ନବୀନ ଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ କାହିଁକି ଏତେ ଅବହେଳା ଓ କ’ଣ ଲୁଚାଇବାକୁ ହେଉଛି ପ୍ରୟାସ?

Spread the love

ଜେଏମଜେ ବ୍ୟୁରୋ : କାହିଁକି ଏତେ ଅବହେଳା ଓ କ’ଣ ଲୁଚାଇବାକୁ ହେଉଛି ପ୍ରୟାସ? ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ଜଣେ ଲୋକପ୍ରିୟ ନେତା । ବୟସାଧିକ୍ୟ ଯୋଗୁ ଅସୁସ୍ଥ ଥିବା ନବୀନଙ୍କ ସ୍ୱାସ୍ଥ୍ୟ ସଂର୍ପକରେ ଏତେ ଗୋପନୀୟତା ଓ ଅବହେଳା କାହିଁକି କରାଯାଉଛି, ତାହା ଏବେ ବି ରହସ୍ୟଘେରରେ । ଚର୍ଚ୍ଚା ହେଉଛି ଯେ, ନବୀନଙ୍କ ପରିବାର ସଦସ୍ୟ କେହି ନଥିବାରୁ ତା’ର ସୁଯୋଗ ନେଇ ପାଣ୍ଡିଆନ ହିଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝାସୁଝା କରୁଛନ୍ତି । ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ନବୀନଙ୍କ ସମସ୍ତ କାର୍ଯ୍ୟକଳାପ ନିୟନ୍ତ୍ରିତ ହେଉଥିବାରୁ ଅନ୍ୟ ବିଜେଡି ନେତାମାନେ ତା’ର କୌଣସି ଆଭାସ ପାଇପାରୁନାହାନ୍ତି । ପାଣ୍ଡିଆନ ମଧ୍ୟ ନବୀନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଦଳୀୟ ନେତାମାନଙ୍କ ପରାମର୍ଶ କିମ୍ବା ସହଯୋଗ ଲୋଡ଼ୁନଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି । ନିଜ ପ୍ରିୟ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏଭଳି ଗୋପନୀୟତାକୁ ଦଳର ନେତାମାନେ ନାପସନ୍ଦ କରିବା ସହ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ପାଣ୍ଡିଆନଙ୍କ ଏକଛତ୍ରବାଦୀ ନୀତି ଯୋଗୁ ନବୀନଙ୍କ ସ୍ୱାସ୍ଥ୍ୟ ଏବେବି ସଙ୍କଟଘେରରେ ରହିଛି । ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ପାଇଁ କାହିଁକି ଦଳୀୟ ନେତାଙ୍କ ଏକ ଟିମ୍ ଗଠନ ହେଉନାହିଁ ବୋଲି ବିଜେଡି ମହଲରେ ପ୍ରଶ୍ନ ଉଠିଛି ।

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 41 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 33 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 36 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 50 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 51 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 42 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍