ଭତ୍ତା ପାଇବା ପାଇଁ ସରକାରଙ୍କ ଅନୁମୋଦନ ଅପେକ୍ଷା ରେ ୭ ଲକ୍ଷ ହିତାଧିକାରୀ

Spread the love


ଜେଏମଜେ ବ୍ୟୁରୋ : ରାଜ୍ୟରେ ପ୍ରାୟ ୫୭ ଲକ୍ଷ ଲୋକଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଉଛି। ସେମାନଙ୍କ ମଧ୍ୟରୁ ମାତ୍ର ୫ ଲକ୍ଷ ହିତାଧିକାରୀଙ୍କୁ ବର୍ଦ୍ଧିତ ଭାବେ ମାସିକ ୩୫୦୦ ଟଙ୍କା ଭତ୍ତା ମିଳୁଛି। ଭତ୍ତା ପାଇବା ପାଇଁ ଏବେ ରାଜ୍ୟରେ ୭ ଲକ୍ଷରୁ ଅଧିକ ଲୋକ ଆବେଦନ କରି ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରି ରହିଛନ୍ତି।
ବିଜେଡି ବିଧାୟକ ଗଣେଶ୍ବର ବେହେରା ଓ ଗୌତମବୁଦ୍ଧ ଦାସଙ୍କ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ରାଜ୍ୟରେ ମଧୁବାବୁ ପେନ୍‌ସନ ଯୋଜନାରେ ୩୬,୬୪,୦୦୪ ଜଣ ଭତ୍ତା ପାଉଥିବା ବେଳେ ଜାତୀୟ ସାମାଜିକ ସହାୟତା ଯୋଜନା (ଏନ୍‌ଏସ୍‌ଏପି)ରେ ୨୦,୨୭,୯୮୭ ଜଣଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଉଛି। ସେମାନଙ୍କ ମଧ୍ୟରୁ ୮୦ ବର୍ଷରୁ ଅଧିକ ହିତାଧିକାରୀଙ୍କ ସଂଖ୍ୟା ୩,୭୨,୯୫୩ ଏବଂ ୮୦%ରୁ ଅଧିକ ଭିନ୍ନକ୍ଷମ ହିତାଧିକାରୀଙ୍କ ସଂଖ୍ୟା ହେଉଛି ୧,୫୦,୩୩୩। ମନ୍ତ୍ରୀ କହିଛନ୍ତି ଯେ ମଧୁବାବୁ ପେନସନ ଯୋଜନାରେ ୬,୯୧,୮୨୨ ଜଣ ଏବଂ ଏନ୍‌ଏସ୍‌ଏପିରେ ୧୬,୨୬୭ ଜଣ ଆବେଦନ କରି ଭତ୍ତା ପାଇବାକୁ ଅପେକ୍ଷାରେ ଅଛନ୍ତି।
ଆବେଦନକାରୀଙ୍କ ଯୋଗ୍ୟତା ଯାଞ୍ଚ ଭତ୍ତା ଆବେଦନପତ୍ର ଅନୁମୋଦନ ନିମନ୍ତେ ସରକାର ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି। ତଥ୍ୟ ଅନୁସାରେ ଗଞ୍ଜାମ ଜିଲାରେ ସର୍ବାଧିକ ୭୧ ହଜାର ଆବେଦନକାରୀ ଥିବାବେଳେ ମୟୂରଭଞ୍ଜରେ ୪୭ ହଜାର, କଟକରେ ୪୧ ହଜାର, ବାଲେଶ୍ବରରେ ୪୦ ହଜାର, ଯାଜପୁରରେ ୩୮ ହଜାର, ବଲାଙ୍ଗିରରେ ୩୫ ହଜାର, କେନ୍ଦୁଝରରେ ୩୫ ହଜାର, ପୁରୀରେ ୩୩ ହଜାର, କେନ୍ଦ୍ରାପଡ଼ାରେ ୩୨ ହଜାର, ଖୋର୍ଦ୍ଧାରେ ୩୦ ହଜାର, ସୁନ୍ଦରଗଡ଼ରେ ୨୬ ହଜାର ଲୋକ ବିଭିନ୍ନ ବର୍ଗରେ ଭତ୍ତା ପାଇଁ ଆବେଦନ କରି ରହିଛନ୍ତି। ଉପ ଜିଲାପାଳ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ, ବିଡିଓ, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ, ତହସିଲଦାର ଭଳି ଅଧିକାରୀଙ୍କ ପାଖରେ ଏସବୁ ଫାଇଲ ପଡ଼ି ରହିଛି। କେନ୍ଦ୍ର ଓ ରାଜ୍ୟ ସରକାର ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ, ଅନାଥ, ତୃତୀୟଲିଙ୍ଗୀ, ଅସହାୟ ଆଦି ବର୍ଗରେ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରୁଛନ୍ତି। ସାଧାରଣତଃ ବହୁତ ଖରାପ ଆର୍ଥିକ ସ୍ଥିତିରେ ଥିବା ଲୋକ ଭତ୍ତା ପାଇଁ ଆବେଦନ କରୁଥିବା ବେଳେ ଅଧିକାରୀଙ୍କ ଖାମଖିଆଲି ନୀତି ପାଇଁ ସେମାନେ ନିଜ ଅଧିକାରରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 21 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 26 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 33 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 39 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 28 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 35 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା