୩ ମାସ ପରେ ମଧ୍ୟ ପାଣ୍ଡିଆନଙ୍କ ଇକୋସିଷ୍ଟମରୁ ବାହାରି ପାରୁନାହାନ୍ତି ମୋହନ ସରକାର

Spread the love

ଜେଏମଜେ ବ୍ୟୁରୋ : ଜେଡିର ୨୪ବର୍ଷର ଶାସନକୁ ଧ୍ୱଂସ କରି ରାଜ୍ୟବାସୀ ବିଜେପି ସପକ୍ଷରେ ଜନାଦେଶ ଦେଲେ । ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ସରକାର ଗଢ଼ିବାର ୩ମାସ ବିତିସାରିଲାଣି । କିନ୍ତୁ ଏବେବି ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଇକୋସିଷ୍ଟମରୁ ପ୍ରଶାସନକୁ ବାହାର କରିବାରେ ମୋହନ ସରକାର ସକ୍ଷମ ହୋଇପାରିନାହାନ୍ତି..
ରାଜ୍ୟ ସରକାରଙ୍କ ପ୍ରମୁଖ ବିଭାଗ ତଥା ଲାଇନ୍ ଡିପାର୍ଟମେଂଟ ଗୁଡ଼ିକ ଏବେବି ପାଣ୍ଡିଆନଙ୍କ ଖାସ୍ ସହଯୋଗୀମାନଙ୍କ ପାଖରେ ପୂର୍ବଭଳି ରହିଛି । ସେହି ବିଭାଗୀୟ ମୁଖ୍ୟ, ସଚିବମାନଙ୍କୁ ବଦଳାଇ ପୂର୍ବ ବିଜେଡି ସରକାରର ଇକୋସିଷ୍ଟମରୁ ବାହାରିବା ପରିବର୍ତ୍ତେ ସେହି ଅଫିସରମାନଙ୍କୁ ମୋହନ ସରକାର ସେହି ଦାୟିତ୍ୱରେ ଗେହ୍ଲାପୁଅ କରି ବସାଇଥିବାକୁ ନେଇ ପାୱାର କରିଡ଼ରରେ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି । ରାଜ୍ୟ ସରକାରଙ୍କ ଦୁହାଁଳିଆ ବିଭାଗ ଯାହାକି ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ, ଜଳସମ୍ପଦ, ଅବକାରୀ, ଖାଦ୍ୟଯୋଗାଣ, ଶିଳ୍ପ, ବାଣିଜ୍ୟ ଓ ପରିବହନ, କୃଷି, ଉଚ୍ଚଶିକ୍ଷା ସମେତ ଓଡ଼ିଶା ଖଣି ନିଗମ ଓ ଓଡ଼ିଶା ଖଣିଜ ଉତ୍ତୋଳନ ନିଗମ ଭଳି ଦାୟିତ୍ୱରେ ଥିବା ଅଫିସରଙ୍କୁ ବଦଳାଇ ନଥିବା ଜଣାପଡ଼ିଛି । ଏପରିକି ଏହି ବିଭାଗଗୁଡ଼ିକ ଦାୟିତ୍ୱରେ ଥିବା ଅଫିସରଙ୍କ ମଧ୍ୟରେ ଅଧିକାଂଶ ୩ବର୍ଷରୁ ଅଧିକ ସମୟ ବିତାଇ ସାରିଲେଣି ।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ପୂର୍ବ ବିଜେଡି ସରକାର ସମୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଲାଇନ୍ ଡିପାର୍ଟମେଂଟ ରେ ଥିବା ଅଫିସରମାନେ ଏବେବି ମୋହନ ସରକାରଙ୍କ କାର୍ଯ୍ୟକାଳରେ ଅନୁରୂପ ଦାୟିତ୍ୱ ତୁଲାଉଛନ୍ତି । ଏପରିକି ଗୋଟିଏ ବିଭାଗରେ ୩ବର୍ଷରୁ ଅଧିକ ସମୟ ଧରି କାହିଁକି ଅଫିସରମାନେ କାର୍ଯ୍ୟ କରୁଛନ୍ତି ବୋଲି ପୂର୍ବରୁ ପ୍ରଶ୍ନକରିଆସୁଥିବା ବିଜେପି ଏବେ ନିଜର ସରକାର ଆସିବା ପରେ ମଧ୍ୟ ସେମାନଙ୍କୁ ବଦଳାଇବାକୁ ଆଗ୍ରହ ଦେଖାଇନାହିଁ ।
ତେବେ ପ୍ରଶ୍ନ ଉଠୁଛି, ବିଜେଡି ସରକାରରେ ସର୍ବେସର୍ବା ପାଣ୍ଡିଆନ ଯେଉଁ ଅଫିସରମାନଙ୍କ ଉପରେ ଭରସା କରି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଲାଇନ୍ ଡିପାର୍ଟମେଂଟଗୁଡ଼ିକରେ ଅବସ୍ଥାପିତ କରିଥିଲେ ସେମାନେ ଏବେବି କିଭଳି ସେହିସବୁ ପଦବୀ ବଜାୟ ରଖିଛନ୍ତି । ବିଜେଡି ସରକାର ଅମଳରେ ବ୍ଲକଠୁ ଆରମ୍ଭ କରି ସବୁ ଲାଇନ୍ ବିଭାଗରେ ଦୁର୍ନୀତିର ପୁଳାପୁଳା ଗନ୍ଧ ବାରୁଥିବା ରାଜ୍ୟ ବିଜେପି ଏସବୁ ଉପରେ ଏବେ ନିରବ ବି ରହିଛି କାହିିଁକି? ତତକାଳୀନ ବିଜେଡି ସରକାର ଅମଳରେ ଏସବୁ ବିଭାଗରେ ହୋଇଥିବା ଦୁର୍ନୀତି ଓ ଅନିୟମିତତାକୁ ସଜାଡ଼ିବା ପାଇଁ ମୋହନ ମାଝୀଙ୍କ ସରକାର ପାଣ୍ଡିଆନଙ୍କ ଇକୋସିଷ୍ଟମରେ ପରିବର୍ତ୍ତନ ନକରି ଏହି ଅଫିସରମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରୁନାହାନ୍ତି ତ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

  • Related Posts

    କ୍ରସ ଭୋଟିଂ, ଆଜି ହାଇକୋର୍ଟରେ ଶୁଣାଣି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ମାମଲା । ଆଜି ହାଇକୋର୍ଟ ରେ ହେବ ଶୁଣାଣି । କ୍ରସ ଭୋଟିଂ କରିଥିବା ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ପକ୍ଷରୁ…

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    Leave a Reply

    Your email address will not be published. Required fields are marked *

    You Missed

    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    • By jmjnewso
    • September 18, 2026
    • 33 views
    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    • By jmjnewso
    • September 18, 2026
    • 36 views
    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।

    • By jmjnewso
    • September 18, 2026
    • 45 views
    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।

    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    • By jmjnewso
    • September 18, 2026
    • 36 views
    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    • By jmjnewso
    • September 18, 2026
    • 68 views
    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ

    • By jmjnewso
    • September 18, 2026
    • 43 views
    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ