“ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ପକ୍ଷରୁମନ୍ତ୍ରୀଙ୍କ ନିକଟରେ 3 ହଜାର ଟଙ୍କା ଭତ୍ତା ଦାବୀ

Spread the love

କଳାହାଣ୍ଡି (ଜେଏମଜେ ନ୍ୟୁଜ ): ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ଦଳ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦-୩୫୦୦ ଟଙ୍କା କରିବା ପାଇଁ ସଂକଳ୍ପ ପତ୍ରରେ ଉଲ୍ଲେଖ କରିଥିଲେ। ତେଣୁ ରାଜ୍ଯର ପାଖାପାଖି ୬୦ଲକ୍ଷରୁ ଉର୍ଦ୍ଧ୍ବ ଗରିବ, ଅସହାୟ ଓ ଅବହେଳିତ ଭତ୍ତାଧିକାରୀମାନେ ଟିକିଏ ଭଲରେ ବଞ୍ଚିବା ଆଶାରେ ଆପଣଙ୍କ ଦଳକୁ ଭୋଟ ଦେଇ ମୋହନ ସରକାର ଗଠନ ହେଲା । ସମସ୍ତ ଭତ୍ତାଧିକାରୀମାନେ ସରକାରଙ୍କ ଉପରେ ଆଶା ପ୍ରକଟ କରି ଚାତକ ଭଳି ଚାହିଁ ବସିଥିଲେ କିନ୍ତୁ ସରକାର ହେବାର ୬ମାସ ପରେ କେବଳ ୮୦ବର୍ଷ ଉର୍ଦ୍ଧ୍ବ ବୁଢ଼ାବୁଢ଼ୀ ଏବଂ ୮୦% ରୁ ଉର୍ଦ୍ଧ୍ବ ବିକଳାଙ୍ଗ ପାଇଁ ଭତ୍ତା ୩୫୦୦ଟଙ୍କା ଘୋଷଣା କଲେ ଯାହା ରାଜ୍ୟର କେବଳ ୪ଲକ୍ଷ ୧୭ହଜାର ହିତାଧିକାରୀ ଗତ ଜାନୁଆରୀ ୧୫ତାରିଖରୁ ଲାଭବାନ ହେଲେ । କିନ୍ତୁ ରାଜ୍ୟରେ ବାକି ପାଉଥିବା ୬୦ବର୍ଷରୁ ଉର୍ଦ୍ଧ୍ବ ବୁଢାବୁଢି, ବିଧବା, ଅବିବାହିତା ଓ ୪୦% ଉର୍ଦ୍ଧ୍ବ ବିକଳାଙ୍ଗ ପାଖାପାଖି ୫୬ଲକ୍ଷ ଭତ୍ତାଧିକାରୀମାନେ ୧୪ମାସ ହେଲା ଭତ୍ତା ୩୦୦୦ଟଙ୍କା ଘୋଷଣାକୁ ଚାହିଁ ବସିଛନ୍ତି। ତେଣୁ ସ୍ୱାଧୀନତା ଦିବସରେ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନର ସଂଗଠକ ଇଂ. ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ବରେ ଭବାନିପାଟଣା ସ୍ଥିତ ସାର୍କିଟ୍ ହାଉସ୍ ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମହୋଦୟଙ୍କୁ ଭେଟି ୪ଦଫା ଦାବି ପତ୍ର ପ୍ରଦାନ କରିଥିଲେ । ପ୍ରତିଶୃତି ଭତ୍ତା ୩୦୦୦ଟଙ୍କା କେବେ ଘୋଷଣା କରିବେ ବୋଲି ଲକ୍ଷ୍ମୀନାରାୟଣ ପଣ୍ଡା ପ୍ରଶ୍ନ କରିବାରୁ ମନ୍ତ୍ରୀ ମହୋଦୟ ସନ୍ତୋଷଜନକ ଉତ୍ତର ନ ରଖି ଆଗାମୀ ଦିନରେ ରାଜ୍ୟର ରାଜସ୍ବକୁ ଦେଖି ବିଚାର କରାଯିବ ବୋଲି କହିଥିଲେ। ଯଦି ସରକାର ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ପୁର୍ବରୁ ଘୋଷଣା ନ କରନ୍ତି ତା ହେଲେ ସଂଗଠନ ହିତାଧିକାରୀଙ୍କୁ ଧରି ରାଜାରାସ୍ତାକୁ ଓହ୍ଲାଇବେ ବୋଲି ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି। ସଂଗଠନର ନାରୀନେତ୍ରୀ କବିତା ରାଉତ, ନିରୋଦ କୁମାର ରାଉତ, ଏଡଭୋକେଟ କ୍ଷୀରୋଦ ନାଗ, ସସ୍ମିତା ସିଂ, ରାଜେନ୍ଦ୍ର ମହାରଣା, ଟଙ୍କଧର ସାହୁ, ମଧୁଲାଲ ନାଏକ, ସୌମ୍ୟରଞ୍ଜନ କର, କୁନୁ ଗଉଡ ପ୍ରମୁଖ ଉପସ୍ଥିତ ଥିଲେ।
କଳାହାଣ୍ଡି ରୁ ବାସୁଦେବ ଛତ୍ରିଆ ଙ୍କ ରିପୋର୍ଟ

  • jmjnewso

    Related Posts

    ବିଧାୟିକାଙ୍କ ଅଭିଯୋଗକୁ SPଙ୍କ ଖଣ୍ଡନ…

    Spread the love

    Spread the love-ବିଧାୟିକା ମନୋରମା ମହାନ୍ତିଙ୍କ ଅଭିଯୋଗକୁ କଳାହାଣ୍ଡି ଏସ୍‌ପିଙ୍କ ଖଣ୍ଡନ-ପରିବାର ଲୋକଙ୍କୁ ଗାଳିଗୁଲଜ ନେଇ କରିଥିବା ଅଭିଯୋଗ ଠିକ୍‌ ନୁହେଁ-ନିୟମ ଅନୁସାରେ ପୋଲିସ ବିଧାୟକଙ୍କ ସ୍ବାମୀକୁ ପଚରାଉଚରା ପାଇଁ ଯାଇଥିଲା

    ଅର୍ଥନୀତି ବିଭାଗର ଜାତୀୟ ସମ୍ମିଳନୀ ଉଦଯାପିତ

    Spread the love

    Spread the loveଗୋପାଳପୁର: ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଅର୍ଥନୀତି ବିଭାଗ ଓ ସେଣ୍ଟର ଅଫ ସୋସିଆଲ ଏସକେଲୁସନ ଏଣ୍ଡ ଇଂକ୍ଲୁସିବ ପଲିସି ଏବଂ ଓଡ଼ିଶା ସରକାରଙ୍କ ପି ଏମ -ଉଷା ମିଳିତରେ…

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର