ବିଜେଡିକୁ ଅଡୁଆ ଉପରାଷ୍ଟ୍ରପତି ଭୋଟ

Spread the love

ଜେଏମଜେ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିରୋଧୀ ଇଣ୍ଡି ମେଣ୍ଟ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି ବିରୋଧୀ ମେଣ୍ଟ । ପୂର୍ବରୁ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଏନଡିଏ । ଅର୍ଥାତ ଏବେ ଉପ-ରାଷ୍ଟ୍ରପତି ନିର୍ବାଚନରେ ମୁହାଁମୁହିଁ ହେବେ ୨ ଦକ୍ଷିଣ ଭାରତୀୟ ଚେହେରା ।
ସି.ପି ରାଧାକ୍ରିଷ୍ଣନ ତାମିଲନାଡୁର ବାସିନ୍ଦା ହୋଇଥିବା ବେଳେ ସୁଦର୍ଶନ ରେଡ୍ଡୀ ତେଲେଙ୍ଗାନାର ବାସିନ୍ଦା । ଉପ-ରାଷ୍ଟ୍ରପତି ନିର୍ବାଚନ ଆଳରେ ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟ ଖେଳିଛନ୍ତି ଦକ୍ଷିଣ ଭାରତୀୟ କାର୍ଡ । ଯାହା ଉପ-ରାଷ୍ଟ୍ରପତି ନିର୍ବାଚନକୁ ଆହୁରି ରୋଚକ କରିବ । ପୂର୍ବରୁ ଡିଏମକେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ସ୍ପଷ୍ଟ କରିଥିବା ବେଳେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ଘୋଷଣା ପରେ ବିଆରଏସ ଓ ୱାଇଆରସିପି ଭଳି ଦଳକୁ ଅକଳରେ ପକାଇଛି ।

ସଂଖ୍ୟା ଦୃଷ୍ଟିରୁ ଉପ-ରାଷ୍ଟ୍ରପତି ନିର୍ବାଚନ ରେସରେ ଆଗରେ ରହିବେ ଏନଡିଏ ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନ । ହେଲେ ଏହି ନିର୍ବାଚନ ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟ ଠାରୁ ନିଜକୁ ଦୂରେଇ ରଖିଥିବା ବିଜେଡି ପାଇଁ ଅଗ୍ନିପରୀକ୍ଷା ପାଲଟିବାକୁ ଯାଉଛି । ଦଳ ମୁଖିଆ ନବୀନଙ୍କୁ କେନ୍ଦ୍ରମନ୍ତ୍ରୀ ରାଜନାଥଙ୍କ ଫୋନ୍ କଲ ଚର୍ଚ୍ଚା ଭିତରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନି ବିଜେଡି । ଏସବୁ ଭିତରେ ବିଜେଡି ସାଂସଦ ଚିରାଚରିତ ଭାବେ ଓଡ଼ିଶା ସ୍ବାର୍ଥର ଆଳ ଦେଖାଇ ନବୀନଙ୍କ ଉପରେ ସବୁ ନିଷ୍ପତ୍ତି ଛାଡି ଦେଇଛନ୍ତି ।
ଆସନ୍ତା ୯ ସେପ୍ଟେମ୍ବରରେ ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ପଡିବ ଭୋଟ । ଏନଡିଏ ପ୍ରାର୍ଥୀ ଆସନ୍ତାକାଲି ଓ ଇଣ୍ଡି ମେଣ୍ଟ ପ୍ରାର୍ଥୀ ୨୧ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ।

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 41 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 33 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 36 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 50 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 51 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 42 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍