ଦେଶର ଟପ୍ ଟେନ୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ମୋହନ, ଆକ୍ଷେପ କଲା ବିଜେଡି…

Spread the love

ଭୁବନେଶ୍ବର:(ଜେଏମଜେ ବ୍ୟୁରୋ): ସାମ୍ନାକୁ ଆସିଲା ଦେଶର ଟପ୍ ଟେନ୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକା । ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଆଲୋଚନା ଚାଲିଥିବା ବେଳେ ଏହି ସର୍ଭେର ଫଳାଫଳ ଆସିଛି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ ପୋଲରେ ଏହି ରିପୋର୍ଟ ସାମ୍ନାକୁ ଆସିଛି ।

ଏହି ତାଲିକାରେ ସବୁଠୁ ଆଗରେ ରହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ତାଙ୍କ ରାଜ୍ୟର ୪୪.୬ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ କାର୍ଯ୍ୟକୁ ମୋହର ମାରିଛନ୍ତି ।

ଦ୍ବିତୀୟରେ ଅଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ତାଙ୍କୁ ୪୧.୯ ପ୍ରତିଶତ ରେଟିଂ ମିଳିଛି । ତାଙ୍କ ପରେ ତୃତୀୟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରହିଛନ୍ତି । ତାଙ୍କୁ ୪୧.୯ ପ୍ରତିଶତ ସମର୍ଥନ ମିଳିଛି । ଚତୁର୍ଥରେ ଭୂପେନ୍ଦ୍ର ପଟେଲ, ତାଙ୍କୁ ୪୦.୭ ପ୍ରତିଶତ ରେଟିଂ ମିଳିଛି । ସେହିପରି ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୪୦.୪ ପ୍ରତିଶତ ସମର୍ଥନ ଦେଇଛନ୍ତି ରାଜ୍ୟ ଲୋକେ । ଷଷ୍ଠ ସ୍ଥାନରେ ରହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ତାଙ୍କୁ ମିଳିଛି ୩୯.୨ ପ୍ରତିଶତ ରେଟିଂ ।

ସପ୍ତମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଏହାପରକୁ ରହିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ ପୋଲରେ ୮ମ ସ୍ଥାନରେ ଅଛନ୍ତି ମୋହନ ମାଝୀ । ଓଡିଶାର ୩୪.୨ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟକୁ ମୋହର ମାରିଛନ୍ତି ।
ଏହାପରକୁ ନବମ ସ୍ଥାନ ଅଧିଗ୍ରହଣ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୩୦.୧ ପ୍ରତିଶତ ପାଇ ସେ ନବମ ସ୍ଥାନରେ ରହିଛନ୍ତି । ଏହାପରକୁ ଶେଷ ସ୍ଥାନରେ ରହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ । ୨୯.୯ ପ୍ରତିଶତ ପାଇ ସେ ଦଶମ ସ୍ଥାନରେ ରହିଛନ୍ତି ।

ଅନ୍ୟପଟେ, ଏହି ରିପୋର୍ଟକୁ ନେଇ ବିଜେଡି ବିଜେପିକୁ ତାତ୍ସଲ୍ୟ କରି କହିଛିଯେ, ବିଜେଡି ଗଠନର ୫ ବର୍ଷ ଭିତରେ ନବୀନଙ୍କ ରାଙ୍କ ଥିଲା ନମ୍ବର ୱାନ୍ । ୨୦୧୮ରୁ ୨୦୨୪ ପର୍ଯ୍ୟନ୍ତ ନବୀନ ଥିଲେ ରାଙ୍କ ୱାନ୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । କିନ୍ତୁ ଆଜିର ମୁଖ୍ୟମନ୍ତ୍ରୀଙ୍କ ରାଙ୍କ ୮ ନମ୍ବରରେ ପହଞ୍ଚିଛି ।

ବିଜେପି କହିଥିଲା ଡବଲ ଇଞ୍ଜିନ ଆସିଲେ ଓଡ଼ିଶା ରାଙ୍କ ଡବଲ ହୋଇଯିବ । କିନ୍ତୁ ଗୋଟିଏ ବର୍ଷ ପରେ ଓଡ଼ିଶା ୧ ରୁ ୮କୁ ଖସି ଗଲାଣି ।

ଗତକାଲି ଆଇସିସି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୩୬ରେ ଓଡ଼ିଶା ୫ମ ସ୍ଥାନରେ ରହିବ । ଗୋଟେ ବର୍ଷ ଭିତରେ ଏମିତି କ’ଣ ହେଇଗଲାଣି ଯେ,ସରକାର ଅନୁଭବ କଲେଣି ତାଙ୍କ ଦ୍ଵାରା ସରକାର ଚାଲି ପାରିବନି । ଏହା ସରକାରଙ୍କ ଅପାରଗତା ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଅଭିଯୋଗ ଆଣିଛନ୍ତି ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 69 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ