ଆସନ୍ତା କାଲି ଅଧିବେଶନ,ସରକାରଙ୍କୁ ଘେରିବେ ବିରୋଧୀ : ଅନାସ୍ଥା ପାଇଁ କଂଗ୍ରେସର ସଜବାଜ

Spread the love


ଜେଏମଜେ ବ୍ୟୁରୋ : କାଲି ବସୁଛି ବିଧାନସଭାର ମୌସୁମୀ ଅଧିବେଶନ । ଦୀର୍ଘ ୫ମାସ ପରେ ବସୁଥିବାରୁ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଲେଣି ବିରୋଧି । ସ୍ବଳ୍ପ ସମୟର ଅଧିବେଶନ ହୋଇଥିଲେ ବି ବେଶ ସରଗରମ ରହିବ ବିଧାନସଭା । ଗୁରୁବାରଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ସଜବାଜ ହେଉଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ।
ଶଙ୍ଖ ଭବନରେ ବିଧାୟକଙ୍କୁ ଡାକି ବିଧାନସଭାର ରଣନୀତିର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରୁଛି ବିଜେଡି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଦିଲ୍ଲୀରୁ ସାମିଲ ହୋଇଛନ୍ତି । ମତଭେଦ ଦୂର କରି ଏକାଠି ଲଢ଼ିବା ପାଇଁ ସମସ୍ତଙ୍କୁ କହିଛନ୍ତି ବିଜେଡି ସୁପ୍ରିମୋ । ଅଧିବେଶନରେ ବିଜେଡିର ପ୍ରସଙ୍ଗ ସାର ସମସ୍ୟା, ଚାଷୀ ପ୍ରସଙ୍ଗ , ବାଲି ହରଚଣ୍ଡୀ ଠାରୁ ନେଇ ଗୋପାଳପୁର ଗଣଦୁର୍ଷ୍କମ, ବାଲେଶ୍ବର ପୀଡ଼ିତାଙ୍କ ଠାରୁ ବଳଙ୍ଗା ପୀଡ଼ିତା,ରଥଯାତ୍ରା ସମୟରେ ଦଳାଚକଟା ବି ଉଠାଇବ ଦଳ ।

ସେହିଭଳି କଂଗ୍ରେସ ବିଧାନସଭାରେ ଆଇନ ଶୃଙ୍ଖଳା ଓ ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାର ବିରୋଧରେ ଅନାସ୍ଥା ଆଣିବାକୁ ପ୍ରସ୍ତୁତ ହେଉଛି ଦଳ । ପିସିସି ସଭାପତି ଭକ୍ତ ଦାସଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକରେ ଏ ନେଇ ରଣନୀତି ପ୍ରସ୍ତୁତ ହୋଇଛି । ଯଦି ଅନାସ୍ଥା ଆସେ ତା’ହେଲେ ବେଶ ରୋଚକ ହେବ ବିଧାନସଭା ଅଧିବେଶନ । ଆସନ୍ତାକାଲି ଶାସକ ଦଳର ରହିଛି ବିଧାୟକ ଦଳ ବୈଠକ । ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ତାକୁ କାଉଣ୍ଟର କରିବାକୁ ରଣନୀତି ପ୍ରସ୍ତୁତ ହେବ । ଏହି ଅଧିବେଶନ ସ୍ବଳ୍ପ ଥିଲେ ବି ବେଶ୍ ଗୁରୁତ୍ବପୂର୍ଣ୍ଣ ରହିବ । କିଛି ବିଲ୍ ବି ଆଣିପାରନ୍ତି ସରକାର । ସେପଟେ ବିଧାନସଭା କଡ଼ା ସୁରକ୍ଷା ବଳୟ ଭିତରେ ରହିବ । ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ସହ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ଟ୍ରାଫିକ ରୁଟରେ ବି କିଛି ପରିବର୍ତ୍ତନ କରାଯାଇଛି । ଏଥର ଅଧିବେଶନରେ ମାଳ ମାଳ ପ୍ରସଙ୍ଗ ଥିବାରୁ ମୌସୁମୀ ଅଧିବେଶନର ସ୍ବଳ୍ପକାଳୀନ ଅଧିବେଶନ ସରଗରମ ହେବା ଆଶା କରାଯାଉଛି ।

  • jmjnewso

    Related Posts

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁବାର ଲୋକ ଭବନ ପରିସରସ୍ଥିତ ଅଟଳ ବନରେ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ଚାରା…

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ :ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ସହରାଞ୍ଚଳ ପାନୀୟ ଜଳ…

    Leave a Reply

    Your email address will not be published. Required fields are marked *

    You Missed

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 35 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 78 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    • By jmjnewso
    • September 17, 2026
    • 24 views
    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    • By jmjnewso
    • September 17, 2026
    • 30 views
    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 33 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 80 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ