ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ବାଲିପଦର ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ନୂତନ ଚିନ୍ତାଧାରା ସହ ଔଦ୍ୟଗିକ ବିକାଶ କର୍ମଶାଳା ଅଧ୍ୟକ୍ଷ ଗୋପୀନାଥ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି |

ଏହି କର୍ମଶାଳାରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସରୋଜ କାନ୍ତ ଦାସ ମୁଖ୍ୟ ଅତିଥିଭାବେ ଏବଂ ଶିକ୍ଷାବିଭାଗ ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡା ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିବା ବେଳେ, ବାଲିପଦର ସ୍ଥିତ କ୍ଷୁଦ୍ର ଉଦ୍ୟୋଗପତି ଜିଣ୍ଟୁ ବଡତ୍ୟା ଓ କଳମ୍ବ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଓ ପୂର୍ବତନ ଛାତ୍ର ସୁଶାନ୍ତ କୁମାର ସେଠି ପ୍ରମୁଖ ଯୋଗ ଦେଇ “ବଡ ଚାକର ହେବା ପରିବର୍ତ୍ତେ ଛୋଟ ମାଲିକ ହେବା ଶ୍ରେୟସ୍କର ଅଟେ ” ବୋଲି ମତ ବ୍ୟକ୍ତ କରିଥିଲେ.।

ଅନୁଷ୍ଠିତ କର୍ମଶାଳା ରେ ସମାଜସେବୀ ମହେନ୍ଦ୍ର କୁମାର ପଣ୍ଡା, ଇତିହାସ ବିଭାଗ ବରିଷ୍ଠ ଅଧ୍ୟାପକ ଅମୀୟ କୁମାର ସ୍ୱାଇଁ, ଅର୍ଥନୀତି ବିଭାଗ ଅଧ୍ୟାପକ ଡ଼ଃ ଏ. ଜିତେଶ ରାଓ ଦୋରା, ଏ. ଶିବାନୀ ଦେବି ଆଚାରୀ, ସିମାଞ୍ଚଳ ଗୌଡ଼, ଏନ ମୁଦୁରାଜୂ ଦୋରା, ନବଘନ ପ୍ରଧାନ, ନାରାୟଣ ବଡୁ, ପ୍ରଦେଶ କୁମାର ସ୍ୱାଇଁ ଏବଂ ଆଶିଷ କୁମାର ନାୟକ ସଫଳ କରାଇଥିଲେ |

ଉକ୍ତ କାର୍ଯ୍ୟକ୍ରମର ସଂଯୋଜକ ପ୍ରେମାନନ୍ଦ ପ୍ରଧାନ ଏହି କର୍ମଶାଳାକୁ ପରିଚାଳନା କରିଥିଲେ..
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ








