ଓଏଏସ ରେ ଟପ୍ପର ତହସିଲଦାର ,୧୫ ହଜାର ଟଙ୍କା ଲାଞ୍ଚନେଇ ଭିଜିଲାସନ୍ସ ଜାଲରେ ପଡିଲେ.

Spread the love

ଜେଏମଜେ ବ୍ୟୁରୋ : ଓଏଏସ ରେ ଟପ୍ପର ହୋଇଥିଲେ। ତହସିଲଦାର ଭାବେ ନିଯୁକ୍ତି ମିଳିଥିଲା। ହେଲେ ଏବେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ। ଏହି ଲାଞ୍ଚୁଆ ଅଧିକାରୀ ଜଣକ ହେଉଛନ୍ତି ୨୦୧୯ ବ୍ୟାଚର ଓଏଏସ ଅଧିକାରୀ ତଥା ସମ୍ବଲପୁର ଜିଲା ବାମରା ତହସିଲଦାର ଅଶ୍ଵିନୀ କୁମାର ପଣ୍ଡା। ନିଜ ଡ୍ରାଇଭରଙ୍କ ଜରିଆରେ ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଛନ୍ତି।
ସୂଚନା ଅନୁସାରେ, ଏକ ଚାଷ ଜମିକୁ ଆବାସିକ ଜମିରେ ବଦଳାଇବା ପାଇଁ ମ୍ୟୁଟେସନ କେସରେ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଅଶ୍ଵିନୀ। ୨୦ ହଜାର ଟଙ୍କା ଦେଇପାରି​‌ବେ ନାହିଁ ବୋଲି ଅଭିଯୋଗକାରୀ କହିବା ପରେ ତହସିଲଦାର ୧୫ ହଜାର ଟଙ୍କା ଦେବାକୁ କହିଥିଲେ। ଅନ୍ୟ କୌଣସି ଉପାୟ ନ ପାଇ ଅଭିଯୋଗକାରୀ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ତହସିଲଦାରଙ୍କ ଡ୍ରାଇଭର ପି. ପ୍ରବୀଣ କୁମାର ଲାଞ୍ଚ ଅର୍ଥ ଗ୍ରହଣ କରିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।
ଏହା ପରେ ଭିଜିଲାନ୍ସ ପକ୍ଷରୁ ପଣ୍ଡାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳର ଯାଞ୍ଚ କରୁଛି ଭିଜିଲାନ୍ସ। ଭୁବନେଶ୍ଵରରେ ଥିବା ପଣ୍ଡାଙ୍କ ଆବାସିକ ଘରୁ ଭିଜିଲାନ୍ସ ଅଧିକାରୀମାନେ ୪ ଲକ୍ଷ ୭୩ ହଜାର ଟଙ୍କା ଜବତ କରିଛନ୍ତି। ସନ୍ଧ୍ୟା ସୁଦ୍ଧା ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ

  • jmjnewso

    Related Posts

    ଭଞ୍ଜନଗର ଥାନାରେ ତୃତୀୟ ମୋବାଇଲ ମେଳା

    Spread the love

    Spread the loveଭଞ୍ଜନଗର : ଜେଏମଜେ ନ୍ୟୁଜ (ପୁରୁଷୋତ୍ତମ ମହାପାତ୍ର ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ଚଳିତ ବର୍ଷର ତୃତୀୟ ମୋବାଇଲ ମେଳା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍‌ ମଧ୍ୟରୁ ମୋଟ ୩୫ଟି…

    କୁଶପଡା ରେ ନିଆରା ବାହୁଡା଼ ଯାତ୍ରା

    Spread the love

    Spread the love ଦିଗପହଣ୍ଡି : ଜେଏମଜେ ନ୍ୟୁଜ (ଗଜାନନ ତ୍ରିପାଠୀ ): ଓଡ଼ିଶା ରାଜ୍ୟ ଗଂଜାମ ଜିଲ୍ଲା ଦିଗପହଣ୍ଡିର କୁଶପଡ଼ାରେ ଗ୍ରାମରେ କବିରୀଜ ଡ଼କ୍ଟର ଗଜାନନ ତ୍ରିପାଠୀ ଆଇନଜୀବୀ ଏବଂ ସାମ୍ବାଦିକ ଙ୍କ ଦ୍ବାରା ପ୍ରତିଷ୍ଠିତ ଚତୁର୍ଦ୍ଧା ଦୁରୁ ଦିଅଁ…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026