12 ଦଫା ଦାବୀ ନେଇ କବିସୂର୍ଯ୍ୟନଗର ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ..

Spread the love

ଜେଏମଜେ ବ୍ୟୁରୋ :ନିର୍ବାଚନ ପ୍ରତିଶ୍ରୁତି ପାଳନ କଲେନି ସରକାର, 12 ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସିପିଆଇ ର ଦାବିପତ୍ର ପ୍ରଦାନ..
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ରେ CPI ପକ୍ଷରୁଓଡିଶା ସରକାର ଙ୍କ ବିରୁଦ୍ଧରେ ରାଲି ଓ ଦାବୀପତ୍ର ପ୍ରଦାନ କରାଯାଇଛି. ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତି ରଖିଲେନି ଓଡିଶା ସରକାର. ପ୍ରତିବାଦରେ ଆଜି କବିସୂର୍ଯ୍ୟନଗର ବନଦେବୀ ମନ୍ଦିର ଠାରୁ CPI ନେତା ପ୍ରବୀଣ କୁମାର ଦାସ ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ରାଲି କରି ଓଡିଶାରେ ବିଜେପି ସରକାର ବିରୁଦ୍ଧରେ ନାରା ଦେଇ ବ୍ଲକ ରେ ପହଂଚିଥିଲେ.. ସେଠାରେ ଏକ ପ୍ରତିବାଦ ସଭା କରି ଓଡିଶା ରେ ଡବଲ ଇଂଜିନ ସରକାର ଆସିବା ପରେ ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା କାର୍ଯ୍ୟକାରୀ କରାଯାଉନି କହି ବିଜେପି ଉପରେ ବର୍ଷିଥିଲେ ସିପିଆଇ ନେତା.. ସରକାର ଙ୍କ ନିକଟରେ ଉପସ୍ଥାପନା କରିଥିବା ଦାବୀ ଗୁଡିକ ମଧ୍ୟରେ ରହିଛି ଦରଦାମ ନିୟନ୍ତ୍ରଣ, ସବୁ ମହିଳାଙ୍କୁ ସୁଭଦ୍ରା ସେ ସାମିଲ କରିବା ସହ ଏକାକାଳୀନ 50 ହଜାର ଟଙ୍କା ପ୍ରଦାନ, 300 ୟୁନିଟ ମାଗଣା ବିଜୁଳି, ଚାଷୀଙ୍କୁ ପ୍ରଯ୍ୟାପ୍ତ ସାର ପ୍ରଦାନ ଭଳି ଦାବୀ ରଖିଥିବା ବେଳେ କବିସୂର୍ଯ୍ୟନଗର ସହର ର ମୁଖ୍ୟରାସ୍ତା ସମ୍ପ୍ରସାରଣ ଧନେଇ ପ୍ରକଳ୍ପ ରେ ଡେମ ନିର୍ମାଣ କରି ଚାଷୀଙ୍କୁ ଜଳସେଚନ ସୁବିଧା ଦେବା, ଡାକ୍ତର ପଦବୀ ପୂରଣ କରିବା, ଆଠଗଡ ପାଟଣା ଭିତର ସାଗର ପ୍ରକଳ୍ପ ର ପୁନଃରୁଦ୍ଧାର କରିବା ପାଇଁ ଆଜି କବିସୂର୍ଯ୍ୟନଗର ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀପତ୍ର ପ୍ରଦାନ କରିଥିବା ଜଣାଯାଇଛି.. ଅନୁଷ୍ଠିତ ଆନ୍ଦୋଳନ ରେ ମଜିଦ ଖାଁ, ସନ୍ତୋଷ ମହାରଣା, ରଜନୀ ନାହାକ, ମୋରାର୍ଜି ନାୟକ କୁନା ବେହେରା, ସନ୍ତୋଷ ନାୟକ ଙ୍କ ସମେତ ବହୁ CPI କର୍ମୀ ସାମିଲ ହୋଇଥବା ଦେଖିବାକୁ ମିଳିଥିଲା..

  • Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 33 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 63 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    • By jmjnewso
    • September 17, 2026
    • 22 views
    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    • By jmjnewso
    • September 17, 2026
    • 28 views
    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 31 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 76 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ