲେ, ଆମେ ବାବୁଙ୍କ କ୍ଷମତା ହ୍ରାସ କରି ଜନ ପ୍ରତିନିଧିଙ୍କୁ କ୍ଷମତା ଦେବୁ। ହେଲେ ଏମିତି ନ କରି, ବାବୁଙ୍କ ହାତରେ କ୍ଷମତା ଟେକି ଦେଉଛନ୍ତି। ବର୍ତ୍ତମାନ ବିଜେଡିର ୯୦ ଭାଗ ବ୍ଲକ ଅଧ୍ୟକ୍ଷ। ଅଧ୍ୟକ୍ଷଙ୍କୁ ଭାଙ୍ଗିବେ ବୋଲି ଚେଷ୍ଟା କରୁଥିଲେ। ତାହା ହୋଇ ପାରିଲା ନାହିଁ। ଏପରି କ୍ଷମତା ହ୍ରାସ କରିବା ହତ୍ୟା ସହ ସମାନ। ଏହା ସିରିଜ୍ ଚାଲିଛି। ଏହି ନିଷ୍ପତ୍ତି ପରିବର୍ତ୍ତନ ନହେଲେ ବ୍ଲକ୍ ଅଧ୍ୟକ୍ଷ କୋର୍ଟଙ୍କ ଆଶ୍ରୟ ନେବେ। ଆନ୍ଦୋଳନ ହେବ ବୋଲି ଶ୍ରୀ ସାହୁ କହିଛନ୍ତି।

ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଗ୍ରାମାଞ୍ଚଳରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ୭୩ତମ ସମ୍ବିଧାନ ସଂଶୋଧନ ଆଇନ ପ୍ରଣୟନ କରି ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଥିଲା। ଏହି ଆଇନ ଅନୁସାରେ, ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା ଏବଂ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ କ୍ଷମତା ମଧ୍ୟ ହସ୍ତାନ୍ତର କରାଗଲା। କିନ୍ତୁ ଓଡ଼ିଶା ସରକାର ପଞ୍ଚାୟତ ବ୍ୟବସ୍ଥାର ଖୋଲା ଉଲ୍ଲଂଘନ କରି ନିର୍ବାଚିତ ପ୍ରତିନିଧିଙ୍କ ଅଧିକାରକୁ କ୍ଷୁଣ୍ଣ କରିବା ପାଇଁ ପ୍ରୟାସ କରିଛନ୍ତି। ଏହା ଏକ ହୀନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଚକ୍ରାନ୍ତ। ଏଥିପାଇଁ କଂଗ୍ରେସ ଲଢ଼େଇ କରିବ ବୋଲି ଶ୍ରୀ ଦାସ କହିଛନ୍ତି। ସେହିଭଳି କଂଗ୍ରେସ ବିଧାୟକ ସି.ଏସ୍ ରାଜନ ଏକ୍କା କହିଛନ୍ତି, ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଛି। ଆଗକୁ ବିଧାନସଭାରେ କଂଗ୍ରେସ ପ୍ରସଙ୍ଗ ଉଠେଇବ। ଯେହେତୁ ବିଜେପିର କମ୍ ସଂଖ୍ୟକ ବ୍ଲକ୍ ଅଧ୍ୟକ୍ଷ ରହିଛନ୍ତି, ଜାଣିଶୁଣି ସରକାର ଏଭଳି କରୁଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟପଟେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଏହି ନିର୍ଦ୍ଦେଶନାମାକୁ ସମର୍ଥନ କରି କହିଛନ୍ତି, ଲୋକଙ୍କ ସୁବିଧା ସରକାର ଅନୁଭବ କରି ଏହା କରିଛନ୍ତି। ସମୟ ସମୟରେ ବିଭିନ୍ନ ସଂଶୋଧନ କରାଯାଇଥାଏ। ଏହା ଲୋକଙ୍କ ହିତ ଦୃଷ୍ଟିରୁ ଓ ବିକାଶ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। ଏହା କାହା ପ୍ରତି କୁଠାରଘାତ ନୁହେଁ। ଜଣେ ପ୍ରତିନିଧି ଲୋକ ଏବଂ ଅଞ୍ଚଳ ପାଇଁ ନିର୍ବାଚିତ ହୋଇଥାଏ, ଯେତେବେଳେ ଲୋକଙ୍କର କିମ୍ବା ଅଞ୍ଚଳର କାମ ନ ହେବ ଉନ୍ନତି ନ ହେବ, ସେତେବେଳେ ସ୍ୱର ଉଠିବ। ୨୦୩୬ ଓ ୨୦୪୭ ମସିହାରେ ଓଡ଼ିଶା ବହୁ ଆଗରେ ରହିବ। ଓଡ଼ିଶାର ସାମଗ୍ରିକ କ୍ଷେତ୍ରରେ ଉନ୍ନତି ହେବ ବୋଲି ମନ୍ତ୍ରୀ କହିଛନ୍ତି। କରୋନା ସମୟରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଥିଲେ ବି ସେମାନେ ଜିଲ୍ଲାପାଳ ହୋଇପାରି ନଥିଲେ। ପୂର୍ବ ସରକାର ଏମିତି ସେମାନଙ୍କୁ ଅବସ୍ଥା କଲେ, ଗ୍ରାମସଭା କିମ୍ବା ପଲ୍ଲୀସଭା ହୋଇପାରିଲା ନାହିଁ। ପୂର୍ବ ସରକାର ସମୟର ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆମେ ଦେଖିଛୁ ବୋଲି ମନ୍ତ୍ରୀ କଟାକ୍ଷ କରିଛନ୍ତି।

  • jmjnewso

    Related Posts

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 45 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 44 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 75 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 52 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 50 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ