ଆଜିଠୁ ‘ଆମ ଶାସନ’

Spread the love

ଭୁବନେଶ୍ବର: (ଜେଏମଜେ ବ୍ୟୁରୋ ): ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ଥାନା, ହସ୍ପିଟାଲ, ତହସିଲ୍‌ ଆଦିକୁ ଲୋକ ଗଲେ ସେଠାରେ ‌େସମାନଙ୍କୁ ସବୁ ସୁବିଧା ମିଳୁଛି କି ନାହିଁ, ସୁଭଦ୍ରା ଯୋଜନାରେ ଟଙ୍କା ମିଳିଲା କି ନାହିଁ, ଧାନ ବିକିଲାବେଳେ ମଣ୍ଡିରେ କ’ଣ ଅସୁବିଧା ହେଲା, ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର କିସ୍ତି ଟଙ୍କା ଦେବାକୁ କିଏ ଲାଞ୍ଚ ନେଲା, ଭତ୍ତା ଟଙ୍କା ମିଳୁଛି ତ! ଏମିତି ସରକାରଙ୍କ ପ୍ରମୁଖ ସେବା ଓ ଯୋଜନା ଉପରେ ଲୋକଙ୍କ ଠାରୁ ମତାମତ ସଂଗ୍ରହ କରାଯିବ। ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ, ଲାଞ୍ଚ ନେଇ କାମ କରୁଥିବା ନେଇ ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି।
ବିଜେଡି ସରକାର ଅମଳରେ ଯେପରି ‘୫ଟି-ମୋ ସରକାର’ ଚାଲିଥିଲା ସେହିପରି ଢାଞ୍ଚାରେ ଏହି ‘ଆମ ଶାସନ’ କାର୍ଯ୍ୟକାରୀ  ହେବ। ହେଲେ ଏଥିରେ ୫-ଟି ଅଧ୍ୟକ୍ଷ କି ସଚିବ ଭଳି ପଦବି ରହିବନି। ଯେଉଁ ଅଭିଯୋଗ, ପ୍ରସ୍ତାବ ଆସିବ ତାହା ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ସିଧାସଳଖ ଶୁଣିବେ। ଏଥିରେ ପ୍ରାୟ ୨୦ଟି ବିଭାଗର ୧୫୦ରୁ ଅଧିକ ସେବା ଉପଲବ୍ଧ ହେବ। ଏବେ ୮ଟି ବିଭାଗର ୧୬ଟି ସେବା ଉପଲବ୍ଧ ହେବ। ମିଳିଥିବା ସୂଚନା ଅନୁଯାୟୀ, ସରକାରଙ୍କ ତରଫରୁ ଲୋକଙ୍କ ପାଖକୁ ରେକର୍ଡ ହେଉଥିବା ଏକ କଲ୍‌ ଆସିବ; ଏଥିରେ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଯିବ। ଯେପରି ପୂର୍ବରୁ ସେ ଯାଇଥିବା ସରକାରୀ କାର୍ଯ୍ୟାଳୟରେ କ’ଣ ସେବା ପାଇଲେ, ସେଥିରେ ସେ ସନ୍ତୁଷ୍ଟ କି ନୁହେଁ, ଯଦି ସନ୍ତୁଷ୍ଟ ନୁହେଁ; କାହିଁକି ନୁହେଁ, ସରକାର ଅଧିକ କ’ଣ ସେବା ଯୋଗାଇବା ଦରକାର ଏବଂ କେଉଁ କ୍ଷେତ୍ରରେ ଉନ୍ନତି ଆଣିବା ଦରକାର ସେନେଇ ପଚରାଯିବ। ଏହାଦ୍ବାରା ଲୋକଙ୍କ ଅଭିଯୋଗ ଉପରେ ସେବା ଯୋଗାଇ ନଥିବା ଅଧିକାରୀ/କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ, ଦ୍ବିତୀୟରେ ପ୍ରସ୍ତାବ ଆଧାରରେ ସରକାର ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବେ, ଆଗାମୀ ଯୋଜନା ପାଇଁ ନୀତି ନିର୍ଦ୍ଧାରଣ କରିବେ।

ଲୋକଙ୍କ ଠାରୁ ମତାମତ ସଂଗ୍ରହ ଏବଂ ଲୋକ ଫୋନ୍‌ କରି ମତାମତ ଓ ଅଭ‌ିଯୋଗ ଦେବା ପାଇଁ ଏକ ଉତ୍ସର୍ଗୀକୃତ କଲ୍‌ ସେଣ୍ଟର ରହିବ। ଲୋକ ୧୪୪୭୧ ଟୋଲ୍‌ ଫ୍ରି ନମ୍ବରରେ କଲ୍‌ କରିପାରିବେ। ଏହା ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୯ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ। ହ୍ବାଟସ୍‌ଆ‌ପ୍‌ରେ ବି ଚାଟ୍ କରି ମତାମତ ଦେଇପାରିବେ। ଏଥିପାଇଁ ୭୪୦୦୨୨୧୯୦୩ ନମ୍ବର ଜାରି ହେବ। ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍, ଇନଷ୍ଟାଗ୍ରାମ, ଏକ୍ସରେ ବି #ଫିଡ୍‌ବ୍ୟାକ୍ଓଡ଼ିଶା ସହ ନିଜର ମତାମତ ପୋଷ୍ଟ କରିପାରିବେ। ଆମ ଶାସନ ୱେବ୍‌ସାଇଟ୍‌ରେ ବି ଚାଟ୍‌ବଟ୍‌ ମାଧ୍ୟମରେ ଚାଟିଂ କରି, ଇ-ମେଲ୍‌ ମାଧ୍ୟମରେ ବି ମତାମତ ଦେଇପାରିବେ। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

  • jmjnewso

    Related Posts

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    Spread the love

    Spread the love ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ଫାଇଲ୍ ଗାଏବ ହେବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସମ୍ବେଦନଶୀଳ ମାମଲାରେ ଯେଉଁମାନେ ଦୋଷୀ ସେମାନେ ଜେଲ୍ ଯିବେ…

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିସନ ଫାଇଲ ହଜିବା ମାମଲାରେ ଏବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ଘଟଣାରେ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ…

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…