ବିଜେଡିର ବିଧାୟକ ଦଳରେ ଫାଟ। ବିଧାନସଭାରେ ଜଳ ଜଳ ଦିଶିଲା ଅସନ୍ତୋଷ.

Spread the love

ଜେଏମଜେ ବ୍ୟୁରୋ : ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆବସେଣ୍ଟ। କିନ୍ତୁ ବିଜେଡିର ବିଧାନସଭା ପରିଚାଳନା ପାଇଁ ଗଢ଼ିଲେ ୮ ଜଣିଆ ବିଧାୟକ କମିଟି। ଆଉ କମିଟି ଗଢୁ ଗଢୁ କେଁ ବାହାରିଲାଣି। ନବୀନଙ୍କ ଗୃହ ପରିଚାଳନା କମିଟିରେ ଦୁଇ ନବାଗତ ବିଧାୟକ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି କିଛି ବିଧାୟକଙ୍କ ଭିତରେ। ଏବେ ନବୀନଙ୍କ ଅନୁପସ୍ଥିତିରେ ଦଳ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ବିଧାନସଭାରେ ବିରୋଧୀ ଦଳ ଭୂମିକାକୁ ସଠିକ୍ ଭାବେ ନିଭାଇ ପାରିବ ନା ନାହିଁ ତାକୁ ନେଇ ବି ପ୍ରଶ୍ନ ଉଠିଲାଣି। କିନ୍ତୁ ଦଳ କହୁଛି ସବୁ କିଛି ଠିକ୍ ଅଛି।
ବିଜେଡିର ବିଧାୟକ ଦଳରେ ଫାଟ। ବିଧାନସଭାରେ ଜଳ ଜଳ ଦିଶିଲା ଅସନ୍ତୋଷ। ପୁରୁଖା ଖୋଲିଲେନି ମୁହଁ, ନୂଆ କହିଲେ କେହି ନୁହଁନ୍ତି ଅସନ୍ତୁଷ୍ଟ। ବିଧାନସଭା ପରିଚାଳନା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗତକାଲି ଗଢିଛନ୍ତି ୮ ଜ ଣିଆ ବିଧାୟକ କମିଟି। ଯେଉଁଥିରେ ଅଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ଅରୁଣ ସାହୁ, ମନୋହର ରନ୍ଧାରୀ, ସାରଦା ନାୟକ, ଶାରଦା ଜେନା ଓ ଗୌତମ ବୁଦ୍ଧଦାସ। ନବୀନ ନିଜ ଅନୁପସ୍ଥିତିରେ ଦାୟିତ୍ବ ଦେଇଥିବା ବିଧାୟକଙ୍କ ଭିତରେ ଦୁଇ ନବାଗତ ଶାରଦା ଜେନା ଓ ଗୌତମ ବୁଦ୍ଧଦାସ ଥିବାରୁ ପୁରୁଖାଙ୍କ ଭିତରେ ତୀବ୍ର ଅସନ୍ତୋଷ।ସେହିପରି ନିୟମିତ ବିଧାନସଭାକୁ ଆସୁନଥିବା ଶାରଦା ନାୟକଙ୍କୁ ଦଳପତି କେଉଁ ଆସ୍ଥା ରଖି ଫ୍ଲୋର ମ୍ୟାନେଜମେଣ୍ଟ ଦାୟିତ୍ବ ଦେଇଛନ୍ତି ତାକୁ ନେଇ ଏକାଧିର ଥର ଜିତିଥିବା ବିଧାୟକଙ୍କ ଭିତରେ ତୀବ୍ର ଅସନ୍ତୋଷ। ନୂଆ ବିଧାୟକ କମିଟିରେ ସ୍ଥାନ ପାଇଥିବାବେଳେ ମୁହଁ ଫୁଲାଇଛନ୍ତି ପୁରୁଖା। ଯଦିଓ ଏ ନେଇ ଅସନ୍ତୁଷ୍ଟ ନେତା ମୁହଁ ଖୋଲି ନାହାନ୍ତି। ତେବେ କମିଟିରେ ସ୍ଥାନ ପାଇଥିବା ବିଧାୟକଙ୍କ ଯୁକ୍ତି କେହି ଅସନ୍ତୁଷ୍ଟ ନାହାଁନ୍ତି, ନବୀନ ବାବୁଙ୍କ ନିର୍ଦ୍ଦେଶରେ କମିଟି ଗୃହରେ କଡ଼ା ଆଭିମୁଖ୍ୟ ରଖିବ।…

  • jmjnewso

    Related Posts

    କ୍ରସ ଭୋଟିଂ, ଆଜି ହାଇକୋର୍ଟରେ ଶୁଣାଣି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ମାମଲା । ଆଜି ହାଇକୋର୍ଟ ରେ ହେବ ଶୁଣାଣି । କ୍ରସ ଭୋଟିଂ କରିଥିବା ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ପକ୍ଷରୁ…

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    Leave a Reply

    Your email address will not be published. Required fields are marked *

    You Missed

    ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବେ ବିରୋଧୀ

    • By jmjnewso
    • September 19, 2026
    • 28 views
    ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ:  ସରକାରଙ୍କୁ ଘେରିବେ ବିରୋଧୀ

    ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ

    • By jmjnewso
    • September 19, 2026
    • 42 views
    ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ

    ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

    • By jmjnewso
    • September 19, 2026
    • 31 views
    ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

    ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

    • By jmjnewso
    • September 19, 2026
    • 60 views
    ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    • By jmjnewso
    • September 18, 2026
    • 70 views
    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    • By jmjnewso
    • September 18, 2026
    • 48 views
    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା