OAS ଓ ORS ଅଧିକାରୀଙ୍କୁ ରାଜସ୍ଵ ବିଭାଗର ତାଗିଦ୍, କାରଣ ନ ଥାଇ ଷ୍ଟେସନ୍ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ

Spread the love

ଜେଏମଜେ ବ୍ୟୁରୋ : କାମ ନ ଥାଇ ବାବୁ ଆସୁଛନ୍ତି ଭୁବନେଶ୍ଵର । ଲୋକସେବା ଭବନ ସହ ଅନ୍ୟ ସରକାରୀ ଦପ୍ତରର ଚକ୍କର କାଟୁଛନ୍ତି । ଫଳରେ ବାଧାପ୍ରାପ୍ତ ହେଉଛି ସରକାରୀ କାର୍ଯ୍ୟ । ଲୋକଙ୍କୁ ସେବା ଯୋଗାଇଦେବାକୁ ନିୟୋଜିତ OAS ଓ ORS ଅଧିକାରୀ ବିନା ଅନୁମତିରେ ବାରମ୍ବାର ଭୁବନେଶ୍ଵର ଆସୁଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ।


ଏନେଇ ସମସ୍ତ ଜିଲ୍ଲାପାଳ ଓ ଆରଡିସିଙ୍କୁ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି କରିଛି । ଯେଉଁଥିରେ କୁହାଯାଇଛି, ଅନେକ OAS ଓ ORS ଅଧିକାରୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସେମାନଙ୍କ କାର୍ଯ୍ୟାଳୟରେ ଅନୁପସ୍ଥିତ ରହି ଲୋକସେବା ଭବନ ଏବଂ ଭୁବନେଶ୍ଵରର ଅନ୍ୟ କାର୍ଯ୍ୟାଳୟରେ ବୁଲୁଥିବା ନଜରକୁ ଆସିଛି ।
ଏହା ବେଶ ଚିନ୍ତାଜନକ । ବ୍ୟକ୍ତିଗତ କାମ ଲାଗି ଅଫିସ୍ ସମୟରେ ବିନା ଅନୁମତିରେ ନିଜ ଷ୍ଟେସନ ଛାଡ଼ିବା ଦ୍ଵାରା ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ସେବା ସହ ରାଜସ୍ଵ ସେବା ପ୍ରଭାବିତ ହେଉଛି ।


ଏ ନେଇ ଜିଲ୍ଲାପାଳ ଓ ଆରଡିସିଙ୍କୁ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି ଲେଖିଛି । ବିନା ଅନୁମତିରେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବା ଅଧିକାରୀଙ୍କୁ ତାଗିଦ୍ କରିବାକୁ କହିଛି ରାଜସ୍ଵ ବିଭାଗ । ଆଗକୁ ଏଭଳି ଘଟଣା ନଜରକୁ ଆସିଲେ ସରକାରଙ୍କ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ଅଧିକାରୀଙ୍କ ବିରୋଧରେ ଅନ୍ୟ ପଦକ୍ଷେପ ନିଆଯିବ ବୋଲି ବିଭାଗ ଚେତାଇ ଦେଇଛି ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 7 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 74 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ