ମନ୍ତ୍ରୀଙ୍କ ନାଲି ଆଖିକୁ ମାନୁନି ଅମଲା ସଙ୍ଘ.14 ଦିନରେ ପହଞ୍ଚିଲା ଆନ୍ଦୋଳନ।

Spread the love

ଭୁବନେଶ୍ୱର (ଜେଏମଜେ ବ୍ୟୁରୋ): ଥରେ ନୁହେଁ, ଦୁଇ ଥର ନାଲି ଆଖି ଦେଖାଇଲେଣି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଆନ୍ଦୋଳନ ଆରମ୍ଭ ହେବାର ତିନି ଦିନ ପରେ କହିଥିଲେ, ‘ରାଜସ୍ବ ଅମଲା ସଂଘର ସମୂହ ଛୁଟି ଗ୍ରହଣ କରାଯିବନି। କାମ ନାହିଁ ତ ଦରମା ନାହିଁ ନୀତି ଲାଗୁ ହେବ। ଜିଲ୍ଲାପାଳମାନଙ୍କୁ ସେମାନଙ୍କ ଛୁଟିକୁ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।’ ହେଲେ ଧମକରେ ଡରିଲେନି କର୍ମଚାରୀ।

ଆନ୍ଦୋଳନ ଜାରି ରହିଲା। ଆନ୍ଦୋଳନର ୧୩ ଦିନ ପରେ ପୁଣି ଥରେ ଶନିବାର ମନ୍ତ୍ରୀ ଚେତାବନୀ ଦେଲେ, ବିଜେଡି ନେତାଙ୍କ ପ୍ରରୋଚନାରେ ଆନ୍ଦୋଳନ କରୁଛ। ଆନ୍ଦୋଳନରୁ ନ ଓହରିଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ। ଏଥର ବି ଦବିନାହାନ୍ତି ଆନ୍ଦୋଳନରତ କର୍ମଚାରୀ। ଆଜି ସଂଘ ପକ୍ଷରୁ ଆଭାସୀ ମାଧ୍ୟମରେ ହୋଇଥିବା କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ହୋଇଛି ଯେ ଆନ୍ଦୋଳନ ଜାରି ରହିବ। ସୋମବାର ଦିନ ସେମାନେ ପୂର୍ବ ପରି କାମ ବନ୍ଦ କରି ଧାରଣାରେ ବସିବେ। ବିଜେଡି ସହ ସମ୍ପର୍କ ନେଇ ମନ୍ତ୍ରୀଙ୍କ ଆାରୋପକୁ ସେମାନେ ରୋକ୍ଠୋକ ଅସ୍ବୀକାର କରିବା ସହ ଏପରି ବିବୃତିକୁ ନିନ୍ଦା କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ମନ୍ତ୍ରୀ ବାରମ୍ବାର ଗଣମାଧ୍ୟମରେ ବିବୃତି ଦେଉଛନ୍ତି। ବିଭାଗୀୟ ସଚିବ ଜିଲ୍ଲାପାଳଙ୍କୁ ଚିଠି ଲେଖି ଛୁଟି ଦରଖାସ୍ତ ଗ୍ରହଣ ନ କରିବାକୁ କହୁଛନ୍ତି। କିନ୍ତୁ ସଂଘର କର୍ମକର୍ତ୍ତାଙ୍କ ସହ ମନ୍ତ୍ରୀ କିମ୍ବା ବିଭାଗୀୟ ଅଧିକାରୀଙ୍କର ଆଦୌ ଆଲୋଚନା ହେଉ ନାହିଁ। ଫଳରେ କୌଣସି ନିଷ୍କର୍ଷ ବାହାରିପାରୁନି। ଯେହେତୁ ସରକାର ସିଧାସଳଖ କୌଣସି ପ୍ରତିଶ୍ରୁତି ଦେଉନାହାନ୍ତି, ତେଣୁ ମନ୍ତ୍ରୀଙ୍କ ଗଣମାଧ୍ୟମ ବିବୃତିକୁ ସେମାନେ ଭରସା କରି ପାରୁନାହାନ୍ତି।

ସରକାର ଓ ସଂଘର ଛକାପଞ୍ଝା ଭିତରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ। ପାଖାପାଖି ୧୦ ହଜାର କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବାରୁ ୩୦ଟି ଯାକ ଜିଲ୍ଲାରେ ରାଜସ୍ବ ସେବା ଠପ୍ ହୋଇଯାଇଛି। ଜରୁରୀ କାମ ପାଇଁ ଲୋକ ଆସୁଥିଲେ ବି କାମ ହେଉ ନାହିଁ। ଫଳରେ ସେମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆବାସିକ ପ୍ରମାଣପତ୍ରଠାରୁ ଆରମ୍ଭ କରି ଜମିବାଡ଼ି କାଗଜପତ୍ର ପର୍ଯ୍ୟନ୍ତ କୌଣସି କାମ ହୋଇ ପାରୁନାହିଁ। ଯେ କୌଣସି ତହସିଲ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲେ ପରିସ୍ଥିତି କେତେ ସଙ୍ଗିନ୍, ତାହା ବୁଝାପଡ଼ିଯିବ। ପ୍ରତିଦିନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଲୋକଙ୍କ ଦୁରବସ୍ଥା ନେଇ ଖବର ଆସୁଥିଲେ ବି ସରକାର ଏ ଯାଏଁ କୌଣସି ଠୋସ୍ ପଦକ୍ଷେପ ନେଉନାହାନ୍ତି।

କ୍ୟାଡର୍ ପୁନର୍ଗଠନ, ସ୍ବାସ୍ଥ୍ୟବୀମା, ଠିକ୍ ସମୟରେ ପଦୋନ୍ନତି, ପୁରୁଣା ପେନ୍ସନ୍ ସ୍କିମ୍ ଆଦି ବିଭିନ୍ନ ଦାବି ନେଇ ରାଜସ୍ବ ଅମଲା ସଂଘ ଲଗାତାର ଭାବେ ବିଭିନ୍ନ ବାଟରେ ଆନ୍ଦୋଳନ ଜାରି ରଖିଛି। ଜୁଲାଇ ମାସରେ ରାଜସ୍ବ ଅମଲାମାନେ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ ଜଣାଇଥିଲେ। ଜୁଲାଇ ୯ ତାରିଖରେ ସରକାରଙ୍କ ସହ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା ହୋଇଥିଲା। ୧୫ ଦିନ ଭିତରେ ଦାବିଗୁଡ଼ିକ ପୂରଣ ନେଇ ସରକାର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ସଂଘ ସରକାରଙ୍କୁ ଏକ ମାସ ସମୟ ଦେଇଥିଲା। କିନ୍ତୁ ଦାବି ପୂରଣ ନ ହେବାରୁ ଗତ ୧୧ ତାରିଖଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି ସଂଘ। ସଂଘର ସଭାପତି ଟି ବାଲାଜି ସାହୁ କହିଛନ୍ତି, ଆଜି ହୋଇଥିବା କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି ଅନୁଯାୟୀ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ। ସରକାର ତ ସଂଘ ସହ ଆଲୋଚନା କରୁନାହାନ୍ତି। ତେଣୁ ଆମ ଦାବି ନେଇ ସରକାର କ’ଣ ପଦକ୍ଷେପ ନେଉଛନ୍ତି, ଆମେ ଜାଣିବୁ କେମିତି?

  • jmjnewso

    Related Posts

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁବାର ଲୋକ ଭବନ ପରିସରସ୍ଥିତ ଅଟଳ ବନରେ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ଚାରା…

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ :ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ସହରାଞ୍ଚଳ ପାନୀୟ ଜଳ…

    Leave a Reply

    Your email address will not be published. Required fields are marked *

    You Missed

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 21 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 49 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    • By jmjnewso
    • September 17, 2026
    • 19 views
    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    • By jmjnewso
    • September 17, 2026
    • 24 views
    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 31 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 72 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ