ଆରମ୍ଭରୁ ‘ଅନାସ୍ଥା’ ଝଡ଼: ପ୍ରସ୍ତାବ କାଟ୍‌ ଖାଇବା ଥୟ, ତଥାପି ଛକାପଞ୍ଝା

Spread the love

ଜେଏମଜେ ବ୍ୟୁରୋ : ପୂର୍ବ ଘୋଷଣା ଅନୁଯାୟୀ କଂଗ୍ରେସ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ନୋଟିସ୍‌ ଦେଇଛି। କଂଗ୍ରେସର ୧୪ ବିଧାୟକ ଓ ସିପିଆଇଏମ୍‌ର ଜଣେ ବିଧାୟକ ଏଥିରେ ଦସ୍ତଖତ କରିଛନ୍ତି। ସଂଖ୍ୟାର ହିସାବ ଦେଖିଲେ ପ୍ରସ୍ତାବ କାଟ୍‌ ଖାଇବ, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଅନାସ୍ଥା ନୋଟିସ୍‌ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି। ମୁଖ୍ୟ ବିରୋଧୀ ଦଳ ବିଜେଡିକୁ ଏହା ଅଡ଼ୁଆରେ ପକାଇଛି। ଯଦିଓ ସରକାରଙ୍କର କିଛି କ୍ଷତି ହେବନି, ତେବେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଶାସକ ଦଳକୁ ଅକଳରେ ପକାଇ କଂଗ୍ରେସ ରାଜନୈତିକ ଫାଇଦା ନେବାର ଲକ୍ଷ୍ୟ ରଖିଛି।
କିଛି ଦିନ ପୂର୍ବରୁ ପିସିସି ସଭାପତି ଭକ୍ତଚରଣ ଦାସ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ବିଜେଡିର ସମର୍ଥନ ଲୋଡ଼ିଥିଲେ। ଏ ପ୍ରସ୍ତାବ ବି ଦେଇଥିଲେ ଯେ ଯଦି ଆମକୁ ସମର୍ଥନ ଦେବନାହିଁ, ତେବେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ତାହାକୁ ସମର୍ଥନ କରିବ। ବିଜେଡି ଏହି ଆହ୍ବାନକୁ ଗ୍ରହଣ କରି ନଥିଲା। ସମୟ ଆସିଲେ ନିଷ୍ପତ୍ତି ନିଆଯିବ ବୋଲି ଦଳର ବରିଷ୍ଠ ନେତାମାନେ କହିଥିଲେ। ଯେହେତୁ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିବାର ନଥିଲା, ତେଣୁ ପ୍ରଥମ ଦିନରେ ହିଁ କଂଗ୍ରେସ ଅନାସ୍ଥା ନୋଟିସ୍‌ ଦେଇଛି। ବିଧାନସଭା ସଚିବଙ୍କୁ ଭେଟି ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ଦଳର ବିଧାୟକମାନେ ଏହି ନୋଟିସ୍ ପ୍ରଦାନ କରିଛନ୍ତି।

ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଯିବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ଅନ୍ୟ ସଦସ୍ୟମାନେ ଆଜି ବିଜେଡି ବିଧାୟକମାନଙ୍କୁ ଭେଟିଥିଲେ। ସେମାନେ ବିଧାନସଭା ପରିସରରେ ଥିବା ବିରୋଧୀ ଦଳ ନେତାଙ୍କ ଚାମ୍ବରକୁ ଯାଇଥିଲେ। ସେଠାରେ ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ ଉପସ୍ଥିତ ଥିଲେ। କଂଗ୍ରେସ ବିଧାୟକମାନେ ତାଙ୍କୁ ଅନାସ୍ଥା ସମ୍ପର୍କରେ ଅବଗତ କରିବା ସହ ସମର୍ଥନ କରିବାକୁ ନିବେଦନ କରିଥିଲେ। ଦଳୀୟ ବୈଠକରେ ଏ ନେଇ ଆଲୋଚନା କରି ଜଣାଯିବ ବୋଲି ଶ୍ରୀ ଦେବ କହିଥିଲେ। ଅନାସ୍ଥା ପ୍ରସ୍ତାବ ଏବେ ବିଜେଡି ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। ଏହାକୁ ସମର୍ଥନ କରାଯିବନାହିଁ ବୋଲି ଦଳରେ ଆପାତତଃ ନିଷ୍ପତ୍ତି ନିଆଯାଇଛି। ଅନାସ୍ଥା ପ୍ରସଙ୍ଗକୁ ଏଡ଼ାଇବା ପାଇଁ ଗତକାଲିଠାରୁ ହିଁ ବିଜେଡି ଚାଲ୍‌ ଖେଳିଛି। ପ୍ରତିଦିନ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇ ବିଧାନସଭାକୁ ଅଚଳ କରିବାକୁ ଦଳ ଯୋଜନା କରିସାରିଛି। ବିଧାୟକମାନଙ୍କୁ ମଧ୍ୟ ଜଣାଇ ଦିଆଯାଇଛି। ତେଣୁ ଅନାସ୍ଥା ପ୍ରସଙ୍ଗରେ କଂଗ୍ରେସ ଯେଉଁ ମାଇଲେଜ୍ ନେବାକୁ ବସିଛି, ବିଜେଡି ଗୃହ ବନ୍ଦ କରି ସେହି ମାଇଲେଜ୍‌କୁ ଭିନ୍ନ ବାଟରେ ନିଜେ ନେବ ବୋଲି ରଣନୀତି କରିଛି। ଆଜି ବିଜେଡିର ବରିଷ୍ଠ ବିଧାୟକମାନେ ଏକାଠି ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ସନ୍ଧ୍ୟାରେ ନବୀନ ନିବାସରେ ଏକାଠି ବସିଥିଲେ। ସେଠାରେ କି ନିଷ୍ପତ୍ତି ନିଆଗଲା, ସେ ସମ୍ପର୍କରେ ଗଣମାଧ୍ୟମକୁ କେହି ସ୍ପଷ୍ଟ କରିନାହାନ୍ତି।

ରାଜନୈତିକ ମହଲର କହିବା କଥା, ବିଜେପି ଓ ବିଜେଡି ସବୁବେଳେ ପରସ୍ପର ପ୍ରତି ନରମ ଆଭିମୁଖ୍ୟ ଦେଖାଇ ଆସିଛନ୍ତି। ସଂସଦରେ ଏହା ବାରମ୍ବାର ପ୍ରମାଣିତ ହୋଇଛି। ୱକଫ୍‌ ପ୍ରସଙ୍ଗରେ ବିଜେଡି ସାଂସଦଙ୍କ ବିବେକାନୁମୋଦିତ ଭୋଟ୍‌ ହେଉ କି ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍‌ ଦାନରୁ ବିରତ ପର୍ଯ୍ୟନ୍ତ ସବୁଥିରେ ବିଜେଡିର ନିଷ୍ପତ୍ତି ପରୋକ୍ଷରେ ବିଜେପିକୁ ସୁହାଇଛି। ପ୍ରତିଦାନରେ ବିଜେଡି ସରକାର ସମୟରେ କୌଣସି ବଡ଼ ଦୁର୍ନୀତି ଓ ଅନିୟମିତତାକୁ ବର୍ତ୍ତମାନର ସରକାର ହାତ ମାରୁ ନାହାନ୍ତି। ଏ ନେଇ ସରକାର ସମାଲୋଚିତ ହେଉଥିଲେ ବି କିଛି ପଦକ୍ଷେପ ନେଉ ନାହାନ୍ତି। ତେଣୁ ଅନାସ୍ଥା ପ୍ରସ୍ତାବରେ କଂଗ୍ରେସ ସହ ରହି ଶାସକ ଦଳକୁ ଅସନ୍ତୁଷ୍ଟ କରିବାକୁ କଦାପି ବିଜେଡି ଚାହିବ ନାହିଁ ବୋଲି ଏହି ମହଲରେ ବିବେଚନା କରାଯାଉଛି।

ପୂର୍ବରୁ ଓଡ଼ିଶା ବିଧାନସଭାରେ ଦୁଇ ଥର ଅନାସ୍ଥା ପ୍ରସ୍ତାବ ଆସିଛି। ୧୯୯୭ରେ କଂଗ୍ରେସ ସରକାର ସମୟରେ ଏବଂ ୨୦୦୮ ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ଅନାସ୍ଥା ପ୍ରସ୍ତାବ ଆସିଥିବାବେଳେ ତାହା କାଟ୍‌ ଖାଇଯାଇଥିଲା। ଏ ପ୍ରସଙ୍ଗରେ ବିଜେପି ବିଧାୟକ ବାବୁ ସିଂହ କହିଛନ୍ତି, ଅନାସ୍ଥା ପ୍ରସ୍ତାବ ଆଣି କଂଗ୍ରେସ ଲୋକହସା ହେବ। ସଂଖ୍ୟା ନ ଥାଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ଏହା କଂଗ୍ରେସର ଷ୍ଟଣ୍ଟ୍‌। ସରକାରଙ୍କ ଉପରେ ତାହାର କିଛି ପ୍ରଭାବ ପଡ଼ିବନି। ବିଜେଡି ବିଧାୟକ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନି। ଏହି ପ୍ରସ୍ତାବକୁ ବାଚସ୍ପତି କେବେ ଗ୍ରହଣ କରିବେ, ତାହା ଜଣାନାହିଁ। ନଈ ନ ଦେଖୁଣୁ ଲଙ୍ଗଳା ହେବା ଉଚିତ ନୁହେଁ। ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଦଳ ଠିକ୍ ସମୟରେ ନିଷ୍ପତ୍ତି ନେବ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 23 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 30 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 27 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 40 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 46 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍