ସାର ଚିନ୍ତାରେ ଚାଷୀ, କଳାବଜାରୀ ରେ ସମ୍ପୃକ୍ତ ଅସାଧୁ କର୍ମଚାରୀ. ସରକାରୀ ଦର ୨୬୭ଟଙ୍କା.. ଚାଷୀ କିଣୁଛନ୍ତି 700 ଟଙ୍କା ରେ.

Spread the love

କବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ: ଖରିଫ ଋତୁ ରେ ସାର ଅଭାବ ସାଙ୍ଗକୁ ଅସାଧୁ କର୍ମଚାରୀ ଙ୍କ ଦ୍ୱାରା କଳାବଜାରୀ ଏବେ ଚାଷୀଙ୍କୁ ଘାରିଛି ୟୁରିଆ ସାର ଚିନ୍ତା। ଅଭାବୀ ୟୁରିଆକୁ ନେଇ ଜିଲ୍ଲାର ବିଭିନ୍ନ ବ୍ଲକରେ ରାସ୍ତା ଅବରୋଧ । ସାରା ଜିଲ୍ଲାରେ ୟୁରିଆ ସାରର ଅଭାବ । ଯେଉଥିପାଇଁ କଳାବଜାରୀ ବଢ଼ିବାରେ ଲାଗିଛି। ବାରମ୍ବାର ଆପତ୍ତି କଲେ ବି ପ୍ରଶାସନ ନିଦା ବିଷ୍ଣୁ । ବଜାରରେ ୟୁରିଆ ସାର ମିଳୁ ନଥିବାରୁ ଠପ୍ ହୋଇଛି ଚାଷ କାମ ।ଅଞ୍ଚଳର ଚାଷୀଙ୍କ ଚାଷ ପାଇଁ ୟୁରିଆ ସାର ଯେତେ ପରିମାଣରେ ଆବଶ୍ୟକ‌ତା ରହିଥିଲା ତାହା ଏବେ କୁଆଡେ ଗଲା ବୋଲି ଚାଷୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ଜମି ରେ ସାର ପ୍ରୟୋଗ ବା ଛିଞ୍ଚଣ ସମୟ ଆସି ଯାଇଥିବାରୁ ଅଞ୍ଚଳର ଚାଷୀ ଗାଁ ଠୁ ସହର ସବୁ ସ୍ଥାନକୁ ଯାଇ ଦୈନନ୍ଦିନ ହଇରାଣ ହେଉଛନ୍ତି । ଆବଶ୍ୟକ‌ତା ଅନୁସାରେ ସାର ଉପଲବ୍ଧ ହେଉନଥିବାରୁ ଚାଷୀ ଏବେ ନିରାଶ ।ସାର ଯୋଗାଣ କ୍ଷେତ୍ରରେ ପ୍ରଶାସନ ସ୍ଥାଣୁ ପାଲଟି ଯାଇଥିବା ବେଳେ କୃଷି ବିଭାଗ ମଧ୍ୟ ଆଦୌ ଆନ୍ତରିକତା ପ୍ରକାଶ କରୁ ନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ୟୁରିଆ ସାର ପ୍ୟାକେଟ୍ ପିଛା ଧାର୍ୟ୍ୟ ମୂଲ୍ୟ ଠାରୁ ୭୦୦ ରୁ ୧୦୦୦ ଟଙ୍କା ଚଢ଼ା ଦରରେ ଚାଷୀ କିଣୁଥିବା ଅଭିଯୋଗ ହେଉଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବିଭିନ୍ନ ସମବାୟ ସମିତି ରେ ଦେଖାଦେଲାଣି ଅଶାନ୍ତି. ଗତକାଲି ଗଙ୍ଗାପୁର ସୋସାଇଟି ରେ ଦୁଇ ପଞ୍ଚାୟତ ମଧ୍ୟରେ ପାଟିତୁଣ୍ଡ ହେବାରୁ ପୋଲିସ ପହଂଚି ସାର ବଣ୍ଟନ ସମାଧାନ କରିଥିବା ଜଣାଯାଇଛି..


ସାର କଳାବଜାର ପଛରେ ଅସାଧୁ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଏବଂ ପ୍ରଶାସନର ଦାୟିତ୍ୱହୀନତା ଉତ୍ତରଦାୟୀ। ଚାଷୀଙ୍କୁ ଆବଶ୍ୟକତା ଅନୁଯାୟୀ ସାର ମିଳୁନାହିଁ। ପାକ୍ସରେ ସାର ନ ଥିବା ବେଳେ ବଜାରକୁ ଆସୁଛି କିପରି ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି.। ଏହି କଳାବଜାର ପାଇଁ ସରକାର ଦାୟୀ। ଚାଷୀଙ୍କୁ ଆବଶ୍ୟକତା ଅନୁଯାୟୀ ସାର ମିଳୁନାହିଁ। ଫଳରେ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଗଞ୍ଜାମ ଜିଲାରେ ବିଭିନ୍ନ ସ୍ଥାନରେ ସାରର ଅଭାବୀ ବିକ୍ରି ସହ କଳାବଜାର ହେଉଥିବା ନେଇ ଅଭିଯୋଗ କରୁଛନ୍ତି ଚାଷୀ। ଏବେ ବିଲରେ ରୁଆପୋତା ସମୟରେ ଆବଶ୍ୟକ ରହିଛି ସାର। ଏହାର ଭିତରେ ଚାଷୀକୁ ମିଳିପାରୁନାହିଁ ସାର। ସାର ପାଇଁ ସକାଳୁ ଆସି ଲମ୍ବା ଲାଇନରେ ଠିଆ ହେଉଛନ୍ତି ଚାଷୀ। ଜିଲାରେ ଚଳିତ ମାସ ୫ରେ ୧୮୦୦ ମେଟ୍ରିକ୍‌ ଟନ୍‌ ସାର ଆସିଛ।୧୨୬ଟି ସୋସାଇଟ୍‌ ଏହା ପ୍ରଦାନ କରାଯାଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ଗଞ୍ଜାମ ଜିଲାରେ ଚଳିତ ବର୍ଷ ଖରିଫ ସମୟରେ ୧ ଲକ୍ଷ ୫୬ ହଜାର ୭୧୩ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ପାଇଁ ଆସିଥିବା ସାର କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି..ଜିଲ୍ଳାର ବିଭିନ୍ନ ବ୍ଳକର ଲ୍ୟାମ୍ପସଗୁଡିକରେ ଆସିଥିବା ସାର ଗ୍ରାମାଞ୍ଚଳର ଚାଷୀଙ୍କୁ ମିଳୁନଥିବା ବେଳେ ସରକାରୀ ନିର୍ଦ୍ଧାରିତ ଦର ୨୬୭ଟଙ୍କା ପରିବର୍ତେ ବଜାରରେ ଡିଲରଙ୍କ ଠାରୁ ୭୦୦ଟଙ୍କାରୁ ୧୦୦୦ ଟଙ୍କା ଦେଇ ଚାଷୀ କିଣିବାକୁ ବାଧ୍ୟ ହେଉଛନ୍ତି। ଚଳିତ କୃଷି ଋୁତୁରେ ସାରର ସ୍ବୀକୃତିପ୍ରାପ୍ତ ଡିଲର ଏବଂ ରିଟେଲରମାନେ କୃତ୍ରିମ ଅଭାବ ସୃଷ୍ଟି କରି ଜିଲ୍ଲାରେ ଅଚଳାବସ୍ଥା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।
ହେଲେ ଠକଣା ସମୟରେ ସାର ନମିଳଲେ ବର୍ଷକର ଚାଷ ବୁଡିବା ଆଶଙ୍କା ରେ ଚାଷୀ ମହଲ ରେ ଅସନ୍ତୋଷ ବଢୁଛି.. ଜିଲ୍ଲା ପ୍ରଶାସନ ଓ ସରକାର କେବେ ନେବେ କାର୍ଯ୍ୟନୁଷ୍ଠାନ କେବେ ମିଳିବ ସାର ଚାଷୀମାନେ ପ୍ରଶ୍ନ କରିଛନ୍ତି.।

  • jmjnewso

    Related Posts

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    Spread the love

    Spread the loveଜେଏମଜେ ବ୍ୟୁରୋ : ଆସନ୍ତାକାଲି ପବିତ୍ର ଗଣେଶ ଚତୁର୍ଥୀ। ଧରାପୃଷ୍ଠକୁ ଓହ୍ଲାଇବେ ବିଘ୍ନହର୍ତ୍ତା, ସିଦ୍ଧିଦାତା ପ୍ରଭୁ ଶ୍ରୀଗଜାନନ। ବାପ୍ପାଙ୍କ ଆଗମନକୁ ନେଇ ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ଶେଷ ପର୍ୟ୍ୟାୟରେ ପହଞ୍ଚିଛି ପୂଜା ମଣ୍ଡପର ସାଜସଜ୍ଜା, ମୂର୍ତ୍ତି…

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    Spread the love

    Spread the loveଜେଏମଜେ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନ ଏବଂ ଜନସେବାର ୨୫ ବର୍ଷ ପୂରଣ କରୁଛନ୍ତି। ଏହି ଅବସରରେ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ସାରା ଦେଶରେ “ସେବା ସଂକଳ୍ପ ଅଭିଯାନ” ଆରମ୍ଭ ହେବ।…

    Leave a Reply

    Your email address will not be published. Required fields are marked *

    You Missed

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 5 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 7 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 74 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ