ଆଇନଜୀବୀ ପେସାରୁ ଅର୍ଚ୍ଚନା ନାଗ ନିଲମ୍ବିତ

Spread the love


ଜେଏମଜେ ବ୍ୟୁରୋ : ଆଇନଜୀବୀ ପରିଷଦ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ପ୍ରକାଶିତ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ଅର୍ଚ୍ଚନା ନାଗଙ୍କୁ ଆଇନଜୀବୀ ପେଶାରୁ ନିଲମ୍ବନ କରାଯାଇଥିବା ଏବଂ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପରିଷଦ ତରଫରୁ ନିଆଯାଇଥିବା ନିଷ୍ପତ୍ତି ସମ୍ବଦ୍ଧରେ ସୂଚନା ପ୍ରଦାନ କରିଛନ୍ତି।
ବିବରଣୀରୁ ପ୍ରକାଶ ଯେ ଅର୍ଚ୍ଚନା ନାଗ ତାଙ୍କ ବିରୁଦ୍ଧରେ ଥିବା ଫୌଜଦାରୀ ମାମଲା ସମ୍ପର୍କିତ ତଥ୍ୟ ସଂପର୍କରେ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ଗୋପନ ରଖି ଓକିଲାତି ପେଶାରେ ଆଇନଜୀବୀ ଭାବେ ପଞ୍ଜୀକରଣ ଫର୍ମ ଦାଖଲ କରିଥିଲେ ଏବଂ ଧୂତ୍ତାମୀ ଓ ଠକାମି ପୂର୍ବକ ନିଜକୁ ଆଇନଜୀବୀ ହିସାବରେ ପଞ୍ଜୀକରଣ କରାଇଥିଲେ ।

ପରବର୍ତ୍ତୀ ସମୟରେ ପ୍ରାପ୍ୟ ତଥ୍ୟ ଅନୁଯାୟୀ ଜଣାଗଲା ଯେ ବାସ୍ତବରେ ଅର୍ଚ୍ଚନା ନାଗଙ୍କ ନାମରେ ବିଭିନ୍ନ ଦଫା ସମ୍ବଳିତ ଫୌଜଦାରୀ ମାମଲା ରୁଜୁ ହୋଇ ଏହା ବିଚାରାଧୀନ ସତ୍ତ୍ୱେ ପଞ୍ଜୀକରଣ ପାଇଁ ଦାଖଲ କରିବାକୁ ଥିବା ନିର୍ଦ୍ଧାରିତ ବିନ୍ଦୁ ୧୪, ୧୫, ୧୬, ୧୭, ୨୦(ଖ) ରେ ସେ ଉଲ୍ଲେଖ କରିଥିଲେ କି ତାଙ୍କ ବିରୁଦ୍ଧରେ କୌଣସି ଫୌଜଦାରୀ ମାମଲା ନାହିଁ କିମ୍ବା ସେ କୌଣସି ବ୍ୟବସାୟ ବୃତ୍ତିରେ ସଂପୃକ୍ତ ନାହାନ୍ତି।

ଅର୍ଚ୍ଚନା ନାଗଙ୍କ ନାମରେ ବିଭିନ୍ନ ଦଫା ସମ୍ବଳିତ ଫୌଜଦାରୀ ମାମଲା ରୁଜୁ ହୋଇ ଏହା ବିଚାରାଧୀନ ସତ୍ତ୍ୱେ ପଞ୍ଜୀକରଣ ପାଇଁ ଦାଖଲ କରିବାକୁ ଥିବା ନିର୍ଦ୍ଧାରିତ ବିନ୍ଦୁ ୧୪, ୧୫, ୧୬, ୧୭, ୨୦(ଖ) ରେ ସେ ଉଲ୍ଲେଖ କରିଥିଲେ କି ତାଙ୍କ ବିରୁଦ୍ଧରେ କୌଣସି ଫୌଜଦାରୀ ମାମଲା ନାହିଁ କିମ୍ବା ସେ କୌଣସି ବ୍ୟବସାୟ ବୃତ୍ତିରେ ସଂପୃକ୍ତ ନାହାନ୍ତି।

ଇତି ମଧ୍ୟରେ ହସ୍ତଗତ ହୋଇଥିବା ତଥ୍ୟରୁ ଜଣାଯାଇଅଛି କି ସେ ଦୁଇଟି କମ୍ପାନିର ନିର୍ଦ୍ଦେଶକ ଅଛନ୍ତି । ଏ ସମସ୍ତ ବିଷୟରେ ଆଇନଜୀବୀ ପାଇଁ ପଞ୍ଜୀକରଣ ସମୟରେ ନିର୍ଦ୍ଧାରିତ ଫର୍ମ ବିଷୟରେ ସୂଚନା ନିମନ୍ତେ ପ୍ରାବଧାନ ଥିବ ସତ୍ତ୍ୱେ ସମ୍ପୃକ୍ତ ଵ୍ୟକ୍ତି ସମସ୍ତ ବିନ୍ଦୁରେ ନାସ୍ତିସୂଚକ ସୂଚନା ଦେଇ ଏହା ପ୍ରମାଣ କରିଛନ୍ତି ଯେ ସେ ପ୍ରକୃତ ତଥ୍ୟ ପ୍ରଦାନ ନ କରି ମିଥ୍ୟାର ଆଶ୍ରୟ ନେଇ ଆଇନଜୀବୀ ପରିଷଦରେ ଧୂର୍ତ୍ତତା ତଥା ଭଣ୍ଡାମୀର ଆଶ୍ରୟ ନେଇ ନିଜକୁ ଆଇନଜୀବୀ ଭାବରେ ପଞ୍ଜିକରଣ କରାଇନେଇଛନ୍ତି ।

ଏହା ଭାରତୀୟ ଅଧିବକ୍ତା ନିୟମ ୧୯୬୧ର ବିରୁଦ୍ଧାଚରଣ କରିବା ସହିତ ଆଇନଜୀବୀ ପରିଷଦ ଯାହାକି ଆଇନ ଶିକ୍ଷା ଓ ଆଇନ ପେଶାର ସର୍ବୋଚ୍ଚନିୟାମକ ସଂସ୍ଥା ତା ବିରୁଦ୍ଧରେ ଠକାମିର ଆଶ୍ରୟ ନେଇଛନ୍ତି । ଏହିସବୁ ବିଷୟ ଗୁରୁତର ସହିତ ଗ୍ରହଣ କରି ବାର କାଉନସିଲ ଗତ ତା ୧୪.୦୯.୨୦୨୫ ରିଖ ରେ ହୋଇଥିବା ସାଧାରଣ ବୈଠକରେ ସମ୍ପୃକ୍ତ ଅର୍ଚ୍ଚନା ନାଗଙ୍କୁ ଆଇନଜୀବୀ ପେଶାରୁ ନିଲମ୍ବନ କରାଯିବା ସହିତ ତାଙ୍କ ବିରୁଦ୍ଧରେ ବିହିତ ଶୃଙ୍ଖଳାଗତ କାଯ୍ୟନୁଷ୍ଠାନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 23 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 30 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 27 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 40 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 47 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍