ସବୁ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ:ଭିଜିଲାନ୍ସ ପଶିବା ପୂର୍ବରୁ ବାବୁ ଧରନ୍ତୁ ଦୁର୍ନୀତି..

Spread the love

ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଏଭଳି ଚେତାବନୀ ପରେ ଏବେ ମୁଖ୍ୟ ଶାସନ ସଚିବ, ଦୁର୍ନୀତିଖୋରଙ୍କୁ ସାବାଡ୍‌ କରିବାକୁ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି
ଭିଜିଲାନ୍ସର ଖଣ୍ଡା ବୁଲୁଛି । ତେଣୁ ସଜାଗ ହୋଇଯାଆନ୍ତୁ ବାବୁ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଚେତାବନୀ ପରେ ଏବେ ମୁଖ୍ୟ ଶାସନ ସଚିବ, ଦୁର୍ନୀତିଖୋରଙ୍କୁ ସାବାଡ୍‌ କରିବାକୁ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି । ଭିଜିଲାନ୍ସ ଦୁର୍ନୀତିଖୋରଙ୍କୁ ଧରିବା ପୂର୍ବରୁ ବାବୁମାନେ ଦୁର୍ନୀତିଖୋରଙ୍କୁ ଚିହ୍ନଟ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ନିଇତି ଦୁର୍ନୀତିଖୋର ବାବୁଙ୍କ ଘରେ ହେଉଛି ଭିଜିଲାନ୍ସ ଚଢ଼ଉ । ହେଲେ ଧରାପଡ଼ିବା ବେଳକୁ ସମୟ ଗଡ଼ି ଯାଉଛି । ତେଣୁ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟ ଶାସନ ସଚିବ । ବିଭାଗରେ ଭିଜିଲାନ୍ସ ପଶିବା ପୂର୍ବରୁ ବାବୁମାନେ ଧରନ୍ତୁ ଦୁର୍ନୀତି । ଏନେଇ ସବୁ ବିଭାଗ, ଜିଲ୍ଲାପାଳ ଓ ଆର୍‌ଡିସିଙ୍କୁ ଚିଠି ଲେଖିଛନ୍ତି । ଏହାସହ ଦୁର୍ନୀତିଖୋରଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଦୁର୍ନୀତି ରୋକିବାକୁ ମୁଖ୍ୟ ଶାସନ ସଚିବ ନୂଆ ଫର୍ମୁଲା ଆପଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଅଫିସରେ କିଣାବିକା ଓ ଚୁକ୍ତି ପରିଚାଳନା କ୍ଷେତ୍ରରେ ଇ-କ୍ରୟ, ଇ-ଟେଣ୍ଡରିଂ ବ୍ୟବସ୍ଥା । ଅନ୍‌ଲାଇନ୍‌ ବଦଳି ନୀତିର କାର୍ଯ୍ୟକାରିତାକୁ ଗୁରୁତ୍ବ । ସମ୍ବେଦନଶୀଳ ପଦବିରେ ଦାୟିତ୍ବରେ ଥିବା ଅଧିକାରୀଙ୍କ ନିୟମିତ ବଦଳି । ବିଭାଗୱାରି ଇଣ୍ଟରନାଲ ଭିଜିଲାନ୍ସ କମିଟି ଗଠନକୁ ଗୁରୁତ୍ବ । ଏହାଦ୍ବାରା ଦୁର୍ନୀତିରେ କିଛି ମାତ୍ରାରେ ବ୍ରେକ୍ ଲାଗିପାରିବ।

  • jmjnewso

    Related Posts

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    Spread the love

    Spread the love ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ଫାଇଲ୍ ଗାଏବ ହେବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସମ୍ବେଦନଶୀଳ ମାମଲାରେ ଯେଉଁମାନେ ଦୋଷୀ ସେମାନେ ଜେଲ୍ ଯିବେ…

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିସନ ଫାଇଲ ହଜିବା ମାମଲାରେ ଏବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ଘଟଣାରେ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026