ମେଡିକାଲ ରେ ପାଣ୍ଡିଆନଙ୍କ ଔଦ୍ଧତ୍ୟର ନୂଆ ରୂପ ଦେଖିଥିଲେ ବିଜେଡିର ନେତା-କର୍ମୀ.

Spread the love

ଜେଏମଜେ ବ୍ୟୁରୋ : ଅଗଷ୍ଟ ୧୭ତାରିଖ ରାତିରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଔଦ୍ଧତ୍ୟର ନୂଆ ରୂପ ଦେଖିଥିଲେ ବିଜେଡିର ନେତା-କର୍ମୀ । ଭୁବନେଶ୍ୱର ସମ୍ ଅଲଟିମେଟମ୍ ମେଡିକେୟାର ହସ୍ପିଟାଲର ତଳମହଲାରୁ ତୃତୀୟ ମହଲା ପର୍ଯ୍ୟନ୍ତ ସବୁଠି ପାଣ୍ଡିଆନ ନିଜର ଅହଙ୍କାରକୁ ଜାହିର କରାଉଥିଲେ ।  ବିଧାୟକ ଓ ପୂର୍ବତନ ମନ୍ତ୍ରୀଙ୍କଠୁ ଆରମ୍ଭ କରି ଅନ୍ୟ ରାଜନୀତିକ ଦଳର ମୁଖିଆ ମଧ୍ୟ ତାଙ୍କ ଆକ୍ରୋଶ ଓ ଆତ୍ମବଡ଼ିମାରୁ ବାଦ୍ ପଡ଼ୁନଥିଲେ । ଆଉ ଚରମସୀମାରେ ଥିବା ପାଣ୍ଡିଆନଙ୍କ ଏଭଳି ଔଦ୍ଧତ୍ୟକୁ ସେଠାରେ ଉପସ୍ଥିତ ପ୍ରଣବପ୍ରକାଶ ଦାସ ଓରଫ ବବି ଓ ସଞ୍ଜୟ ଦାସବର୍ମାଙ୍କ ଭଳି ଆଗଧାଡ଼ିର ଦଳୀୟ ନେତା ଚାଟୁକାର ସାଜି ସମର୍ଥନ କରିବା ଏବେ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏପଟେ ନବୀନ ଚାରିଦିନ ଧରି ହସ୍ପିଟାଲରେ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଜଣେ ବି ବିଜେଡି ନେତା ଗୋଟିଏ ମିନିଟ୍ ପାଇଁ ମଧ୍ୟ ତାଙ୍କୁ ଭେଟିବାର ସୁଯୋଗ ପାଇପାରିନାହାନ୍ତି ଯଦିଓ ପାଣ୍ଡିଆନ ଦମ୍ପତି ଓ ତାଙ୍କର କିଛି ଖାସ୍ ଅଫିସରମାନେ ସହଜରେ ନବୀନଙ୍କୁ ସାକ୍ଷାତ କରିପାରୁଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି । ନବୀନ ହିଁ କେବଳ ପାଣ୍ଡିଆନ ଦମ୍ପତିଙ୍କ ସମ୍ପତ୍ତି ଓ ସେମାନେ ହିଁ ତାଙ୍କର ଏକମାତ୍ର କେୟାରଟେକର ବୋଲି ମଧ୍ୟ ସନ୍ଦେଶ ଦେବାକୁ ହୋଇଥିବା ପ୍ରୟାସ ମଧ୍ୟ ସୁଚିନ୍ତିତ ରଣନୀତିର ଅଂଶବିଶେଷ ବୋଲି କୁହାଯାଉଛି ।

କ୍ଷମତାରେ ନଥାଇ ମଧ୍ୟ ପାଣ୍ଡିଆନଙ୍କ ଔଦ୍ଧତ୍ୟ ଓ ଅହଙ୍କାର କେଉଁସ୍ତରରେ ରହିଥିଲା ସେଦିନର ସିସିଟିଭି କ୍ୟାମେରା ଫୁଟେଜରେ ରେକର୍ଡିଂ ହୋଇଥିବା ଦୃଶ୍ୟକୁ ଅନୁଧ୍ୟାନ କଲେ ଯେକେହି ସହଜରେ ବୁଝିପାରିବ । ଯଦିଓ ଏହି ରେକର୍ଡିଂ ଆମର ହସ୍ତଗତ ହୋଇନାହିଁ କିନ୍ତୁ ନାମଗୁପ୍ତ ରଖିବା ସର୍ତ୍ତରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଯାହା ଥିଲା ତାହା ରାଜ୍ୟର ଏକନମ୍ବର ରାଜନୀତିକ ଦଳ ବିଜେଡିର ନେତାମାନଙ୍କ ଅସହାୟତା, ଅର୍କମଣ୍ୟତା ଓ ଚାଟୁକାରିତାକୁ ପଦାରେ ପକାଇ ଦେଇଛି । ସମ୍ ଅଲଟିମେଟମର ତଳମହଲାରେ ସମସ୍ତ ବିଜେଡି ନେତା-କର୍ମୀଙ୍କ ଆଗରେ ପାଣ୍ଡିଆନ ନିଜର ଔଦ୍ଧତ୍ୟ ଜାହିର କରୁଥିବାବେଳେ ସେଠାରେ ଉପସ୍ଥିତ ବରିଷ୍ଠ ନେତା ବବି ଓ ସଞ୍ଜୟ ତାଙ୍କୁ ସମର୍ଥନ କରି ‘ହା ଜୀ ହା ଜୀ’ ହୋଇ ଓଲଟା ତାଙ୍କୁ ସାହାସ ଦେବା ଏବେ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଯାହା ଶୁଣାଯାଉଛି…..

ଆଉ ପାଣ୍ଡିଆନ ଏସବୁ କହୁଥିବାବେଳେ ସମସ୍ତେ ସ୍ତବ୍ଧ ହୋଇ ତାଙ୍କର ଔଦ୍ଧତ୍ୟକୁ ସହ୍ୟ କରୁଥିଲେ । ବବି ଓ ସଞ୍ଜୟ ଉଭୟ ‘ସାର୍ ସାର୍‌….ଆଜ୍ଞା ଆଜ୍ଞା’ ହୋଇ ଅନୁନୟ ହେଉଥିବା ସୂଚନା ମିଳିଛି । ଆଉ ବବି ପାଦେ ଆଗେଇଯାଇ  ନିଜର ଚାଟୁକାରିତା ଦେଖାଇଥିଲେ । କହିଥିଲେ ସାର୍ ଆପଣଙ୍କ ଅନୁପସ୍ଥିତିରେ ଆଦିତ୍ୟକୁ ବହୁତ ସମସ୍ୟା ହୋଇଛି ସାରଙ୍କୁ ଖୁଆଇବାବେଳେ । ସାର ତ କେବଳ ଆପଣଙ୍କ କଥା ଶୁଣନ୍ତି… । ଆଦିତ୍ୟ ମହାପାତ୍ର ହେଉଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ଓଏଏସ୍ ଅଫିସର ଯିଏକି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି । ତାଙ୍କୁ ସର୍ବସାଧାରଣରେ ‘ତୁ..ତା’ କହି ବବି ସମ୍ବୋଧନ କରୁଥିଲେ ମଧ୍ୟ ଆଦିତ୍ୟ କେଉଁ ଅଦୃଶ୍ୟ କାରଣରୁ ତାଙ୍କର ଏଭଳି ଅପମାନକୁ ସହ୍ୟ କରୁଛନ୍ତି ତାହା ଜଣାପଡ଼ିନି ।

ତେବେ ପାଣ୍ଡିଆନ ଏସବୁ କହି ନିଜର ଆକ୍ରୋଶ ବ୍ୟକ୍ତ କରି ଯାଉଥିବାବେଳେ ବବି ତାଙ୍କୁ ଶୁଣାଇବା ଭଳି କହିଥିଲେ ଯେ “ଆମେ ଚାହୁଁଛୁ ଆପଣ ଏଭଳି ଷ୍ଟ୍ରଙ୍ଗ ହୁଅନ୍ତୁ, ଦଳ ବଂଚିବ । ଏମିତି କିଛି ଆକ୍ସନ ହେବା ଦରକାର ।”

ଆଉ ଏତିକି ଶୁଣି ପୁଣି ଫେରିଥିଲେ ପାଣ୍ଡିଆନ- କହିଥିଲେ “ ବବି ବାବୁ,  You know how powerful I am and what I can do if I want to …

ସୂଚନାଯୋଗ୍ୟ, ପାଣ୍ଡିଆନ ଦମ୍ପତି ଏକଛତ୍ରବାଦୀ ଆଭିମୁଖ୍ୟ ପୋଷଣ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ନିଜର ହକ୍ ଜାହିର କରିବା ସହ ଦଳୀୟ ନେତାମାନଙ୍କୁ ମଧ୍ୟ ତାଙ୍କଠୁ ଦୂରେଇ ରଖିବାରେ ସକ୍ଷମ ହୋଇଛନ୍ତି । ନବୀନଙ୍କ ଅସୁସ୍ଥତା ମଧ୍ୟରେ ପ୍ରଥମଥର ପାଇଁ ବିଜେଡି ନେତାଙ୍କ ସହ ସାମ୍ନାସାମ୍ନି ହୋଇ ଆଗକୁ ଆସିଛନ୍ତି ପାଣ୍ଡିଆନଙ୍କ ପତ୍ନୀ ସୁଜାତା ।

  • jmjnewso

    Related Posts

    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଡେପୁଟି କମିଶନର ଅଫ ପୋଲିସ(ଡିସିପି) ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। କେନ୍ଦ୍ର ସରକାର ଏହି ଇସ୍ତଫାପତ୍ରକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ଚାକିରିରୁ ଅବସର ନେବା ପାଇଁ ସେ ପୂର୍ବରୁ ଦେଇଥିବା…

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    Spread the love

    Spread the loveଭୁବନେଶ୍ବର: ଜେଏମଜେ ନ୍ୟୁଜ : ପୁଣି ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି । ଆସନ୍ତା ୨୨ତାରିଖରେ ହେବ ପରବର୍ତ୍ତୀ ଶୁଣାଣି । ଆଜିର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଏବଂ ଡିଜି ଚୟନ ସମ୍ପୂର୍ଣ୍ଣ ଆଇନ…

    Leave a Reply

    Your email address will not be published. Required fields are marked *

    You Missed

    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    • By jmjnewso
    • September 17, 2026
    • 20 views
    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    • By jmjnewso
    • September 17, 2026
    • 13 views
    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    • By jmjnewso
    • September 17, 2026
    • 15 views
    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 41 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 34 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 36 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..