ଟାସ୍କ ଫୋର୍ସ କମିଟି ଜରିଆରେ ୫ଟି ଦୁର୍ନୀତିର ତଦନ୍ତ ଦାବି କଲେ ସୂଚନା ଅଧିକାର କର୍ମୀ

Spread the love

ଜେଏମଜେ ବ୍ୟୁରୋ : ପାଣ୍ଡିଆନ ଙ୍କ ବେଆଇନ ନିଯୁକ୍ତି କୁ ନେଇ ତଥ୍ୟ ଲୁଚାଇଥିଲେ ପୂର୍ବ ସରକାର..ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବେଆଇନ୍ ୫ଟି ଅଧ୍ୟକ୍ଷ ନିଯୁକ୍ତି, ପାଣ୍ଡିଆନ ଦମ୍ପତିଙ୍କ ଭି.ଆର.ଏସ ଏବଂ ୫ଟିରେ ଶହଶହ କୋଟି ଟଙ୍କାର ଦୁର୍ନୀତି ସମ୍ପର୍କରେ ଏକ ପ୍ରେସ୍ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି।ସେ କହିଛନ୍ତି, ପୂର୍ବରୁ ଆମେ ସାମ୍ବାଦିକ ସମ୍ମିଳନୀ କରି କହିଥିଲୁ ୫ଟି ଅଧ୍ୟକ୍ଷଙ୍କ ଭି.କେ ପାଣ୍ଡିଆନଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ବେଆଇନ୍।
ଆଜି ତାହା ପ୍ରମାଣିତ ହୋଇଛି । ୫ଟି ଅଧ୍ୟକ୍ଷଙ୍କ ନିଯୁକ୍ତି ଓ କ୍ୟାବିନେଟ୍ ଷ୍ଟାଟସ୍ ସମ୍ପର୍କରେ ପୂର୍ବ ସରକାର ତଥ୍ୟ ଲୁଚାଇଥିଲେ । ବର୍ତ୍ତମାନ ସୂଚନା ଅଧିକାର ଆଇନରେ ସୂଚନାଧିକାର କର୍ମୀ ପ୍ରକାଶ ଦାସଙ୍କୁ ମିଳିଥିବା ତଥ୍ୟ ଅନୁଯାଇ ୫ଟି ଅଧ୍ୟକ୍ଷଙ୍କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଯୁକ୍ତି ଦେଇଥିଲେ, ଫାଇଲ୍ ନୋଟିଙ୍ଗରେ ନବୀନ ପଟ୍ଟନାୟକଙ୍କ ଦସ୍ତଖତ ରହିଛି । କିନ୍ତୁ ୫ଟି ଅଧ୍ୟକ୍ଷଙ୍କ ପାଣ୍ଡିଆନଙ୍କ କ୍ୟାବିନେଟ୍ ଷ୍ଟାଟସ୍ ପାଇବା କୁ ନେଇ କ୍ୟାବିନେଟ୍ ମଞ୍ଜୁରୀର କୋୖଣସି ତଥ୍ୟ ସରକାରଙ୍କ ପାଖରେ ନାହିଁ ବୋଲି ଦର୍ଶାଇଛନ୍ତି । କାହା ଇଙ୍ଗିତରେ ଓ କେଉଁ ସ୍ୱାର୍ଥରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଭଳି ବେଆଇନ୍ ଭାବେ ୫ଟି ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଲେ ତାହା ତଦନ୍ତ ସାକ୍ଷେପ । ସରକାର ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ବିଧାନସଭାରେ ବିଧାୟକ ଜୟନାରାୟଣ ମିଶ୍ର ୫ଟି ଅଧ୍ୟକ୍ଷଙ୍କ ନିଯୁକ୍ତି ଓ ୫ଟି ବିଭାଗ ଅଛି କି ନାହିଁ, ଏହାର ମନ୍ତ୍ରୀ କିଏ ବୋଲି ପ୍ରଶ୍ନ କରିଥିଲେ । ତତ୍କାଳୀନ ନବୀନ ସରକାର ଉତ୍ତର ଦେଇଥିଲା; ୫ଟି ଏକ ବିଚାରଧାରା/ମଡେଲ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯଦି ୫ଟି ଏକ ବିଚାରଧାରା ତେବେ କିପରି ଏକ ବିଚାରଧାରା ରେ କିପରି କୋଟି କୋଟି ଟଙ୍କା ମଞ୍ଜୁର ହୋଇ କୋଟି କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ଓ ଜଣେ ବ୍ୟକ୍ତିଙ୍କୁ ସମସ୍ତ ବିଭାଗୀୟ ଓ ସରକାରୀ କ୍ଷମତା ପ୍ରଦାନ କରାଯାଇଥିଲା ଏହାର ଜବାବ ନବୀନ ପଟ୍ଟନାୟକ ଦିଅନ୍ତୁ । ଅନ୍ୟପଟେ ୫ଟି ଯୋଜନାରେ ବହୁ ଦୁର୍ନୀତି ଓ କେଳେଙ୍କାରୀ ଘଟଣା ସମ୍ନାକୁ ଆସିଛି କିନ୍ତୁ ଏହା ଉପରେ ତଦନ୍ତ ହେଲା ନାହିଁ।

୫ଟି ଅଧ୍ୟକ୍ଷ ବେଆଇନ୍ ଭାବରେ ହେଲିକପ୍ଟର/ଚପର ରେ ଜିଲ୍ଲା ଗ୍ରସ୍ତ କରି ଖଣି ମାଫିଆ ଓ କଣ୍ଟାଟରଙ୍କ କୋଟି କୋଟି ଟଙ୍କା ବ୍ୟୟ କରି ହାଇ ପୋଫାଇଲ କାର୍ଯ୍ୟକ୍ରମ କରିଥିଲେ ଯାହାକି ଭୟଙ୍କର ଅପରାଧ ଏନେଇ ମଧ୍ୟ ଆମେ ଭିକେ ପାଣ୍ଡିଆନ ଓ ନବୀନ ପଟ୍ଟନାୟକଙ୍କ ବିରୋଧରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏତଲା ଦାୟର କରିଥିଲୁ । ଆମ ଏତଲା ପଞ୍ଜିକୃତ ନହେବାରୁ ଆମେ କୋର୍ଟର ଦ୍ବାରସ୍ଥ ହୋଇଥିଲୁ ଯେହେତୁ ବିରୋଧିଦଳ ନେତା ନବୀନ ପଟ୍ଟନାୟକ ଏହି କେସ୍ ରେ ଅଛନ୍ତି ତେଣୁ ଅଦାଲତ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ କହିଛନ୍ତି/ପଠାଇଛନ୍ତି । ଯାହା ବର୍ତ୍ତମାନ ବିଚାରାଧୀନ ରହିଛି । ବିଜେପି ସରକାରଙ୍କ ଆଇନ ମନ୍ତ୍ରୀ ଓ ପରିବହନ ମନ୍ତ୍ରୀ କହିଥିଲେ ପାଣ୍ଡିଆନଙ୍କ ହେଲିକପ୍ଟର ଓ ହେଲିପ୍ୟାଡ ନିର୍ମାଣର ତଦନ୍ତ ହେବ, ତଦନ୍ତ କେତେ ବାଟ? ସରକାର କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ସ୍ପଷ୍ଟ କରନ୍ତୁ।

ବେଆଇନ୍ ଭାବରେ ପାଣ୍ଡିଆନଙ୍କୁ ୫ଟି ସଚିବ/ଅଧ୍ୟକ୍ଷ ନିଯୁକ୍ତି ଓ ବିଭିନ୍ନ ଅଭିଯୋଗ, କେଳେଙ୍କାରୀ ଥିବା ସତ୍ତ୍ବେ ସରକାର ତାଙ୍କୁ ସରକାର ଭିଆର୍ଏସ୍ ଦେଲେ। ନା ତାଙ୍କ କେଳେକାରୀର କୈାଣସି ତଦନ୍ତ ହେଲା ନା କୈାଣସି କାର୍ଯ୍ୟାନୁଷ୍ଠାନ ହେଲା।

ବର୍ତ୍ତମାନ ସିଏଜି ରିପୋର୍ଟ ଓ ଜାତୀୟ ଗଣମାଧ୍ୟମ, ଓଡ଼ିଶାର ପ୍ରମୁଖ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଓଡ଼ିଶାର ୬ଟି ଜିଲ୍ଲାରେ ୫ଟି ସ୍କୁଲ ରୂପାନ୍ତରଣ ଓ ବିକାଶ ନାମରେ ୯୦ କୋଟି ଟଙ୍କାର ଦୁର୍ନୀତି ଓ ଅନିୟମିତତା ହୋଇଥିବା ରିପୋର୍ଟ ଆସିଛି । ଯଦି ଓଡ଼ିଶାର ସମସ୍ତ ୫ଟି ସ୍କୁଲ ରୂପାନ୍ତରଣ ରେ ଖର୍ଚ୍ଚ ହୋଇଥିବା ଟଙ୍କାର ତଦନ୍ତ କରାଯାଏ, ତେବେ ପ୍ରାୟ ୫୦୦ କୋଟି ଟଙ୍କାର ଦୁର୍ନୀତି ଓ କେଳେଙ୍କାରୀ ଧରାପଡ଼ିବ ।
ଆମେ ସରକାରଙ୍କୁ ଦାବି କରୁଛୁ; ୫ଟି ଓ ମୋ ସରକାର ଯୋଜନା ମଧ୍ୟମରେ ଖର୍ଚ୍ଚ ହୋଇଥିବା ହଜାର ହଜାର କୋଟି ଟଙ୍କାର ଉଚ୍ଚସ୍ତରୀୟ (ସ୍ବତନ୍ତ୍ର) ତଦନ୍ତ କରାଯାଉ କିମ୍ବା ସରକାର ଟାସ୍କ ଫୋର୍ସ କମିଟି ଗଠନ କରି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ଭି କେ ପାଣ୍ଡିଆନଙ୍କ ପତ୍ନୀ ତଥା ଆଇଏଏସ ସୁଜାତା ରାଉତ ପାଣ୍ଡିଆନଙ୍କୁ ଚାକିରିରୁ ଭିଆରଏସ୍ ମିଳିଛି । ସୁଜାତା ପାଣ୍ଡିଆନ ଚାକିରୀରେ ଥିବା ସମୟରେ ତାଙ୍କ ସମ୍ପତ୍ତି ତାଲିକା ଲୁଚାଇଥିଲେ ଓ ସରକାରଙ୍କୁ ଭୁଲ୍ ତଥ୍ୟ ଦେଇଥିଲେ । ଆମେ ଉଭୟ ପାଣ୍ଡିଆନ ଦମ୍ପତିଙ୍କ ସମ୍ପତ୍ତିର ଯାଞ୍ଚ ଓ କାହିଁକି ସରକାରଙ୍କୁ ଭୁଲ୍ ସମ୍ପତ୍ତି ତାଲିକା ଦେଇଥିଲେ ଏହାର ଜବାବ ତଲବ କରାଯାଉ ବୋଲି ସରକାରଙ୍କ ନିକଟରେ ଦାବି କରିଥିଲୁ। ମିଶନ ଶକ୍ତିରେ ବହୁ ଦୁର୍ନୀତି ଓ କେଳେଙ୍କାରୀ ହୋଇଛି ସରକାର ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ନିର୍ବାଚନରେ ବିବାଦୀୟ ଭୂମିକା ପାଇଁ ତାଙ୍କୁ ମିଶନ ଶକ୍ତି ବିଭାଗରୁ ବଦଳି କରି ଅର୍ଥ ବିଭାଗକୁ ଅଣାଯାଇଥିଲା । କିନ୍ତୁ ଉଭୟ ପାଣ୍ଡିଆନ ଦମ୍ପତିଙ୍କ ନାଁରେ ବିଭିନ୍ନ ସଙ୍ଗିନ ଅଭିଯୋଗ ଥିବା ସତ୍ତ୍ବେ ସରକାର କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ବରଂ ତାଙ୍କୁ ସୁରକ୍ଷା ଦେଲେ । ଏହା ପ୍ରମାଣିତ କରୁଛି ଜଣେ ଯେତେ ବେଆଇନ୍ ଓ କେଳେଙ୍କାରୀ କଲେ ମଧ୍ୟ ସରକାରଙ୍କ ସହିତ ଭଲ ବୁଝାମଣା ରହିଲେ ସରକାର ସୁରକ୍ଷା ଦେବେ।

ବର୍ତ୍ତମାନ ସିଏଜି ରିପୋର୍ଟ ଓ ଜାତୀୟ ଗଣମାଧ୍ୟମ, ଓଡ଼ିଶାର ପ୍ରମୁଖ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଓଡ଼ିଶାର ୬ଟି ଜିଲ୍ଲାରେ ୫ଟି ସ୍କୁଲ ରୂପାନ୍ତରଣ ଓ ବିକାଶ ନାମରେ ୯୦ କୋଟି ଟଙ୍କାର ଦୁର୍ନୀତି ଓ ଅନିୟମିତତା ହୋଇଥିବା ରିପୋର୍ଟ ଆସିଛି । ଯଦି ଓଡ଼ିଶାର ସମସ୍ତ ୫ଟି ସ୍କୁଲ ରୂପାନ୍ତରଣ ରେ ଖର୍ଚ୍ଚ ହୋଇଥିବା ଟଙ୍କାର ତଦନ୍ତ କରାଯାଏ, ତେବେ ପ୍ରାୟ ୫୦୦ କୋଟି ଟଙ୍କାର ଦୁର୍ନୀତି ଓ କେଳେଙ୍କାରୀ ଧରାପଡ଼ିବ ।
ଆମେ ସରକାରଙ୍କୁ ଦାବି କରୁଛୁ; ୫ଟି ଓ ମୋ ସରକାର ଯୋଜନା ମଧ୍ୟମରେ ଖର୍ଚ୍ଚ ହୋଇଥିବା ହଜାର ହଜାର କୋଟି ଟଙ୍କାର ଉଚ୍ଚସ୍ତରୀୟ (ସ୍ବତନ୍ତ୍ର) ତଦନ୍ତ କରାଯାଉ କିମ୍ବା ସରକାର ଟାକ୍ସ ଫୋର୍ସ କମିଟି ଗଠନ କରି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 3 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 7 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 74 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ